ମହିଳା ରଗବୀ ଟିମକୁ ସମ୍ବର୍ଦ୍ଧନା
ଭାରତୀୟ ମହିଳା ୧୮ ବର୍ଷରୁ କମ୍ ରଗବୀ ଟିମକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପୁରସ୍କାର ପ୍ରଦାନ କରାଯାଇଛି ।
ଭୁବନେଶ୍ୱର: ଭାରତୀୟ ମହିଳା ୧୮ ବର୍ଷରୁ କମ୍ ରଗବୀ ଟିମକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୧୪ ଜଣିଆ ରାଗବୀ ଟିମକୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରଯାଇଛି । ଏହାସହ ପ୍ରତ୍ୟେକ ଖେଳାଳିଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ରଗବୀ ଇଣ୍ଡିଆ ପକ୍ଷରୁ ମଧ୍ୟ ପ୍ରଦାନ କରାଯାଇଛି ।

କେବଳ ଏତିକି ନୁହେଁ ବ୍ଲେଡ଼ ଅର୍ବାନ ଏୟାର ମୋବିଲିଟି ପକ୍ଷରୁ ମଧ୍ୟ ପ୍ରତ୍ୟେକ ଖେଳାଳିଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ତାସକେଣ୍ଟରେ ଖେଳାଯାଇଥିବା ଏସିଆ ରଗବୀ ଅଣ୍ଡର-୧୮ ସେଭେନ୍ସ ଚାମ୍ପିଅନସିପରେ ରୌପ୍ୟ ପଦକ ପାଇ ଓଡ଼ିଶା ଫେରିଲା ପରେ ମହିଳା ରଗବୀ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧନା ସହ ପୁରସ୍କାର ପ୍ରଦାନ କରାଯାଇଛି ।
ଅଣ୍ଡର-୧୮ ଭାରତୀୟ ମହିଳା ରଗବୀ ଦଳରେ ୩ ଓଡ଼ିଆ ତରୁଲତା ନାୟକ, ମାମା ନାୟକ ଓ ନିର୍ମାଲ୍ୟ ରାଉତ ସାମିଲ ଅଛନ୍ତି । ସୂଚନାଥାଉ କି, ହକି ପରେ ରଗବୀର ପ୍ରାୟୋଜକ ଦାୟିତ୍ୱ ନେଇଛି ଓଡ଼ିଶା ।












Click it and Unblock the Notifications