Get Updates
Get notified of breaking news, exclusive insights, and must-see stories!

ଇଣ୍ଡୋନେସିଆ ଫୁଟବଲ ମ୍ୟାଚ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା 174କୁ ବୃଦ୍ଧି

ଇଣ୍ଡୋନେସିଆ ଫୁଟବଲ ମ୍ୟାଚ୍ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା 174କୁ ବୃଦ୍ଧି । ଏଥିସହିତ 180 ଜଣ ଆହତ ହୋଇଥିବା ସୂଚନା ମିଳୁଛି । ଆରେମା ମାଲାଙ୍ଗ କ୍ଲବ ଏବଂ ପାର୍ସେବାୟା ସୁରବାୟା ମଧ୍ୟରେ କଞ୍ଜୁରୁହାନ ଷ୍ଟାଡିୟମରେ ଶନିବାର ବିଳମ୍ବିତ ରାତିରେ ମ୍ୟାଚ ଚାଲିଥିଲା ।

Indonesia Football Match Tragedy: ଇଣ୍ଡୋନେସିଆ ଫୁଟବଲ ମ୍ୟାଚ୍ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା 174କୁ ବୃଦ୍ଧି । ଏଥିସହିତ 180 ଜଣ ଆହତ ହୋଇଥିବା ସୂଚନା ମିଳୁଛି । ଆରେମା ମାଲାଙ୍ଗ କ୍ଲବ ଏବଂ ପାର୍ସେବାୟା ସୁରବାୟା ମଧ୍ୟରେ କଞ୍ଜୁରୁହାନ ଷ୍ଟାଡିୟମରେ ଶନିବାର ବିଳମ୍ବିତ ରାତିରେ ମ୍ୟାଚ ଚାଲିଥିଲା । ମ୍ୟାଚରେ ଆରେମା ଟିମର ପରାଜୟ ପରେ ଅକସ୍ମାତ ଦୁଇ ଟିମର ସମର୍ଥକଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ହେବା ସହ ଦଳାଚକଟା ଘଟିଥିଲା ।

Indonesia Football Match Tragedy

ଆରେମା ଟିମର ହଜାର ହଜାର ସମର୍ଥକ ଫିଲ୍ଡ ଭିତରକୁ ପ୍ରବେଶ କରି ଅପର ଗୋଷ୍ଠୀର ସମର୍ଥକଙ୍କ ଉପରେ ଆକ୍ରମଣ କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ପରେ ସ୍ଥିତି ଜଟିଳ ହୋଇଥିଲା ଏବଂ ଦଳାଚକଟା ଘଟିଥିଲା । ଶ୍ବାସରୁଦ୍ଧ ଓ ଆକ୍ରମଣରେ ପ୍ରଥମେ 127 ଜଣଙ୍କ ପ୍ରାଣହାନି ଘଟିଥିବା ସୂଚନା ଥିଲା । ମାତ୍ର ଏବେ ଏହି ସଂଖ୍ୟା ବଢି 174 ଛୁଇଁଛି ।

ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ଇଣ୍ଡୋନେସିଆ କ୍ରୀଡ଼ାମନ୍ତ୍ରୀ ଜୈନୁଦ୍ଦିନ ଆମାଲି । ଏଣିକି ମ୍ୟାଚବେଳେ ନିରାପତ୍ତା ପ୍ରତି ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି । ଏହି ମର୍ମନ୍ତୁଦ ଘଟଣା ଘଟିବା ପରେ ଆସନ୍ତା ସପ୍ତାହେ ମଧ୍ୟରେ ହେବାକୁ ଥିବା ମ୍ୟାଚଗୁଡିକୁ ବାତିଲ କରାଯାଇଛି । ଘଟଣାର ତଦନ୍ତ କରାଯାଉଛି ବୋଲି କହିଛି ଫୁଟବଲ ଆସୋସିଏସନ ଅଫ ଇଣ୍ଡୋନେସିଆ ।

