ଅଷ୍ଟ୍ରେଲିଆ ବିପକ୍ଷ ୩ ଦିନିକିଆ ପାଇଁ ଭାରତୀୟ ଟିମ୍‌ ଘୋଷଣା: ରୋହିତ, ବିରାଟଙ୍କୁ...

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଭାରତ 'ଏ' ଟିମ୍‌ ଘୋଷଣା କରିଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ। ମିଡ଼ିଆ ରିପୋର୍ଟ ଅନୁଯାୟୀ, ଉଭୟ ଷ୍ଟାର ଖେଳାଳି ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଭାରତ 'ଏ' ଟିମ୍‌ରେ ଖେଳି ନିଜକୁ ପ୍ରମାଣ କରିବାକୁ ଚାହୁଁଥିଲେ, କିନ୍ତୁ ବିସିସିଆଇ ସେମାନଙ୍କୁ ଦଳରେ ସାମିଲ କରିନଥିଲା।

ରୋହିତ ଶର୍ମା ଓ ବିରାଟ କୋହଲି ଟି-୨୦ ଓ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ହେଁ, ଦିନିକିଆରେ ଏବେ ବି ଖେଳୁଛନ୍ତି। ରୋହିତ ଭାରତୀୟ ଦିନିକିଆ ଟିମ୍‌ର ଅଧିନାୟକ। ଉଭୟେ ବ୍ରୋଙ୍କୋ ଟେଷ୍ଟ ଓ ୟୋ-ୟୋ ଟେଷ୍ଟ ପାସ୍‌ କରିଛନ୍ତି ଏବଂ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ନେଟ୍‌ରେ କଠିନ ଅଭ୍ୟାସ କରୁଛନ୍ତି। ସେମାନେ ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତରେ ମୁଖ୍ୟ ଟିମ୍‌ରେ ଖେଳିବେ।

ଭାରତ 'ଏ' ଓ ଅଷ୍ଟ୍ରେଲିଆ 'ଏ' ମଧ୍ୟରେ ସିରିଜ୍‌ ୩୦ ସେପ୍ଟେମ୍ବରରୁ କାନପୁରରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ରଜତ ପାଟିଦାର ଓ ଦ୍ୱିତୀୟ ତଥା ତୃତୀୟ ମ୍ୟାଚ୍‌ରେ ତିଲକ ବର୍ମା ଅଧିନାୟକତ୍ୱ କରିବେ। ସିରିଜ୍‌ର ମ୍ୟାଚ୍‌ଗୁଡ଼ିକ ୩୦ ସେପ୍ଟେମ୍ବର, ୩ ଅକ୍ଟୋବର ଓ ୫ ଅକ୍ଟୋବର କାନପୁରରେ ଖେଳାଯିବ।

Indian team announced for 3-day series against Australia

ପ୍ରଥମ ମ୍ୟାଚ୍‌ ପାଇଁ ଭାରତ 'ଏ' ସ୍କ୍ୱାଡ୍‌:
ରଜତ ପାଟିଦାର (ଅଧିନାୟକ), ପ୍ରଭସିମରନ ସିଂହ (ୱିକେଟକିପର), ରିୟାନ୍‌ ପରାଗ, ଆୟୁଷ ବଡୋନୀ, ସୂର୍ଯ୍ୟାଂଶ ଶେଡ଼ଗେ, ବିପରଜ ନିଗମ, ନିଶାନ୍ତ ସିନ୍ଧୁ, ଗୁରଜାପନୀତ ସିଂହ, ଯୁଦ୍ଧବୀର ସିଂହ, ରବି ବିଶ୍ନୋଇ, ଅଭିଷେକ ପୋରେଲ (ୱିକେଟକିପର), ପ୍ରିୟାଂଶ ଆର୍ଯ୍ୟ, ସିମରଜିତ ସିଂହ।

ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ପାଇଁ ସ୍କ୍ୱାଡ୍‌:
ତିଲକ ବର୍ମା (ଅଧିନାୟକ), ରଜତ ପାଟିଦାର (ଉପଅଧିନାୟକ), ଅଭିଷେକ ଶର୍ମା, ପ୍ରଭସିମରନ ସିଂହ (ୱିକେଟକିପର), ରିୟାନ୍‌ ପରାଗ, ଆୟୁଷ ବଡୋନୀ, ସୂର୍ଯ୍ୟାଂଶ ଶେଡ଼ଗେ, ବିପରଜ ନିଗମ, ନିଶାନ୍ତ ସିନ୍ଧୁ, ଗୁରଜାପନୀତ ସିଂହ, ଯୁଦ୍ଧବୀର ସିଂହ, ରବି ବିଶ୍ନୋଇ, ଅଭିଷେକ ପୋରେଲ (ୱିକେଟକିପର), ହର୍ଷିତ ରାଣା, ଅର୍ଶଦୀପ ସିଂହ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+