ଭାରତୀୟ ଅଲମ୍ପିଆନଙ୍କୁ ଅଗଷ୍ଟ 15ରେ ଏକାଠି କରିବେ ମୋଦି

ଆସନ୍ତା ଅଗଷ୍ଟ 15ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅଲିମ୍ପିକ୍ କଣ୍ଟିଜେଣ୍ଟକୁ ଲାଲ କିଲ୍ଲାକୁ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ କରିବେ । ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ମିଳିଥିବା ସୂଚନାନୁସାରେ, ପିଏମ ମୋଦି ପ୍ରତି ଖେଳାଳିଙ୍କ ସହ ବ୍ୟକ୍ତିଗତ ଭାବ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ 15ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଅଲିମ୍ପିକ୍ କଣ୍ଟିଜେଣ୍ଟକୁ ଲାଲ କିଲ୍ଲାକୁ ବିଶେଷ ଅତିଥି ଭାବରେ ନିମନ୍ତ୍ରଣ କରିବେ । ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ମିଳିଥିବା ସୂଚନାନୁସାରେ, ପିଏମ ମୋଦି ପ୍ରତି ଖେଳାଳିଙ୍କ ସହ ବ୍ୟକ୍ତିଗତ ଭାବେ କଥାବାର୍ତ୍ତା କରିବେ ଏବଂ ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନା କରିବେ। ଏହାପୂର୍ବରୁ ରବିବାର ଦିନ ପିଭି ସିନ୍ଧୁ ଦେଶର ଦ୍ବିତୀୟ ଅଲିମ୍ପିକ୍ ପଦକ ଜିତିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଭାରତର ଗର୍ବ ବୋଲି କହିଛନ୍ତି । ସେ କହିଛନ୍ତି ଯେ ସିନ୍ଧୁ ଦେଶର ଅନ୍ୟତମ ଶ୍ରେଷ୍ଠ ଅଲିମ୍ପିଆନ୍।

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓରେ ଭାରତୀୟ କଣ୍ଟିଜେଣ୍ଟର ପ୍ରଦର୍ଶନ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଏବଂ ଖେଳାଳିଙ୍କ ନିକଟରେ ତାଙ୍କର ସକାରାତ୍ମକ ବାର୍ତ୍ତା ପହଞ୍ଚାଉଛନ୍ତି। ଆଜି ଭାରତୀୟ ହକି ଦଳ ସେମିଫାଇନାଲ ମ୍ୟାଚରେ ବେଲଜିୟମଠାରୁ ପରାଜିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି ଯେ ଏହା ଭାରତୀୟ ହକି ଦଳର ଏକ ଭଲ ପ୍ରଦର୍ଶନ। ଖେଳାଳିମାନେ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ ଦେଇଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ହାରିବା ଏବଂ ଜିତିବା ଖେଳର ଏକ ଅଂଶ ଏବଂ ଭାରତ ତାର ଖେଳାଳିଙ୍କ ପାଇଁ ଗର୍ବିତ। ଟୋକିଓ ଯିବା ପୂର୍ବରୁ ନରେନ୍ଦ୍ର ମୋଦୀ ଭାରତୀୟ ଅଲିମ୍ପିକ ଦଳର ଖେଳାଳିଙ୍କ ସହ ଏକ ଭର୍ଚୁଆଲ ବାର୍ତ୍ତାଳାପ କରିଥିଲେ, ଯେଉଁଥିରେ ସେ ଖେଳାଳିମାନଙ୍କୁ ବହୁତ ଖୁସିରେ ଉତ୍ସାହିତ କରିଥିଲେ ଏବଂ ପ୍ରତିଶୃତି ମଧ୍ୟ ଦେଇଥିଲେ ଯେ ଯେତେବେଳେ ସମସ୍ତ ଖେଳାଳି ଟୋକିଓରୁ ଘରକୁ ଫେରିବେ। ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବରେ ସମସ୍ତଙ୍କୁ ଭେଟିବେ ।

ଚଳିତ ଅଲିମ୍ପିକ୍ସରେ ଭାରତ ଖାତରେ ଦୁଇଟି ପଦକ ରହିଥିବା ବେଳେ ଅନ୍ୟ ଏକ ପଦକ ମଧ୍ୟ ନିଶ୍ଚିତ ହୋଇଛି । ଭାରଉତ୍ତୋଳନରେ ମିରବାଇ ଚାନୁ ରୌପ୍ୟ ପଦକ ଜିତିଥିବା ବେଳେ ଏବଂ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେହିପରି ବକ୍ସର ଲୋଭଲିନା ମଧ୍ୟ ଗୋଟିଏ ପଦକ ନିଶ୍ଚିତ କରିଛନ୍ତି । ସେ ଆସନ୍ତାକାଲି ସେମିଫାଇନାଲ ଖେଳିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+