Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାକୁ ଅନୁକରଣ କରୁ ପୂରା ଦେଶ: ରାନୀ ରାମପାଲ

ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାନୀ ରାମପାଲ କହିଛନ୍ତି ଯେ, କ୍ରୀଡା କ୍ଷେତ୍ରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଉଦ୍ୟମ ଜାରି ରଖିଛନ୍ତି, ତାହା ଦେଶର ସମସ୍ତ ରାଜ୍ୟ ଆପଣାଇବା କଥା ।

ଭୁବନେଶ୍ୱର: ଟୋକିଓ ଦେଶର ଟେକ ରଖିଲା ପରେ ଓଡିଶାକୁ ନିମନ୍ତ୍ରୀତ ଅତିଥୀ ହୋଇ ଆସିଛନ୍ତି ଭାରତୀୟ ହକି ଦଳ (ପୁରୁଷ ଓ ମହିଳା) । ଟୋକିଓ ବିଜୟ ପରେ ହକି ଟିମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ନିମନ୍ତ୍ରଣ କରିଥିଲେ । ତେବେ ଓଡିଶାରେ ପହଞ୍ଚିବା ପରେ ଆଜି ପ୍ରେସମିଟ୍ କରିଛନ୍ତି ଖେଳାଳିମାନେ ।

Rani Rampal

ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାନୀ ରାମପାଲ କହିଛନ୍ତି ଯେ, କ୍ରୀଡା କ୍ଷେତ୍ରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଉଦ୍ୟମ ଜାରି ରଖିଛନ୍ତି, ତାହା ଦେଶର ସମସ୍ତ ରାଜ୍ୟ ଆପଣାଇବା କଥା । ସେ କହିଛନ୍ତି, ପ୍ରତି ରାଜ୍ୟ ଗୋଟିଏ ଗୋଟିଏ କ୍ରୀଡା ଆପଣାଇବା ସହ ପୋତ୍ସାହନ ଦେଲେ ଦେଶରେ କ୍ରୀଡାର ବିକାଶ ହେବ । କ୍ରୀଡାର ବିକାଶ ପାଇଁ ନବୀନ ଯେଉଁ ପ୍ରତିବଦ୍ଧତା ଦେଖାଇଛନ୍ତି ତାହା ବେଶ ପ୍ରଂଶସନୀୟ ବୋଲି କହିଛନ୍ତି ରାନୀ ।

ଗତ କିଛି ବର୍ଷ ହେବ ଓଡ଼ିଶାରେ ଉଭୟ ହକି ଓ ହକି ଖେଳାଳୀଙ୍କୁ ଯେଉଁ ଭଲପାଇବା ମିଳିଛି ତାହା ଅତୁଳନୀୟ । ଓଡ଼ିଶାବାସୀଙ୍କ ହୃଦୟରେ ହକି ରହିଛି । ହକି ବାବଦରେ ଏତେଟା ଜାଣିନଥିବା ଲୋକ ବି ଟିମକୁ ଚିୟରଅପ କରିବାକୁ ଷ୍ଟାଡିୟମକୁ ଆସୁଛନ୍ତି । ଯାହା ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ । ଆଉ ଷ୍ଟାଡିୟମରେ ଓଡ଼ିଶାର ଲୋକଙ୍କ ଏଭଳି ଚିୟର ଅପ୍ ଖେଳାଳୀଙ୍କ ମନୋବଳକୁ ବଢାଇବା ସହ ଦମଦାର ପ୍ରଦର୍ଶନ ପାଇଁ ଜୋସ ଭରିଥାଏ ବୋଲି କହିଛନ୍ତି ରାନୀ ।

ଉଲ୍ଲେଖଥାଉ କି, ଓଡିଶା ପ୍ରଥମ ରାଜ୍ୟ ଭାବେ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଭାର 2018ରୁ 5 ବର୍ଷ ପାଇଁ ବହନ କରିଛି । ଖାସକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସେହିପରି ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ହକି ଦଳକୁ ଡାକି ସମ୍ବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନେଇଛି । ଆଉ ଏଭଳି ନିଷ୍ପତ୍ତି ନେଇ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+