ପୋଲିସ ସହିତ ସଂଘର୍ଷ

ପୋଲିସ ଅଧିକାରୀଙ୍କ କହିବାନୁସାରେ, ହାରିଥିବା ଦଳର ସମର୍ଥକମାନେ ପରାଜୟ ଗ୍ରହଣ କରିବାକୁ ମନା କରି ଦେଇଥିଲେ ଏବଂ ଜବରଦସ୍ତ ଫୁଟବଲ ପଡ଼ିଆରେ ପ୍ରବେଶ କରିଥିଲେ । ଯାହା ଫଳରେ ପୋଲିସ ସହିତ ମଧ୍ୟ ସେମାନେ ସଂଘର୍ଷ କରିବାକୁ ପଛାଇ ନଥିଲେ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଭୟ ଫୁଟବଲ ଦଳର ସମର୍ଥକମାନେ ଷ୍ଟାଡିୟମ ଭିତରେ ସଂଘର୍ଷ କରିଥିଲେ। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ୍ ଚଳାଇ ଥିଲା । ଫଳରେ ଲୋକମାନେ ଷ୍ଟାଡିୟମ ବାହାରକୁ ଆସିବାକୁ ଚେଷ୍ଟା କରୁଥିବା ବେଳେ ଦଳା ଚକକଟାରେ ପ୍ରାଣହାନୀ ହୋଇଥିଲା ।

ସମସ୍ତ ମ୍ୟାଚ୍ ସ୍ଥଗିତ ରଖାଗଲା

ଏହି ସମୟରେ, ରାଷ୍ଟ୍ରପତି ଜୋକୋ ୱିଡୋଡୋ ଇଣ୍ଡୋନେସିଆର ଶୀର୍ଷ ଲିଗରେ ଥିବା ସମସ୍ତ ମ୍ୟାଚ୍ ଯାଞ୍ଚ ଶେଷ ନହେବା ପର୍ଯ୍ୟନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଇଣ୍ଡୋନେସିଆ ଫୁଟବଲ ଫେଡେରେଶନ କହିଛି ଯେ, ଏହାର ତଦନ୍ତ ଆରମ୍ଭ ହୋଇଛି। ଆସୋସିଏସନ ଏହା ମଧ୍ୟ କହିଛି ଯେ, ଏହି ଘଟଣା ଇଣ୍ଡୋନେସିଆ ଫୁଟବଲକୁ କ୍ଷତି ପହଞ୍ଚାଇଛି। ଇଣ୍ଡୋନେସିଆରେ ଫୁଟବଲ ମ୍ୟାଚରେ ହିଂସା କିଛି ନୂଆ କଥା ନୁହେଁ । ଦୀର୍ଘ ଦିନ ଧରି ଆରେମା ମାଲାଙ୍ଗ କ୍ଲବ୍ ଏବଂ ପାର୍ସେବାୟା ସୁରବାୟା ପ୍ରତିଦ୍ୱନ୍ଦ୍ୱୀ ଥିଲେ । ପାର୍ସେବାୟା ସୁରବାୟାଙ୍କ ପ୍ରଶଂସକଙ୍କୁ ହିଂସା ଭୟରେ ଟିକେଟ୍ କିଣିବାକୁ ବାରଣ କରାଯାଇଥିଲା। କିନ୍ତୁ ପ୍ରତିରକ୍ଷା ମନ୍ତ୍ରୀ ମହଫୁଦ ଏମଡି କହିଛନ୍ତି ଯେ, ଏହି ମ୍ୟାଚ ପାଇଁ 42 ହଜାର ଟିକେଟ୍ ବିକ୍ରି ହୋଇଛି ।

ଏହା ପୂର୍ବରୁ ଅନେକ ଥର ଘଟିଛି

ଷ୍ଟାଡିୟମ୍ ଦୁର୍ଘଟଣାର ଲମ୍ବା ତାଲିକା ରହିଛି । 1964 ମସିହାରେ, ଲିମାସ୍ଥିତ ପେରୁ-ଆର୍ଜେଣ୍ଟିନା ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟରେ 320 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 1000 ରୁ ଅଧିକ ଲୋକ ଆହତ ହୋଇଥିଲେ। ଲିଭରପୁଲ୍ ଏବଂ ଜୁଭେଣ୍ଟସ୍ ମଧ୍ୟରେ 1985 ୟୁରୋପୀୟ କପ୍ ଫାଇନାଲ୍ ସମୟରେ 39 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 600 ଜଣ ଆହତ ହୋଇଥିଲେ। ବ୍ରିଟେନର ହିଲ୍ସବୋରୋ ଷ୍ଟାଡିୟମରେ ଏଫ୍ କପ୍ ସେମିଫାଇନାଲରେ 97 ଲିଭରପୁଲ୍ ପ୍ରଶଂସକଙ୍କ ମୃତ୍ୟୁ ଘଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+