ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା; ରବିନ୍ଦ୍ର ଜାଡେଜା ଉପଅଧିନାୟକ
ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଟିମରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ସିରିଜ ପାଇଁ ରବିନ୍ଦ୍ର ଜାଡେଜାଙ୍କୁ ଉପ ଅଧିନାୟକ ଦାୟିତ୍ବ ମିଳିଛି । ଟିମକୁ ଫେରିଛନ୍ତି ଦେବଦତ୍ତ ପାଡ୍ଡିକିଲ । ସେହିପରି ଇଂଲଣ୍ଡ ଗସ୍ତ ବେଳେ କରୁଣ ନାୟରଙ୍କୁ ସ୍ଥାନ ମିଳିଥିଲା, କିନ୍ତୁ ଏଥର ତାଙ୍କୁ ବାଦ୍ ଦିଆଯାଇଛି ।
ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ ଅକ୍ଟୋବରରୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ । ସେହିପରି ଦ୍ବିତୀୟ ଟେଷ୍ଟ ମ୍ୟାଚ ୧୦ ଅକ୍ଟୋବରରେ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ ।

ରିଷଭ ପନ୍ତଙ୍କ ଆହତଜନିତ ସମସ୍ୟା ଯୋଗୁଁ ଟିମରେ ସ୍ଥାନ ମିଳିନି । ପନ୍ତ ତାଙ୍କ ଆଘାତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ଏହି ଟେଷ୍ଟ ସିରିଜ୍ ପାଇଁ ଚୟନ ଦୌଡ଼ରୁ ବାଦ ଦିଆଯାଇଛି । ପନ୍ତଙ୍କ ପାଦରେ ଲାଗିଥିବା ଆଘାତ ସଂପୂର୍ଣ୍ଣ ଭାବେ ଠିକ୍ ହୋଇନାହିଁ । ଏଥିପାଇଁ ସେ ଏସିଆ କପରେ ଖେଳିପାରିନଥିଲେ । ଏବେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରୁ ମଧ୍ୟ ବାଦ୍ ପଡିଛନ୍ତି ।
ପନ୍ତ ଏବେ ବେଙ୍ଗାଲୁରୁ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଆଘାତ ଯୋଗୁଁ ରିହାବିଲିଟେସନରେ ରହିଛନ୍ତି । କିନ୍ତୁ ସେ ଯାଏଁ ବ୍ୟାଟିଂ ଏବଂ ୱିକେଟକିପିଂରେ ଅଭ୍ୟାସ କରିନାହାନ୍ତି ।
ଭାରତୀୟ ଟେଷ୍ଟ ଟିମ୍ : ଶୁବମନ ଗିଲ୍(ଅଧିନାୟକ), ଯଶସ୍ବୀ ଜୟସୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଦେବଦତ୍ତ ପାଡିକିଲ୍ଲ, ଧ୍ରୁବ ଜୁରେଲ (ୱିକେଟ କିପର), ରବିନ୍ଦ୍ର ଜାଡେଜା ( ଉପଅଧିନାୟକ), ୱାଂଶିଟନ ସୁନ୍ଦର, ଜସପ୍ରୀତ ବୁମରା, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, ଏନ ଜଗଦୀଶନ(ୱିକେଟକପିର), ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, କୁଲଦୀପ ଯାଦବ ।
୪୧ ବର୍ଷ ପରେ ପ୍ରଥମଥର ଏସିଆ କପ୍ ଫାଇନାଲ ଖେଳିବେ ଭାରତ-ପାକିସ୍ତାନ
ପୁଣି ସୁପର ସଣ୍ଡେରେ ସୁପର ସୋ । ୪୧ ବର୍ଷ ପରେ ପ୍ରଥମଥର ଏସିଆ କପ୍ ଫାଇନାଲ ଖେଳିବେ ଭାରତ-ପାକିସ୍ତାନ । ଭାରତ-ପାକିସ୍ତାନ ହାଇ ଭୋଲଟେଜ ମ୍ୟାଚ ଅପେକ୍ଷାରେ କ୍ରୀଡ଼ାପ୍ରେମୀ । ରବିବାର ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ଥର ଏସିଆ କପ୍ କ୍ରିକେଟ ଫାଇନାଲ ମୁକାବିଲା ହେବ। ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ । ସୁପର-୪ ପର୍ଯ୍ୟାୟରେ ଉଭୟ ପାକିସ୍ତାନ ଓ ବାଂଲାଦେଶକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଭାରତ ଫାଇନାଲରେ ପ୍ରବେଶ କରିଥିଲା ।
ଗତକାଲି ଖେଳାଯାଇଥିବା ମ୍ୟାଚରେ ବାଂଲାଦେଶକୁ ୧୧ ରନରେ ପରାସ୍ତ କରି ଦ୍ବିତୀୟ ବିଜୟ ସହ ପାକିସ୍ତାନ ଦ୍ବିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ପାକିସ୍ତାନ ପ୍ରତିପକ୍ଷ ବାଂଲାଦେଶ ଆଗରେ ୧୩୬ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିତିଲା । ଏହି ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୯ ୱିକେଟରେ ୧୨୪ ରନ କରିପାରିଥିଲା । ଦଳ ପକ୍ଷରୁ ଶମିମ ହୋସେନ ସର୍ବାଦିକ ୩୦ ରନ୍ କରିଥିଲେ । ଆଜି ସୁପର-୪ର ଶେଷ ମୁକାବିଲା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ।












Click it and Unblock the Notifications