ରାହୁଲଙ୍କ ଶତକ; ଲର୍ଡସ୍‌ ଟେଷ୍ଟ୍‌ ପ୍ରଥମ ପାଳି ଟାଇ

ଲର୍ଡସ ଟେଷ୍ଟ୍‌ର ପ୍ରଥମ ପାଳିରେ ବରାବର ସ୍ଥିତି । ଇଂଲଣ୍ଡର ୩୮୭ ରନ୍ ଜବାବରେ ଭାରତ ମଧ୍ୟ ସମାନ ୩୮୭ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଛି।

୨୦୧୫ ପରେ ପ୍ରଥମ ଥର ପାଇଁ ପ୍ରଥମ ପାଳି ଟାଇ ହୋଇଛି। କେଏଲ୍ ରାହୁଲ ଶନିବାର ଶତକ କରିଥିଲେ । ଅନ୍ୟପକ୍ଷରେ ଆହତ ଥିବା ସତ୍ତ୍ବେ ଯନ୍ତ୍ରଣା ଭିତରେ ବି ଋଷଭ ପନ୍ତ୍‌ ଭଲ ବ୍ୟାଟିଂ କରିଥିଲେ। ଉଭୟ ଚତୁର୍ଥ ୱିକେଟ୍‌ ପାଇଁ ୧୪୧ ରନ୍ ଯୋଡ଼ିବା ଭାରତକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲା। ମଧ୍ୟାହ୍ନ ଭୋଜନ ପୂର୍ବ ଓଭରରେ ପନ୍ତ୍ (୭୪, ୧୧୨ ବଲ୍‌, ୮ ଚୌକା, ୨ ଛକା) ରନ୍‌ଆଉଟ୍ ହୋଇଯାଇଥିଲେ।

India s 350-plus streak in Tests and a rare first-innings tie

ରାହୁଲ ବିରତି ପରେ ନିଜ ଦଶମ ଟେଷ୍ଟ୍ ଶତକ (୧୦୦, ୧୭୭ ବଲ୍‌, ୧୩ ଚୌକା) ପୂର୍ଣ୍ଣ କରିଥିଲେ। ଏହା ଇଂଲଣ୍ଡ ବିପକ୍ଷରେ ପଞ୍ଚମ, ଲର୍ଡସରେ ଦ୍ବିତୀୟ ଏବଂ ଚଳିତ ଗସ୍ତରେ ମଧ୍ୟ ଦ୍ବିତୀୟ ଶତକ ହୋଇଥିଲା। କିନ୍ତୁ ଆଗକୁ ବଢ଼ିପାରିନଥିଲେ। ଏହି ସମୟରେ ରବୀନ୍ଦ୍ର ଜାଡ଼େଜା ଓ ନୀତୀଶ କୁମାର ରେଡ୍ଡୀ (୩୦, ୯୧ ବଲ୍‌) ଷଷ୍ଠ ୱିକେଟ୍‌ ପାଇଁ ୭୨ ରନ୍ ଯୋଡ଼ିଥିଲେ। ବେନ୍‌ ଷ୍ଟୋକ୍ସଙ୍କ ଦ୍ବିତୀୟ ଶିକାର ହୋଇଥିଲେ ସେ। ରବୀନ୍ଦ୍ର ଜାଡ଼େଜା ଓ ୱାସିଂଟନ୍ ସୁନ୍ଦର ସପ୍ତମ ୱିକେଟ୍‌ ପାଇଁ ୫୦ ରନ୍‌ ଯୋଡ଼ିଥିଲେ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୩୮୭ (‌ଜୋ ରୁଟ୍‌-୧୦୪, ବ୍ରାଏଡନ୍ କାର୍ସ-୫୬, ଜାମି ସ୍ମିଥ୍-୫୧, ବେନ୍ ‌ଷ୍ଟୋକ୍ସ-୪୪, ଯଶପ୍ରୀତ୍ ବୁମ୍‌ରା-୫/୭୪, ନୀତୀଶ କୁମାର ରେଡ୍ଡୀ-୨/୬୨, ମହମ୍ମଦ ସିରାଜ-୨/୮୫, ରବୀନ୍ଦ୍ର ଜାଡ଼େଜା-୧/୨୯)। ଭାରତ ପ୍ରଥମ ପାଳି: ୧୧୯.୨ ଓଭରରେ ୩୮୭/୧୦ (କେଏଲ୍ ରାହୁଲ-୧୦୦, ଋଷଭ ପନ୍ତ୍‌-୭୪, ରବୀନ୍ଦ୍ର ଜାଡ଼େଜା-୭୨, କରୁଣ ନାୟର-୪୦, ୱାସିଂଟନ୍ ସୁନ୍ଦର-୨୩, କ୍ରିସ୍ ଓକ୍ସ-୩/୮୪, ଜୋଫ୍ରା ଆର୍ଚର-୨/୫୨, ବେନ୍ ‌ଷ୍ଟୋକ୍ସ-୨/୬୩,‌ ସୋଏବ ବସିର-୧/୫୯, ବ୍ରାଏଡନ୍ କାର୍ସ-୧/୮୮)।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+