Champions Trophy ପାଇଁ ଭାରତୀୟ ଦଳ ଘୋଷଣା: କାହାକୁ ମିଳିଲା ସ୍ଥାନ, କିଏ ବାଦ ?
ଫେବୃଆରୀରେ ପାକିସ୍ତାନ ଏବଂ ୟୁଏଇରେ ଖେଳାଯିବ ଚମ୍ପିଆନ୍ସ ଟ୍ରଫି-୨୦୨୫ । ଏଥିପାଇଁ ଭାରତୀୟ ଖେଳାଳିଙ୍କ ଚୟନକୁ ସମସ୍ତଙ୍କର ଅପେକ୍ଷା । ଏହାପୂର୍ବରୁ ଶ୍ରୀଲଙ୍କାରେ ଖେଳାଯିବ ଦିବ୍ୟାଙ୍ଗ ଚମ୍ପିଆନ୍ସ ଟ୍ରଫି । ଜାନୁୟାରୀ ୧୨ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି ।
୨୦୧୯ ପରେ ପ୍ରଥମ ଥର ପାଇଁ ଦିବ୍ୟାଙ୍ଗ ଚମ୍ପିଆନ୍ସ ଟ୍ରଫି ଖେଳାଯିବ । ଏଥିପାଇଁ ରୋହିତ ଜଲାନୀଙ୍କୁ କୋଚ୍ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ଦଳରେ ୧୭ ଜଣ କ୍ରିକେଟରଙ୍କୁ ଦଳରେ ସୁଯୋଗ ମିଳିଛି ।
ଏହି ଖେଳାଳିଙ୍କୁ ସୁଯୋଗ: ଦିବ୍ୟାଙ୍ଗ ଚମ୍ପିଆନ୍ସ ଟ୍ରଫିରେ ବିକ୍ରାନ୍ତ ରବିନ୍ଦ୍ର କେନୀଙ୍କୁ ଦଳର ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଉପ-ଅଧିନାୟକ ଭାବରେ ରବିନ୍ଦ୍ର ଗୋପୀନାଥ ସାଣ୍ଟେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଦିବ୍ୟାଙ୍ଗ ଚମ୍ପିଆନ୍ସ ଟ୍ରଫି ପାଇଁ ଭାରତୀୟ ଦଳ: ବିକ୍ରାନ୍ତ ରବିନ୍ଦ୍ର କେନୀ(ଅଧିନାୟକ), ରବିନ୍ଦ୍ର ଗୋପୀନାଥ ସାଣ୍ଟେ(ଉପ-ଅଧିନାୟକ), ଯୋଗେନ୍ଦର ସିଂହ, ଅଖିଲ ରେଡ୍ଡୀ, ରାଧିକା ପ୍ରସାଦ, ଦେପେନ୍ଦ୍ର ସିଂହ, ଆକାଶ ଅନୀଲ ପାଟିଲ, ସନୀ ଗୋୟତ, ପବନ କୁମାର, ଜିତେନ୍ଦ୍ର, ନରେନ୍ଦ୍ର, ରାଜେଶ, ନିଖିଲ ମନହାସ, ଆମିର ହସନ୍, ମାଜିଦ ମାଗରେ, କ୍ରୁଣାଳ ଦତ୍ତାତ୍ରେୟ ଫନାସେ ଏବଂ ସୁରେନ୍ଦ୍ର ।












Click it and Unblock the Notifications