Get Updates
Get notified of breaking news, exclusive insights, and must-see stories!

ନ୍ୟୁଜିଲାଣ୍ଡ ବିପକ୍ଷ ODI ସିରିଜ୍‌ ପାଇଁ ଭାରତୀୟ ଟିମ୍ ଘୋଷଣା, ଶୁବମନ ଗିଲ୍‌ ଅଧିନାୟକ

ନୂଆ ବର୍ଷରେ ଭାରତୀୟ କ୍ରିକେଟ ଦଳର ପ୍ରଥମ ପରୀକ୍ଷା ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଯାଉଛି । ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୧ ଜାନୁଆରୀରୁ ତିନୋଟି ଦିନିକିଆ ଏବଂ ପାଞ୍ଚଟି ଟି-୨୦ ମ୍ୟାଚ୍ ଖେଳିବ । ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ପୂର୍ବରୁ ଘୋଷଣା କରାଯାଇସାରିଛି । ସେହିପରି ଦିନିକିଆ ସିରିଜ୍ ପାଇଁ ଜାନୁଆରୀ ୩ ଦିନ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି।

Shubman Gill

ଦିନିକିଆ ସିରିଜରେ ଶୁବମନ ଗିଲ୍ ଦଳର ଅଧିନାୟକତ୍ୱ କରିବେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଆଘାତ କାରଣରୁ ଶୁବମନ ଖେଳିପାରିନଥିଲେ, ସେହି ସମୟରେ କେ.ଏଲ୍. ରାହୁଲ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ସେହି ସିରିଜକୁ ଭାରତ ୨-୧ ରେ ନିଜ ନାମରେ କରିଥିଲା । ଶୁବମନଙ୍କ ସହ ମହମ୍ମଦ ସିରାଜ ଏବଂ ଶ୍ରେୟସ ଆୟର ମଧ୍ୟ ଦଳକୁ ଫେରିଛନ୍ତି । ତେବେ ଶ୍ରେୟସ ସେତେବେଳେ ସିରିଜରେ ଭାଗ ନେଇପାରିବେ, ଯେତେବେଳେ ତାଙ୍କୁ ଫିଟ୍ ଘୋଷଣା କରାଯିବ।

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ:

ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍. ରାହୁଲ (ୱିକେଟ୍ କିପର), ଶ୍ରେୟସ ଆୟର (ଉପ-ଅଧିନାୟକ*), ୱାଶିଂଟନ୍ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କୃଷ୍ଣା, କୁଲଦୀପ ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ନୀତୀଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂ ଏବଂ ଯଶସ୍ୱୀ ଜୈସୱାଲ।

ଭାରତ ବନାମ ନ୍ୟୁଜିଲାଣ୍ଡ କାର୍ଯ୍ୟସୂଚୀ
୧୧ ଜାନୁଆରୀ- ପ୍ରଥମ ଦିନିକିଆ, ଭଦୋଦରା
୧୪ ଜାନୁଆରୀ- ଦ୍ୱିତୀୟ ଦିନିକିଆ, ରାଜକୋଟ
୧୮ ଜାନୁଆରୀ- ତୃତୀୟ ଦିନିକିଆ, ଇନ୍ଦୋର
୨୧ ଜାନୁଆରୀ- ପ୍ରଥମ ଟି-୨୦, ନାଗପୁର
୨୩ ଜାନୁଆରୀ- ଦ୍ୱିତୀୟ ଟି-୨୦, ରାୟପୁର
୨୫ ଜାନୁଆରୀ- ତୃତୀୟ ଟି-୨୦, ଗୁଆହାଟୀ
୨୮ ଜାନୁଆରୀ- ଚତୁର୍ଥ ଟି-୨୦, ବିଶାଖାପାଟଣା
୩୧ ଜାନୁଆରୀ- ପଞ୍ଚମ ଟି-୨୦, ତିରୁବନନ୍ତପୁରମ୍

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+