ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ମହିଳା ଦଳ ଘୋଷିତ, ଦଳରେ କିଏ କିଏ ?

ଭାରତୀୟ ମହିଳା କ୍ରିକେଟ ଦଳ ଆସନ୍ତା ମାସ ଇଂଲଣ୍ଡ ଗସ୍ତ କରି ଏକ ସୀମିତ ଓଭର କ୍ରିକେଟ୍ ସିରିଜ ଖେଳିବ । ଉଭୟ ଦଳ ମଧ୍ୟରେ ୫ଟି ଟି-ଟ୍ୱେଣ୍ଟି ଓ ୩ଟି ଦିନିକିଆ ଖେଳାଯିବ । ଉଭୟ ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ଦୁର୍ଦ୍ଧର୍ଷ ଓପନର ଶେଫାଳି ବର୍ମା ଏବଂ ସ୍ପିନର ସ୍ନେହ ରାଣା ଟି-ଟ୍ୱେଣ୍ଟି ଦଳକୁ ଫେରିଛନ୍ତି ।

ଅନ୍ୟ ପଟରେ ୪ଜଣ ଯୁବ ଖେଳାଳିଙ୍କୁ ମଧ୍ୟ ଏହି ଦଳରେ ସୁଯୋଗ ଦିଆଯାଇଛି । ସେମାନେ ହେଲେ ଅଲରାଉଣ୍ଡର କ୍ରାନ୍ତି ଗୌଡ଼, ସାୟଲି ସତଘରେ, ବାମ ହାତି ସ୍ପିନର ଏନ୍ ଶ୍ରୀ ଚରଣୀ ଓ ସୂଚୀ ଉପାଧ୍ୟାୟ । ଶେଫାଳି ଗତ ବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରଠୁ ଦଳରୁ ଅଣଦେଖା ହୋଇ ଆସୁଥିଲେ । ମାତ୍ର ଘରୋଇ କ୍ରିକେଟ୍ ଏବଂ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ରେ ଦୃଢ଼ ପ୍ରଦର୍ଶନ କରି ଦଳକୁ ଫେରିଛନ୍ତି । ସିନିୟର ମହିଳା ଦିନିକିଆ ଟ୍ରଫିରେ ସେ ୧୫୨.୩୧ ଷ୍ଟ୍ରାଇକ ରେଟ୍ରେ ୫୨୭ରନ୍, ଦିନିକିଆ ଚ୍ୟାଲେଞ୍ଜର ଟ୍ରଫିରେ ୪୧୪ରନ୍ ଏବଂ ଡବ୍ଲ୍ୟୁପିଏଲରେ ୩୦୪ରନ୍ ସଂଗ୍ରହ କରିଥିଲେ ।

Indian women s team announced for England tour

ଶ୍ରୀଲଙ୍କାରେ ଆୟୋଜିତ ଗତ ମହିଳା ତ୍ରି-ରାଷ୍ଟ୍ରୀୟ ଦିନିକିଆ ସିରିଜରେ ଭାରତ ଚାମ୍ପିଅନ୍ ହୋଇଥିଲା । ତେଣୁ ଚୟନ କମିଟି ଦିନିକିଆ ଦଳରେ କୌଣସି ପରିବର୍ତ୍ତନ କରିନାହାନ୍ତି । କେବଳ ଆହତ କାଶବୀ ଗୌତମଙ୍କ ସ୍ଥାନରେ ସାୟଲିଙ୍କୁ ସାମିଲ କରାଯାଇଛି । ଭାରତୀୟ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ଟି ଟି-ଟ୍ୱେଣ୍ଟି (ଜୁନ ୨୮, ଜୁଲାଇ ୧, ୪, ୯, ୧୨ ତାରିଖ) ଏବଂ ୩ଟି ଦିନିକିଆ (ଜୁଲାଇ ୧୬, ୧୯, ୨୨ତାରିଖ) ଖେଳିବ।

ଟି-ଟ୍ୱେଣ୍ଟି ଦଳ: ହର୍ମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧନା (ଉପ ଅଧିନାୟକ), ଶେଫାଳି ବର୍ମା, ଜେମିମା ରୋଡ୍ରିଗ୍ସ, ରିଚା ଘୋଷ, ୟସ୍ତିକା ଭାଟିଆ, ତେଜଲ ହସବନିସ୍, ଦୀପ୍ତି ଶର୍ମା, ସ୍ନେହ ରାଣା, ଶ୍ରୀ ଚରଣୀ, ସୂଚୀ ଉପାଧ୍ୟାୟ, ଅମନଜୋତ କୌର, ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ଼, ସାୟଲି ସତଘରେ ।

ଦିନିକିଆ ଦଳ: ହର୍ମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧନା (ଉପ ଅଧିନାୟକ), ପ୍ରତୀକା ରାୱଲ, ହର୍ଲିନ ଦେଓଲ, ଜେମିମା ରୋଡ୍ରିଗ୍ସ, ରିଚା ଘୋଷ, ୟସ୍ତିକା ଭାଟିଆ, ତେଜଲ ହସବନିସ୍, ଦୀପ୍ତି ଶର୍ମା, ସ୍ନେହ ରାଣା, ଶ୍ରୀ ଚରଣୀ, ସୂଚୀ ଉପାଧ୍ୟାୟ, ଅମନଜୋତ କୌର, ଅରୁନ୍ଧତୀ ରେଡ୍ଡୀ, କ୍ରାନ୍ତି ଗୌଡ଼, ସାୟଲି ସତଘରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+