Get Updates
Get notified of breaking news, exclusive insights, and must-see stories!

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା; ଜାଣନ୍ତୁ ଦଳରେ କିଏ କିଏ ?

ବାଂଲାଦେଶ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ରବିବାର ଭାରତୀୟ ଦଳ ଘୋଷଣା କରାଯାଇଛି । ପ୍ରଥମ ଟେଷ୍ଟ ପାଇଁ ଘୋଷଣା କରାଯାଇଥିବା ଦଳକୁ ଉଇକେଟ କିପର ବ୍ୟାଟର ରିଷଭ ପନ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦୁର୍ଘଟଣା କାରଣରୁ ଦୀର୍ଘ ୨ ବର୍ଷ ଧରି ଭାରତୀୟ ଦଳରୁ ଦୂରେଇ ରହିଥିଲେ ପନ୍ତ। ଟି୨୦ ବିଶ୍ୱକପରେ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଦୁଇ ବର୍ଷ ବ୍ୟବଧାନରେ ପ୍ରଥମ ଥର ତାଙ୍କୁ ଟେଷ୍ଟ ଜର୍ସିରେ ଦେଖିବାକୁ ମିଳିବ।

ପ୍ରଥମ ଟେଷ୍ଟ ପରେ ଦ୍ୱିତୀୟ ଟେଷ୍ଟ ପାଇଁ ଦଳ ଘୋଷଣା କରାଯିବ। ରୋହିତ ଶର୍ମା ଏହି ଦଳର ଅଧିନାୟକ ରହିଥିବା ବେଳେ ଧ୍ରୁବ୍‌ ଜୁରେଲ ଓ ସର୍ଫରାଜ ଖାନ୍‌ ଦ୍ୱିତୀୟ ପସନ୍ଦର ଉଇକେଟ କିପର ରହିଛନ୍ତି। ଇଂଲଣ୍ଡ ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଆକାଶ ଦୀପ ସ୍ଥାନ ବଜାୟ ରଖିଥିବା ବେଳେ ୟଶ ଦୟାଲଙ୍କୁ ପ୍ରଥମ ଥର ଟେଷ୍ଟ ଦଳକୁ ଡାକରା ମିଳିଛି।

ind vs ban

ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁବମାନ ଗିଲ୍‌, ବିରାଟ କୋହଲି, ଲୋକେଶ ରାହୁଲ, ସର୍ଫରାଜ ଖାନ୍‌, ରିଷଭ ପନ୍ତ, ଧ୍ରୁବ ଜୁରେଲ(ଉଇକେଟ କିପର), ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଯଶପ୍ରୀତ ବୁମରା ଓ ୟଶ ଦୟାଲ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+