ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ କପ୍ ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଭାରତ ସମେତ ଲେବାନନ, ମଙ୍ଗୋଲିଆ ଓ ଭାନୁଆଟୁ ଏଥିରେ ଅଂଶଗ୍ରହଣ କରିବେ ।
ଫିଫା ମାନ୍ୟତାରେ ଭାରତ 101ତମ ସ୍ଥାନରେ ରହିଥିବା ବେଳେ ଲେବାନନ 99ତମ ସ୍ଥାନରେ ରହିଛି । ଭାନୁଆଟୁ 164 ଓ ମଙ୍ଗୋଲିଆ 183ତମ ସ୍ଥାନରେ ରହିଛି । ମାନ୍ୟତା ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ଲେବାନନ୍ ଭାରତଠାରୁ ଦୁଇଟି ସ୍ଥାନ ଉପରେ ରହିଛି । ତେଣୁ ଲେବାନନ୍ ଭାରତର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱି ଭାବେ ଉଭା ହୋଇଛି । ଶୁକ୍ରବାର ଭାରତ ତା'ର ପ୍ରଥମ ମୁକାବିଲାରେ ମଙ୍ଗୋଲିଆକୁ ଭେଟିବ। ସେହିପରି ଏହି ଦିନ ଲେବାନନ ଓ ଭାନୁଆଟୁ ମଧ୍ୟ ମୁହାଁମୁହିଁ ହେବେ ।

ଭାରତ ତାର ପ୍ରଥମ ମୁକାବିଲାରେ ମଙ୍ଗୋଲିଆକୁ ଭେଟିବ । ଭାରତୀୟ ଦଳକ ମୁଖ୍ୟ କୋଚ ଇଗୋର ଷ୍ଟେମାକ ଦଳର ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଅଛନ୍ତି । ସମସ୍ତ ଦଳ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିବା ଆଶା ନେଇ ଖେଳିବେ । ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିବା ସହିତ ଚମ୍ପିଆନ ହେବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ । ପ୍ରଥମ ଥର ପାଇଁ କଳିଙ୍ଗରେ ସିନିୟର ପୁରୁଷ ବର୍ଗରେ ଅନ୍ତର୍ଜାତୀୟ ଫୁଟବଲ ହେବାକୁ ଯାଉଛି । କଳିଙ୍ଗରେ ପ୍ରଥମ ଥର ପାଇଁ ଖେଳିବାକୁ ଯାଉଥିବାକୁ ବେଶ ଉତ୍ସାହିତ ଥିବା କହିଛନ୍ତି ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ ।
ଖେଳସୂଚୀ:
- 9 ଜୁନ-ଲେବାନନ-ଭାନୁଆଟୁ (ଅପରାହ୍ନ 4ଟା30) ଭାରତ-ମଙ୍ଗୋଲିଆ (ସନ୍ଧ୍ୟା 7ଟା30)
- 12 ଜୁନ- ମଙ୍ଗୋଲିଆ-ଲେବାନନ, ଭାନୁଆଟୁ-ଭାରତ, ଭାନୁଆଟୁ-ମଙ୍ଗୋଲିଆ
- 15 ଜୁନ- ଭାନୁଆଟୁ-ମଙ୍ଗୋଲିଆ, ଭାରତ-ଲେବାନନ (ସନ୍ଧ୍ୟା 7ଟା30)
- 18 ଜୁନ- ଗ୍ରୁପ ଟପ୍ପର-ଗ୍ରୁପ ରନର୍ସଅପ (ସନ୍ଧ୍ୟା 7ଟା30)
ସୂଚନାଥାଉ କି, ଇଣ୍ଟରକଣ୍ଟିନେଣ୍ଟାନ କପର ପ୍ରଥମ ସଂସ୍କରଣ 2018ରେ ମୁ୍ମ୍ବାଇରେ ହୋଇଥିଲା । ଭାରତ 2-0ରେ କେନିଆକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା । 2019ରେ ଦ୍ବିତୀୟ ସଂସ୍କରଣେ ଦକ୍ଷିଣ କୋରିଆ ଟାଇଟଲ ଜିତିଥିଲା ।












Click it and Unblock the Notifications