ହୋଟେଲ ରୁମରେ ସାମୁହିକ ଅକ୍ସନ ଦେଖୁଛନ୍ତି ଟିମ ଇଣ୍ଡିଆ ଖେଳାଳି, ଫୋଟୋ ଶେୟାର କଲେ ରୋହିତ
ବାଙ୍ଗାଲୋର: ଇଣ୍ଡିଆନ୍ ପ୍ରିମିୟର ଲିଗର 15 ତମ ସିଜନ୍ ଜୋରସୋରରେ ଚାଲିଛି । ପ୍ରଶଂସକମାନଙ୍କ ପରି, ଖେଳାଳିମାନଙ୍କ ମଧ୍ୟରେ ବି ଦେଖାଦେଇଥିଲା ଉତ୍ସୁକତା। କ୍ରିକେଟ ଦୁନିଆର ଏହି ରୋମାଞ୍ଚକର ଯୁଦ୍ଧରେ କିଏ କେତେ ପାଇବେ ଜାଣିବାକୁ ଫ୍ୟାନମାନଙ୍କ ମଧ୍ୟରେ ଯେତିକି ଆଗ୍ରହ ତା'ଠାରୁ ଅଧିକ ଆତୁରତା ଥିଲା ଖୋଦ ଖେଳାଳିଙ୍କ ମଧ୍ୟରେ ।

ବାଙ୍ଗାଲୋରରେ ନିଲାମ ଚାଲିଥିବା ବେଳେ ଭାରତୀୟ କ୍ରିକେଟ୍ ଦଳର ଖେଳାଳିମାନେ କୋଲକାତାରେ ଅଛନ୍ତି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଖେଳାଳିମାନେ କୋଲକାତାରେ ଅଛନ୍ତି। ନିଲାମ ପ୍ରକ୍ରିୟାକୁ ଆଗ୍ରହର ସହିତ ଦେଖୁଥିବା ଖେଳାଳୀମାନଙ୍କ ଏକ ଫୋଟୋ ଶେୟାର କରିଛନ୍ତ ଅଧିନାୟକ ରୋହିତ ଶର୍ମା। ଖେଳାଳିମାନେ ଏହି ରୋମାଞ୍ଚକର ନିଲାମକୁ ଏକାଠି ଦେଖୁଛନ୍ତି । ନିଲାମ ପ୍ରକ୍ରିୟାକୁ ସାମୁହିକ ଦେଖୁଥିବା ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ, ଇଶାନ୍ତ କିଶନ, ୟୁସବେନ୍ଦ୍ର ଚହଲ, ଶ୍ରେୟାସ ଆୟର ଏବଂ ଶାର୍ଦ୍ଦୁଲ ଠାକୁର । ରୋହିତ କେତେକଙ୍କ ଚାପକୁ ଚାପ ଏବଂ କିଛି ଆନନ୍ଦରେ କ୍ୟାପସନ୍ ଦେଇଛନ୍ତି ।












Click it and Unblock the Notifications