Get Updates
Get notified of breaking news, exclusive insights, and must-see stories!

ଦ୍ଵିତୀୟ ସନ୍ତାନର ପିତା ହେଲେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା, ଖେଲିବେନି ଏହି ଟେଷ୍ଟ ମ୍ୟାଚ

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଦ୍ବିତୀୟ ସନ୍ତାନର ପିତା ହୋଇଛନ୍ତି। ରୋହିତଙ୍କ ପତ୍ନୀ ଋତିକା ମୁମ୍ବଇର ଏକ ଘରୋଇ ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ପୂର୍ବରୁ ତାଙ୍କର ଏକ ଝିଅ ଥିଲା। ଏହି ଖବର ଆସିବା ପରେ ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଭାରତୀୟ ଦଳ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳା ଖେଳିବା ଲାଗି ଅଷ୍ଟ୍ରେଲିଆରେ ଅଛି।

Rohit Sharma

ପିତା ହେବାକୁ ଥିବାରୁ ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତ କରିନାହାନ୍ତି। ଏ ନେଇ ରୋହିତ ବିସିସିଆଇକୁ ମଧ୍ୟ ଅବଗତ କରାଇବା ସହ ଛୁଟି ମାଗିଥିଲେ। ବିସିସିଆଇ ରୋହିତଙ୍କ ପ୍ରସ୍ତାବକୁ ସମ୍ମାନ ଦେବା ସହିତ ଛୁଟି ମଞ୍ଜୁର କରିଥିଲା। ରୋହିତ ମୁମ୍ବଇରେ ରହି ଅଭ୍ୟାସ ଜାରି ରଖିଛନ୍ତି। ରୋହିତଙ୍କୁ ଅଭ୍ୟାସ ନେଇ ମୁମ୍ବଇ କ୍ରିକେଟ ଆସୋସିଏସନ ପକ୍ଷରୁ ସମସ୍ତ ପ୍ରକାର ସୁବିଧାସୁଯୋଗ ଯୋଗାଇ ଦିଆଯାଇଛି। ଏବେ ଦ୍ବିତୀୟ ସନ୍ତାନର ପିତା ହେବା ପରେ ପର୍ଥ ଟେଷ୍ଟ ନଖେଳିବା ନେଇ ସ୍ପଷ୍ଟ ହୋଇଛି। ରୋହିତଙ୍କ ଅନୁପସ୍ଥିତିରେ ଦ୍ରୁତ ବୋଲର ବୁମ୍‌ରା ପର୍ଥ ଟେଷ୍ଟରେ ଭାରତର ନେତୃତ୍ବ ନେବେ। ଡିସେମ୍ବର ୬ରୁ ଖେଳାଯିବାକୁ ଥିବା ଦ୍ବିତୀୟ ଟେଷ୍ଟ ବେଳକୁ ରୋହିତ ଦଳ ସହିତ ଯୋଗ ଦେ​‌ବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ରୋହିତଙ୍କ ସ୍ଥାନରେ ପ୍ରଥମ ଟେଷ୍ଟରେ ଲୋକେଶ ରାହୁଲ କିମ୍ବା ଅଭିମନ୍ୟୁ ଈଶ୍ବରନଙ୍କ ମଧ୍ୟରୁ ଜଣେ ଓପନିଂ କରିପାରନ୍ତି।

ରାହୁଲ ଅଭ୍ୟାସ ସମୟରେ ଆଘାତପ୍ରାପ୍ତ ହୋଇଥିଲେ। କିନ୍ତୁ ବିସିସିଆଇ ପକ୍ଷରୁ ରାହୁଲଙ୍କ ଆଘାତ ଗୁରୁତର ନୁହେଁ ବୋଲି ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ ସର୍ଫରାଜ ଖାନ ଓ ଶୁବମାନ ଗିଲ୍‌ ମଧ୍ୟ ଆଘାତପ୍ରାପ୍ତ ହୋଇଛନ୍ତି। ସର୍ଫରାଜଙ୍କ ଆଘାତ ମଧ୍ୟ ଗୁରୁତର ନଥିବା କୁହାଯାଇଛି। ଗିଲ୍‌ଙ୍କ ବୁଢା ଆଙ୍ଗୁଠିରେ ଆଘାତ ଲାଗିଛି। ଫଳରେ ସେ ପ୍ରଥମ ଟେଷ୍ଟ ଖେଳିବା ନେଇ ମଧ୍ୟ ଆଶଙ୍କା ରହିଛି। ଗିଲ୍‌ ଯଦି ନଖେଳନ୍ତି ତେବେ ପର୍ଥ ଟେଷ୍ଟରେ ରାହୁଲ ଓ ସର୍ଫରାଜ ଖେଳିବା ନିଶ୍ଚିତ ହେବ। ସୂଚନାଯୋଗ୍ୟ, ଭାରତ ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଟେ​‌ଷ୍ଟ ଶୃଙ୍ଖଳା ଗୁରୁତ୍ବପୂର୍ଣ୍ଣ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+