ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ, ବିଶ୍ୱକପ ପୂର୍ବରୁ କାହାକୁ ମିଳିଲା ସୁଯୋଗ

ମୁମ୍ୱାଇ: ଆଗାମୀ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଟିମ୍ ଇଣ୍ଡିଆର ନବ ନିଯୁକ୍ତ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ୫ଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ୍ ପାଇଁ ଏହି ଘୋଷଣା କରିଛି ।

ତେବେ ସୂର୍ଯ୍ୟକୁମାର ଯାଦବଙ୍କୁ ଉପ ଅଦିନାୟକ ଭାବେ ଚୟନ କରାଯାଇଛି । ଏହି ସିରିଜରେ ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମାଙ୍କୁ ସୁଯୋଗ ମିଳିଛି । ଅନ୍ୟପଟେ କୁଲଦୀପ ଯାଦବ ଦଳକୁ ଫେରିଛନ୍ତି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ ପାଇଁ ସିନିୟର ଖେଳାଳି ରୋହିତ ଶର୍ମା, ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଆସନ୍ତା ମାସ ୩ ତାରିଖରୁ ଟି-୨୦ ସିରିଜ୍ ଆରମ୍ଭ ହେବ ।

Indian squad

ଚଳିତ ବର୍ଷର ଆଇପିଏଲ ୨୦୨୩ରେ ଯଶସ୍ୱୀ ଓ ତିଲକଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ରହିଥିବାରୁ ଏହି ଦୁଇ ଖେଳାଳିଙ୍କୁ ଟି-୨୦ରେ ସ୍ଥାନ ମିଳିଛି । ଯଶସ୍ୱୀ ରାଜସ୍ଥାନ ରୟାଲ୍ସ ପକ୍ଷରୁ ୧୪ଟି ମ୍ୟାଚ ଖେଳି ୧୬୩.୬୧ ଷ୍ଟ୍ରାଇକ ରେଟରେ ୬୨୫ ରନ୍ ସଂଗ୍ରହ କରିଥିଲେ । ସେଥିରେ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ରହିଥିଲା । ଏଥିସହିତ ଆଇପିଏଲ ଇତିହାସର ଦ୍ରୁତ ଅର୍ଦ୍ଧଶତକ ରେକର୍ଡ ଯଶସ୍ୱୀଙ୍କ ନାମରେ ରହିଛି । ସେହିପରି ବାମ ହାତୀ ବୋଲର ତିଲକ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୧୧ଟି ମ୍ୟାଚ ଖେଳିବା ସହିତ ୩୪୩ ରନ୍ ସଂଗ୍ରହ କରିଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଭାରତୀୟ ଟିମକୁ ନେଇ ମୈଦାନକୁ ଓହ୍ଲାଇବ ଭାରତ । ଅଗଷ୍ଟ ୩ ତାରିଖରୁ ଆରମ୍ଭ ହେବ ୫ଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ । ତେବେ ଆଇପିଏଲରେ ଭଲ ପ୍ରଦର୍ଶନ ପରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଯୁବ ବାହିନୀ କେତେ ଭଲ ପ୍ରଦର୍ଶନ କରୁଛି ତାହା ଦେଖିବା ବାକି ରହିଲା ।

  • ଭାରତୀୟ ଟିମ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଇଶାନ କିଷାନ, ଶୁଭମନ୍ ଗିଲ, ଯଶସ୍ୱୀ ଜୟସୱାଲ, ତିଲକ ବର୍ମା, ସଞ୍ଜୁ ସାମସନ୍, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମରାନ୍ ମଲ୍ଲିକ, ଆଭେଶ ଖାନ୍, ମୁକେଶ କୁମାର
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+