ଭାରତୀୟ କିଶୋର ଗ୍ରାଣ୍ଡମାଷ୍ଟର୍ ଡି. ଗୁକେଶଙ୍କୁ ଶୁଭେଚ୍ଛା ଜଣାଇଲେ ଏଲୋନ ମସ୍କ୍
ଭାରତୀୟ କିଶୋର ଗ୍ରାଣ୍ଡମାଷ୍ଟର୍ ଡି. ଗୁକେଶଙ୍କ ଐତିହାସିକ ବିଜୟକୁ ନେଇ ଏବେ ସାରା ଦେଶ ଗର୍ବ କରୁଛି। ଭାରତୟ ୧୮ ବର୍ଷୀୟା ଗୁକେଶ ସର୍ବ କନିଷ୍ଠ ବିଶ୍ୱ ଚେସ ଚାମ୍ପିୟନ ଭାବରେ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ଏବେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି କୋଟିପତି ବ୍ୟବସାୟୀ ଏଲନ ମସ୍କ। ଏକ୍ସରେ ଗୁକେଶଙ୍କ ପୋଷ୍ଟ୍କୁ ସେୟାର୍ କରି ମସ୍କ ଲେଖିଛନ୍ତି, 'ଅଭିନନ୍ଦନ'।

ସାରା ବିଶ୍ବର ବହୁ ଗ୍ରାଣ୍ଡମାଷ୍ଟର୍ ଓ ଲକ୍ଷ ଲକ୍ଷ ଚେସ୍ ଖେଳାଳି ଓ ପ୍ରଶଂସକ ଗୁକେଶଙ୍କୁ ଶୁଭକାମନା ଜଣାଇଛନ୍ତି। ଏହି ତାଲିକାରେ ରୁଷିଆର ଅନ୍ୟତମ କିଂବଦନ୍ତି ଚେସ୍ ତାରକା ଗ୍ୟାରି କାସ୍ପାରୋଭ ମଧ୍ୟ ରହିଛନ୍ତି।
କାସ୍ପାରୋଭ ନିଜ ପ୍ରତିକ୍ରିୟାରେ ଗୁକେଶଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଗୁକେଶ ଚେସ୍ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିଛନ୍ତି। ତାଙ୍କ ମା' ବହୁତ ଖୁସି ଥିବେ। ଭାରତୀୟ ଚେସ୍ର ଭବିଷ୍ୟତ ବେଶ୍ ଉଜ୍ଜ୍ବଳ। ଗୁକେଶ ସଫଳତାର ସହ ନିଜର ସବୁ ପ୍ରତିବନ୍ଧ ଦୂର କରିଛନ୍ତି। ବୟସକୁ ଦେଖିଲେ ତାଙ୍କଠାରୁ ୟାଠୁ ଅଧିକ କିଛି ଆଶା କରାଯାଇ ନପାରେ।












Click it and Unblock the Notifications