ଦକ୍ଷିଣ ଆଫ୍ରିକା ଆଗରେ ଭାରତର ୩୫୯ ଟାର୍ଗେଟ୍
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଚାଲିଛି। ସିରିଜର ଦ୍ୱିତୀୟ ମ୍ୟାଚ୍ ରାୟପୁରରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ଟି ୱିକେଟ୍ ହରାଇ ୩୫୮ ରନ୍ ସଂଗ୍ରହ କରିଛି। ଫଳରେ ଦକ୍ଷିଣ ଆଫ୍ରିକା ପାଇଁ ୩୫୯ର ବିଜୟ ଲକ୍ଷ୍ୟ ରହିଛି।
ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆର ଆରମ୍ଭ ଭଲ ହୋଇ ନଥିଲା। ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ ଶୀଘ୍ର ଆଉଟ୍ ହୋଇଥିଲେ। ତା'ପରେ ବିରାଟ କୋହଲି ଏବଂ ରୁତୁରାଜ ଗାଏକ୍ବାଡ୍ ବ୍ୟାଟିଂ ଭାର ଗ୍ରହଣ କରିଥିଲେ।

ଗାଏକ୍ବାଡ୍ ଚମତ୍କାର ଖେଳି ଏକଦିବସୀୟରେ ନିଜର ପ୍ରଥମ ଶତକ ହାସଲ କରିଥିଲେ। ସେ ୮୩ ବଲ୍ରେ ୧୦୫ ରନ୍ କରି ପାଭିଲିୟନ ଫେରିଥିଲେ। ବିରାଟ କୋହଲି ବଲ୍ରେ ନିଜର ତମ ଏକଦିବସୀୟ ଶତକ ହାସଲ କରିଥିଲେ। ସେହିପରି କେ.ଏଲ.ରାହୁଲ ୬୬ ରନ୍ କରିଥିବାବେଳେ ୱାଶିଂଟନ ସୁନ୍ଦର ୧ ରନ୍ ଏବଂ ରବିନ୍ଦ୍ର ଜାଡେଜା ୨୪ ରନ୍ କରିଛନ୍ତି। ଗାଏକ୍ବାଡ୍ ଧୂଆଁଧାର ବ୍ୟାଟିଂ କରି ୭୭ ବଲ୍ରେ ତାଙ୍କର ଶତକ ପୂରଣ ସୃଷ୍ଟି କରିଥିଲେ। ସେ ୧୨ ଚୌକା ସହିତ ୨ଟି ଛକା ମାରିଥିଲେ।












Click it and Unblock the Notifications