Get Updates
Get notified of breaking news, exclusive insights, and must-see stories!

IND vs ENG: ହେଡିଂଲି ଷ୍ଟାଡିୟମ୍ ରେ ଉଭୟ ଭାରତ ଓ ଇଂଲଣ୍ଡର ରେକର୍ଡ

ହେଡିଂଲିରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ୍‌ ଦଳ ଆଜିଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟମ୍ୟାଚ୍‌ ଖେଳିବ । ଏହି ମ୍ୟାଚ୍‌ ପୂର୍ବରୁ ଆସନ୍ତୁ ଜାଣିବା ଐତିହାସିକ ହେଡିଂଲି ଷ୍ଟାଡିୟମ୍‌ର ପରିସଂଖ୍ୟାନ ସମ୍ପର୍କରେ । ୧୯୫୨ରେ ଭାରତ ପ୍ରଥମଥର ହେଡିଂଲିରେ ଟେଷ୍ଟମ୍ୟାଚ୍‌ ଖେଳିଥିଲା । ଲେନ୍ ହଟନ୍‌ଙ୍କ ନେତୃତ୍ବାଧୀନ ଘରୋଇ ଇଂଲଣ୍ଡ ଦଳ ବିଜୟ ହଜାରେଙ୍କ ନେତୃତ୍ବାଧୀନ ଭାରତକୁ ୭ ୱିକେଟ୍‌ରେ ପରାସ୍ତ କରିଥିଲା ।

୧୯୫୨ରୁ ଅଦ୍ୟାବଧି ଭାରତ ହେଡିଂଲିରେ ମୋଟ ୭ଟି ଟେଷ୍ଟମ୍ୟାଚ୍‌ ଖେଳିଛି । ଏଥିରୁ ଭାରତ ୨ଟି ଜିତିଥିବା ବେଳେ ୪ଟି ହାରିଛି ଏବଂ ଗୋଟିଏ ଟେଷ୍ଟ ଡ୍ର ରହିଛି। କପିଳ ଦେବଙ୍କ ନେତୃତ୍ବାଧୀନ ଭାରତ ୧୯୮୬ରେ ପ୍ରଥମଥର ହେଡିଂଲିରେ ଟେଷ୍ଟମ୍ୟାଚ୍‌ ଜିତିଥିଲା ।

ଇଂଲଣ୍ଡକୁ ୨୭୯ ରନ୍‌ର ବଡ଼ ବ୍ୟବଧାନରେ ଭାରତ ପରାସ୍ତ କରିଥିଲା। ୨୦୦୨ରେ ଭାରତ ହେଡିଂଲି​‌ରେ ୨ୟ ଥର ଜିତିଥିଲା। ସୌରଭ ଗାଙ୍ଗୁଲି ନେତୃତ୍ବାଧୀନ ଭାରତ ଇନିଂସ ଓ ୪୬ ରନ୍‌ରେ ନାସେର ହୁସେନ୍ ନେତୃତ୍ବାଧୀନ ଇଂଲଣ୍ଡକୁ ପରାସ୍ତ କରିଥିଲା।

India s and englands Test Record

ଶେଷଥର ଭାରତୀୟ ଦଳ ହେଡିଂଲି ଗ୍ରାଉଣ୍ଡରେ ୨୦୨୧ରେ ଖେଳିଥିଲା। ବିରାଟ କୋହଲି ନେତୃତ୍ବାଧୀନ ଭାରତକୁ ଇନିଂସ ଓ ୭୬ ରନ୍‌ରେ ଜୋ ରୁଟ୍‌ଙ୍କ ନେତୃତ୍ବାଧୀନ ଇଂଲଣ୍ଡ ପରାସ୍ତ କରିଥିଲା। ହେଡିଂଲିରେ ଭାରତର ସର୍ବାଧିକ ସ୍କୋର୍‌ ହେଉଛି ୮ ୱିକେଟ୍‌ରେ ୬୨୮ ରନ୍‌ରେ ଇନିଂସ ଘୋଷଣା (୨୦୦୨)। ଏହି ଗ୍ରାଉଣ୍ଡରେ ଭାରତର ସର୍ବନିମ୍ନ ସ୍କୋର୍‌ ହେଉଛି ୭୮ ଅଲ୍‌ଆଉଟ୍‌ (୨୦୨୧)।

