Get Updates
Get notified of breaking news, exclusive insights, and must-see stories!

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ରାଣୀ ରାମପାଲ: କହିଲେ, ସବୁ ସଫଳତା ଆପଣଙ୍କ ପାଇଁ ସମ୍ଭବ ହୋଇପାରିଛି

ମହିଳା ଦଳର ଅଧିନାୟିକା ରାଣୀ ରାମପାଲ ମଧ୍ୟ ଏକ ଭିଡିଓ ଟ୍ବିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଭୁବନେଶ୍ବର: ଆଜି ଟୋକିଓ ଅଲମ୍ପିକ୍ସର ବ୍ରୋଞ୍ଜ ପଦକ ମ୍ୟାଚରେ ଗ୍ରେଟ୍ ବ୍ରିଟେନ ସହ ଲଢେଇ କରି ପରାଜିତ ହୋଇଛି ଭାରତୀୟ ମହିଳା ହକି ଦଳ । ତେବେ ଦଳର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ପ୍ରଶଂସା କରିଛନ୍ତି । ଅନ୍ୟପଟେ ମହିଳା ଦଳର ଅଧିନାୟିକା ରାଣୀ ରାମପାଲ ମଧ୍ୟ ଏକ ଭିଡିଓ ଟ୍ବିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

tokyo olympics 2021

ଭିଡିଓରେ ରାଣୀ କହିଛନ୍ତି, ଭାରତୀୟ ମହିଳା ହକି ଦଳ ଆଜି ବିଶ୍ବରେ ପରିଚିତ ହୋଇପାରିଛି । ତେବେ ଏହି ସଫଳତା ପଛର ଶ୍ରେୟ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ସରକାରଙ୍କ ପାଇଁ ସମ୍ଭବ ହୋଇପାରିଛି । ସେ ଆମକୁ ଶ୍ରେଷ୍ଠ ଭିତ୍ତିଭୂମି ଯୋଗାଇ ଦେଇଛନ୍ତି ଫଳରେ ଆମେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ପାରିଛୁ ।

ସୂଚନାଥାଉ କି, 2018ରୁ ଜାତୀୟ ହକି ଦଳ ପ୍ରାୟୋଜକ ରହିଛନ୍ତି ରାଜ୍ୟ ସରକାର । ଦଳର ଏହି ଐତିହାସିକ ବିଜୟରେ ଖୁସ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍‌ସିଂରେ ନବୀନ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଗ୍ରେଟ୍‌ ବ୍ରିଟେନ୍‌ ବିରୋଧରେ ସଂଘର୍ଷପୂର୍ଣ୍ଣ ବ୍ରୋଞ୍ଚ ଲଢ଼େଇରେ ପରାସ୍ତ ହୋଇଥିଲେ ସୁଧା ମନୋବଳ ଦୃଢ଼ କରିବାକୁ ନବୀନ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+