Indian Women's Hockey Team- ଆଜି ଜର୍ମାନୀ ଉଡିବେ ଦୁଇ ଓଡିଆ ଝିଅ ଦୀପଗ୍ରେସ ଓ ଲିଲିମା
ଆର୍ଜେଣ୍ଟିନା ଗସ୍ତ ପରେ ରାଣୀ ରାମପାଲଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ହକି ଦଳ ଆଜି ଜର୍ମାନୀ ଯାତ୍ରା କରୁଛି ।
ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଗସ୍ତ ପରେ ରାଣୀ ରାମପାଲଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ହକି ଦଳ ଆଜି ଜର୍ମାନୀ ଯାତ୍ରା କରୁଛି । ଘରୋଇ ଜର୍ମାନୀ ଦଳ ବିପକ୍ଷରେ 4 ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ ଭ୍ରମଣକାରୀ ଭାରତୀୟ ଦଳ । ତେବେ ଏହି ମ୍ୟାଚ ଗୁଡିକ ଟୋକିଓ ଅଲିମ୍ପିକ୍ ପ୍ରସ୍ତୁତିର ଏକ ଅଂଶ ହୋଇଛି ।
ତେବେ ସୋମବାର ଘୋଷିତ ହୋଇଥିବା 18 ଜଣ ଭାରତୀୟ ଦଳରେ ଦୁଇ ଓଡିଶା ଖେଳାଳି ଦୀପଗ୍ରେସ ଏକ୍କା ଓ ମିଡଫିଲ୍ଡର ଲିଲିମା ମିଞ୍ଜ ସ୍ଥାନ ପାଇଛନ୍ତି । 18 ଜଣ ଖେଳାଳି ଏବଂ 7 ଜଣ ସପୋର୍ଟ ଷ୍ଟାଫ୍ଙ୍କୁ ନେଇ ଗଠିତ ଏହି ଦଳ ମଙ୍ଗଳବାର ବେଙ୍ଗାଲୁରୁରୁ ଜର୍ମାନୀ ଉଡିବ ।
ଯେଉଁଠାରେ ସେମାନେ ଜାତୀୟ କୋଚିଂ କ୍ୟାମ୍ପ ପାଇଁ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ସେଣ୍ଟରରେ ରହିଛନ୍ତି।

ବିଶ୍ୱ ନଂ 3 ଜର୍ମାନ ଦଳ ବିପକ୍ଷ ପ୍ରଥମ ମ୍ୟାଚ୍ ଫେବୃଆରୀ 27 ରେ ଧାର୍ଯ୍ୟ ହୋଇଛି ଏବଂ ଦ୍ୱିତୀୟ ମ୍ୟାଚ୍ 28 ଫେବୃଆରୀରେ । ଗୋଟିଏ ଦିନର ବିରତି ପରେ ଦଳ ମାର୍ଚ୍ଚ 2 ରେ ପୁନର୍ବାର ମ୍ୟାଚ ଖେଳିବ ଏବଂ ତା'ପରେ ମାର୍ଚ୍ଚ 4 ରେ ଶେଷ ମ୍ୟାଚ୍ ଖେଳିବ ।
- ଭାରତୀୟ ଦଳ:
- ଗୋଲକିପର: ସବିତା ରଜନୀ ଇଟିମାରପୁ
- ଡିଫେଣ୍ଡର: ଦୀପଗ୍ରେସ୍ ଏକ୍କା, ଗୁରୁଜିତ୍ କୌର, ଉଦିତା ନିଶା
- ମିଡଫିଲ୍ଡର: ନିକି ପ୍ରଧାନ, ମୋନିକା, ନେହା, ଲିଲିମା ମିଞ୍ଜ, ସୁଶୀଲା ଚାନୁ ପୁଖରାମବାମ, ସାଲିମା ଟେଟେ, ନବଜୋତ କୌର
- ଫରୱାର୍ଡ: ରାନୀ ରାମପାଲ(ଅଧିନାୟିକା), ଲାଲେରେସିଆମି, ନବନୀତ୍ କୌର, ରାଜବିନ୍ଦର କୌର, ଶର୍ମିଳା ଦେବି ।












Click it and Unblock the Notifications