ହେଡିଂଲିରେ ଭାରତ ପାଇଁ ଦିଲୀପ ଭେଙ୍ଗସରକାର ୨ଟି ଟେଷ୍ଟରୁ ମାତ୍ର ଥରେ ଆଉଟ୍‌ ହୋଇ ୨୨୮ ରନ୍‌ କରିଛନ୍ତି। ଏହି ଗ୍ରାଉଣ୍ଡରେ ଭାରତ ପାଇଁ ରଜର ବିନ୍ନି ସର୍ବାଧିକ ୭ଟି ୱିକେଟ୍‌ ନେଇଛନ୍ତି। ହେଡିଂଲି ଗ୍ରାଉଣ୍ଡର ସର୍ବକାଳୀନ ରେକର୍ଡକୁ ଦେଖିଲେ ଏଠାରେ ସର୍ବାଧିକ ସ୍କୋର୍‌ ହେଉଛି ୪ ୱିକେଟ୍‌ରେ ୬୫୩ ରନ୍‌ରେ ଇନିଂସ ଘୋଷଣା (ଇଂଲଣ୍ଡ, ୧୯୯୩)।

ସର୍ବନିମ୍ନ ସ୍କୋର୍‌ ହେଉଛି ୬୧ ଅଲ୍‌ଆଉଟ୍‌ (ୱେଷ୍ଟଇଣ୍ଡିଜ ବନାମ ଇଂଲଣ୍ଡ, ୨୦୦୦)। ଏଠାରେ ଅଷ୍ଟ୍ରେଲିଆର ସାର୍ ଡନ୍ ବ୍ରାଡ୍‌ମ୍ୟାନ ୪ଟି ଟେଷ୍ଟରୁ ୧୯୨.୬୦ ଆଭ୍‌ରେଜରେ ୯୬୩ ରନ୍‌ କରିଛନ୍ତି। ହେଡିଂଲିରେ ସର୍ବାଧିକ ବ୍ୟକ୍ତିଗତ ଟେଷ୍ଟ ସ୍କୋର୍‌ ହେଉଛି ଡନ୍ ବ୍ରାଡ୍‌ମ୍ୟାନଙ୍କ ୩୩୪ ରନ୍‌ (ବନାମ ଇଂଲଣ୍ଡ, ୧୯୩୦)। ହେଡିଂଲିରେ ସର୍ବାଧିକ ବ୍ୟାଟିଂ ଆଭ୍‌ରେଜ ୩୩୮.୦୦ ଅଷ୍ଟ୍ରେଲିଆର ଷ୍ଟିଭ୍‌ ୱଙ୍କ ନାମରେ ରହିଛି ।

ଡନ୍ ବ୍ରାଡ୍‌ମ୍ୟାନ୍ ଏଠାରେ ସର୍ବାଧିକ ୪ଟି ଶତକ ମାରିଛନ୍ତି । ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ ଏଠାରେ ୧୨ଟି ଟେଷ୍ଟରୁ ସର୍ବାଧିକ ୫୪ଟି ୱିକେଟ୍‌ ନେଇଛନ୍ତି। ହେଡିଂଲିରେ ଏକ ଟେଷ୍ଟ ଇନିଂସରେ ଶ୍ରେଷ୍ଠ ବୋଲିଂ ସଫଳତା ହେଉଛି ଇଂଲଣ୍ଡର ବବ୍ ୱିଲିସ୍‌ଙ୍କ ୮ ୱିକେଟ୍‌ (ବନାମ ଅଷ୍ଟ୍ରେଲିଆ, ୧୯୮୧)। ଏକ ଟେଷ୍ଟମ୍ୟାଚ୍‌ରେ ଶ୍ରେଷ୍ଠ ବୋଲିଂ ସଫଳତା ହେଉଛି ଇଂଲଣ୍ଡର କଲିନ୍‌ ବ୍ଲାଇଥ୍‌ଙ୍କ ୧୫ ୱିକେଟ୍‌ (ବନାମ ଦକ୍ଷିଣ ଆଫ୍ରିକା, ୧୯୦୭)।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+