ଟୋକିଓ ଅଲମ୍ପିକ ପାଇଁ ଭାରତୀୟ ମହିଳା ହକି ଦଳ ଘୋଷିତ, ଏକମାତ୍ର ଓଡିଆ ଭାବେ ଦୀପ୍ ଗ୍ରେସ୍ ଏକ୍କା ସାମିଲ
ଟୋକିଓ ଅଲିମ୍ପିକ୍ ପାଇଁ ହକି ଇଣ୍ଡିଆ ୧୬ ଜଣିଆ ଭାରତୀୟ ମହିଳା ଟିମର ଘୋଷଣା କରିଛି। ଟିମରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଦୀପ ଗ୍ରେସ୍ ଏକ୍କାଙ୍କୁ ସ୍ଥାନ ମିଳିଛି। ୨୦୧୬ ରିଓ ଅଲମ୍ପିକରେ ମଧ୍ୟ ଦଳରେ ସାମିଲ ହୋଇଥିଲେ ଦିପଗ୍ରେସ୍ ।
ଭୁବନେଶ୍ବର: ଟୋକିଓ ଅଲିମ୍ପିକ୍ ପାଇଁ ହକି ଇଣ୍ଡିଆ ୧୬ ଜଣିଆ ଭାରତୀୟ ମହିଳା ଟିମର ଘୋଷଣା କରିଛି। ଟିମରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଦୀପ ଗ୍ରେସ୍ ଏକ୍କାଙ୍କୁ ସ୍ଥାନ ମିଳିଛି। ୨୦୧୬ ରିଓ ଅଲମ୍ପିକରେ ମଧ୍ୟ ଦଳରେ ସାମିଲ ହୋଇଥିଲେ ଦିପଗ୍ରେସ୍ । ଟିମର କ୍ୟାପଟେନ୍ ଦାୟିତ୍ୱ ସର୍ବୋପରି ରାନୀ ରାମପଲଙ୍କୁ ଦିଆଯାଇଛି। ବେଙ୍ଗାଲୁରୁର ସାଇ ସେଣ୍ଟରରେ ଚାଲିଥିବା କ୍ୟାମ୍ପରୁ ଟିମ୍ ଚୟନ କରାଯାଇଛି।

ଭାରତୀୟ ସ୍କ୍ୱାଡରେ ୮ ଜଣ ଅଭିଜ୍ଞ ଭେଟେରାନଙ୍କୁ ସ୍ଥାନ ମିଳିଥିବା ବେଳେ ୮ ନୂଆ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି, ଯେଉଁମାନେ ଅଲିମ୍ପିକ୍ ଡେବ୍ୟୁ କରିବେ। ୧୬ ଜଣିଆ ସ୍କ୍ୱାଡରେ ୮ ଜଣ ଅଭିଜ୍ଞ ଖେଳାଳି ଯଥା ରାନୀ, ସବିତା, ଦୀପ ଗ୍ରେସ ଏକ୍କା, ସୁଶୀଲା ଚାନୁ ପୁଖରାମବାମ୍, ମୋନିକା, ନିକ୍କି ପ୍ରଧାନ, ନବଜୋତ୍ କୌର୍ ଓ ବନ୍ଦନା କାଟାରିଆ ସ୍ଥାନ ପାଇଛନ୍ତି। ଏମାନଙ୍କ ପାଖରେ ଅଲିମ୍ପିକ୍ ସହ ପ୍ରଚୁର ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି। ଏହି ୮ ଖେଳାଳି ମୋଟ ୧୪୯୨ ମ୍ୟାଚ୍ ଖେଳିଛନ୍ତି। ସେହିପରି ଅଲିମ୍ପିକରେ ଡେବ୍ୟୁ କରିବାକୁ ଥିବା ୮ ନୂଆ ଖେଳାଳି ହେଲେ ଗୁରଜିତ୍ କୌର୍, ଉଦିତା, ନିଶା, ନେହା, ନବନୀତ କୌର, ଶର୍ମିଳା ଦେବୀ ଓ ଲାଲରେମଶିଆମି।
Your Indian Women's Hockey Team for #Tokyo2020 is here 🇮🇳
Are you excited? 🤩#IndiaKaGame #HaiTaiyyar #StrongerTogether #HockeyInvites #WeAreTeamIndia #Hockey pic.twitter.com/BOaogA1r5p
— Hockey India (@TheHockeyIndia) June 17, 2021
ଭାରତୀୟ ସ୍କ୍ୱାଡ୍
- ଗୋଲକିପର: ସବିତା
- ଡିଫେଣ୍ଡର୍ସ: ଦୀପ୍ ଗ୍ରେସ୍ ଏକ୍କା, ନିକ୍କି ପ୍ରଧାନ, ଗୁରଜିତ୍ କୌର୍, ଉଦିତା
- ମିଡଫିଲ୍ଡର୍ସ: ନିଶା, ନେହା, ସୁଶୀଲା ଚାନୁ ପୁଖରାମବାମ୍, ମୋନିକା, ନବଜୋତ୍ କୌର୍, ସାଲିମା ଟେଟେ
- ଫରୱାର୍ଡସ୍: ରାନୀ (କ୍ୟାପଟେନ୍), ନବନୀତ୍ କୌର, ଲାଲରେମଶିଆମି, ବନ୍ଦନା କାଟାରିଆ, ଶର୍ମିଳା ଦେବୀ ।












Click it and Unblock the Notifications