ବାରବାଟୀରେ ଭାରତର ଆକର୍ଷଣୀୟ ବିଜୟ, ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଭାରତ
ବାରବାଟୀରେ ଭାରତର ବିରାଟ ବିଜୟ । ୧୦୧ ରନ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା । ୭୪ରେ ଦକ୍ଷିଣ ଆଫ୍ରିକା ଅଲ୍ ଆଉଟ୍ ।ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ପରାସ୍ତ କରିଛି ମେନ୍ ଇନ୍ ବ୍ଲୁ । ଭାରତୀୟ ବୋଲରଙ୍କୁ ସାମ୍ନା କରି ପାରି ନଥିଲା ଦକ୍ଷିଣ ଆଫ୍ରିକା । ସ୍ଥିତି ଏପରି ହେଲା ଯେ ଶହେ ରନ୍ ଛୁଇଁ ପାରି ନଥିଲା ପ୍ରତିପକ୍ଷ ଟିମ୍ । ମାତ୍ର ୭୪ରେ ଦଳ ସମସ୍ତ ଓ୍ବିକେଟ୍ ହରାଇଥିଲା ।

ଭାରତ ପକ୍ଷରୁ ଦମଦାର ବୋଲିଂ କରି ଅର୍ଶଦିପ୍ ସିଂ, ଜସପ୍ରିତ୍ ବୁମରା, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଦୁଇଟି ଲେଖାଏଁ ଓ୍ବିକେଟ୍ ପାଇଥିବ ବେଳେ ହାର୍ଦ୍ଦିକ୍ ପାଣ୍ଡ୍ୟା ଓ ଶୁଭମ୍ ଦୁବେ ଗୋଟିଏ ଲେଖାଏଁ ଓ୍ବିକେଟ୍ ହାସଲ କରିଛନ୍ତି । ଭାରତର ସମସ୍ତ ବୋଲର ଖୁବ୍ ଚମତ୍କାର ବୋଲିଂ କରିଥିଲେ । ଏବଂ ଓ୍ବିକେଟ୍ ଭାଗୀଦାରୀ ବି ସମାନ ରଖିଥିଲେ । ୧୭୫ ରନର ଟାର୍ଗେଟକୁ ପିଛା କରିଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ବଲରେ ବଡ଼ ଝଟକା ପାଇଥିଲା । ଅର୍ଶଦୀପ୍ ନିଜ ପ୍ରଥମ ଓଭରର ଦ୍ବିତୀୟ ବଲରେ ଓ୍ବିକେଟ୍ ନେଇଥିଲେ । ଅର୍ଶଦୀପଙ୍କ ପ୍ରଥମ ଶିକାର ଥିଲେ କ୍ବିଣ୍ଟନ ଡ'କକ୍ । ତାଙ୍କୁ ଶୂନରେ ଆଉଟ୍ କରିଥିଲେ ଅର୍ଶଦୀପ । ଏହାପରେ ନିୟମିତ ବ୍ୟବଧାନରେ ଓ୍ବିକେଟ୍ ହରାଇ ଚାଲିଥିଲା ଭ୍ରମକାରୀ ଦଳ । ସ୍ଥିତି ଏମିତି ହୋଇଥିଲା ଯେ ମାତ୍ର ୭୪ ରନରେ ସମସ୍ତ ଓ୍ବିକେଟ୍ ହରାଇଥିଲା ।
- Advertisement -
ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ ଦେଇଥିଲା ଟିମ ଇଣ୍ଡିଆ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୭୫ ରନ ସଂଗ୍ରହ କରିଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଏବଂ ପରବର୍ତ୍ତୀ ସମୟରେ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ୨୮ ବଲରୁ ୫୯ ରନ ସଂଗ୍ରହ କରିଥିଲେ। ତେବେ ଶେଷ ୧୭ ବଲରେ ପାଣ୍ଡ୍ୟା ଏବଂ ଜିତେଶ ଶର୍ମା ୩୮ ରନ ଯୋଡ଼ିବାରୁ ଦଳ ସମ୍ମାନଜନକ ୧୭୫ ରନ କରିବାରେ ସକ୍ଷମ ହୋଇଥିଲା। ତିଳକ ବର୍ମା ୩୨ ବଲରୁ ୨୬, ଅକ୍ଷର ପଟେଲ ୨୧ ବଲରୁ ୨୩ ରନ ସଂଗ୍ରହ କରିଥିଲେ।
ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା ଦଳ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ଓପନର ବୋଲର ଲୁଙ୍ଗି ଏନଗିଡି ପ୍ରଥମ ଦୁଇଟି ଉଇକେଟ ଅକ୍ତିଆର କରି ଭାରତକୁ ଅକଳରେ ପକାଇଥିଲେ। ସେ ମୋଟ ୪ ଓଭର ବୋଲିଂ କରି ୩୧ ରନ ବିନିମୟରେ ୩ଟି ଉଇକେଟ ନେଇଥିଲେ। ସେହିପରି ଲୁଥୋ ସିପାମ୍ଲା ୨ଟି ଏବଂ ଦୋନୋଭାନ ଫେରେରା ଗୋଟିଏ ଉଇକେଟ ନେଇଥିଲେ। ଇନିଂସ ଓପନ କରିଥିବା ଅଭିଶେକ ଶର୍ମା ଏବଂ ଶୁବମନ ଗିଲ୍ ପ୍ରଥମ ଉଇକେଟ ଭାଗିଦାରିରେ ମାତ୍ର ୫ ରନ କରିଥିଲେ। ୨ୟ ଉଇକେଟରେ ଅଭିଶେକ ଏବଂ ସୂର୍ଯ୍ୟ କୁମାର ଯାଦବ ୧୨ ରନ ଯୋଡ଼ିଥିଲେ। ଏହା ପରେ ଭାରତ କ୍ରମାଗତ ଭାବେ ଉଇକେଟ ହରାଇଥିଲା। ତେବେ ଭାରତର ବୋଲରମାନେ ବେଶ୍ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ।












Click it and Unblock the Notifications