Get Updates
Get notified of breaking news, exclusive insights, and must-see stories!

ନୂଆ ସିରିଜ ପାଇଁ ପୁଣି ନୂଆ ଅଧିନାୟକ, ରୋହିତ-କୋହଲିଙ୍କୁ ବିଶ୍ରାମ

ଚଳିତ ଟି-20 ବିଶ୍ୱକପ ପରେ ଦଳ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବ । ଏହି ଗସ୍ତ ସମୟରେ ଦଳ ଟି-20 ଓ ଦିନିକିଆ ସିରିଜ ଖେଳିବ। ତେବେ ଏହି ଗସ୍ତ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି ।

ନୂଆଦିଲ୍ଲୀ: ଚଳିତ ଟି-20 ବିଶ୍ୱକପ ପରେ ଦଳ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବ । ଏହି ଗସ୍ତ ସମୟରେ ଦଳ ଟି-20 ଓ ଦିନିକିଆ ସିରିଜ ଖେଳିବ। ତେବେ ଏହି ଗସ୍ତ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଚୟନ କମିଟି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆର ନୂଆ ଅଧିନାୟକ ନିଯୁକ୍ତ କରିଥିବା ବେଳେ ଦିନିକିଆ ପାଇଁ ଶିଖର ଧାୱନ ଅଧିନାୟକ ଦାୟିତ୍ବ ତୁଲାଇବେ। ସେହିପରି ଋଷଭ ପନ୍ତଙ୍କୁ ଉପଅଧିନାୟକର ଦାୟିତ୍ୱ ଦିଆଯାଇଛି ।

Team India

ଟିମର ନିୟମିତ ଅଧିନାୟକ ରୋହିତ ଶର୍ମା , ଓପନର କେଏଲ ରାହୁଲ ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଭାରତୀୟ ଟିମ ନଭେମ୍ୱର ୧୮ରେ ପ୍ରଥମ ଟି-୨୦ ମ୍ୟାଚ ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଶୃଙ୍ଖଳା ଆରମ୍ଭ କରିବ । ପ୍ରଥମ ମ୍ୟାଚ ୱେଲିଟନରେ ଖେଳାଯିବ। ଏହାପରେ ନଭେମ୍ୱର ୨୫, ୨୭ ଏବଂ ୩୦ରେ ଦିନିକିଆ ମ୍ୟାଚ ଖେଳିବ।

ବିସିସିଆଇ ନ୍ୟୁଜିଲାଣ୍ଡ ଗସ୍ତ ବ୍ୟତୀତ ବାଂଲାଦେଶ ଗସ୍ତ ପାଇଁ ମଧ୍ୟ ସ୍କ୍ୱାର୍ଡ ଘୋଷଣା କରିଛି । ଡିସେମ୍ବର ମାସରେ ଦଳ ବାଂଲାଦେଶ ଗସ୍ତ କରିବ। ବାଂଲାଦେଶ ଗସ୍ତରେ ରୋହିତ ଅଧିନାୟକ ଦାୟିତ୍ୱ ତୁଲାଇବା ସହିତ ବିରାଟ ଓ ଅଶ୍ୱିନୀ ଦଳକୁ ଫେରିବେ ।

  • ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଟିମ: ହାର୍ଦ୍ଦିକ ପାଣ୍ଡ୍ୟା( ଅଧିନାୟକ), ରିଷଭ ପନ୍ତ (ଉପ ଅଧିନାୟକ ଏବଂ ୱିକେଟ କିପର), ଶୁଭମନ ଗିଲ, ଇଶାନ କିଷନ, ଦୀପକ ହୁଡା, ସୂର୍ଯ୍ଯ କୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ( ୱିକେଟ୍ କିପର), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ହର୍ଷଲ ପଟେଲ, ମହମ୍ମଦ ଶିରାଜ, ଭୁବନେଶ୍ୱର କୁମାର, ଉମରାନ ମଲିକ।
  • ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଟିମ: ଶିଖର ଧାୱନ (ଅଧିନାୟକ), ରିଷଭ ପନ୍ତ (ଉପ ଅଧିନାୟକ ଏବଂ ୱିକେଟ କିପର), ଶୁଭମନ ଗିଲ, ଦୀପକ ହୁଡା, ସୂର୍ଯ୍ଯ କୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ( ୱିକେଟ୍ କିପର), ୱାଶିଂଟନ ସୁନ୍ଦର, ଶାର୍ଦୁଲ ଠାକୁର, ଶହବାଦ ଅହମଦ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଦୀପକ ଚାହର, କୁଳଦୀପ ସେନ, ଉମରାନ ମଲିକ।
  • ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଟିମ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ଶିଖର ଧଓ୍ୱନ, ବିରାଟ କୋହଲି, ରଜତ ପଟିଦାର, ଶ୍ରେୟାସ ଆୟାର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ, ଇଶାନ କିସାନ, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, ଓ୍ୱାସିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଦୀପକ ଚହର, ୟସ ଦୟାଲ ।
  • ବାଂଲାଦେଶ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମ: ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପଅଧିନାୟକ), ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟାସ ଆୟାର, ଋଷଭ ପନ୍ତ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ୱିନ, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଳଦୀପ ଯାଦବ, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଉମେଶ ଯାଦବ, ଶାର୍ଦ୍ଦୁଳ ଠାକୁର ।

ନ୍ୟୁଜିଲାଣ୍ଡ ଗସ୍ତର ସୂଚୀ:

  • ପ୍ରଥମ ଟି୨୦ : ନଭେମ୍ବର ୧୮, ଓ୍ୱେଲିଂଟନ
    ଦ୍ୱିତୀୟ ଟି୨୦: ନଭେମ୍ବର ୨୦, ବେ ଓଭଲ
    ତୃତୀୟ ଟି୨୦: ନଭେମ୍ବର ୨୨, ନେପିୟାର
  • ପ୍ରଥମ ଦିନିକିଆ : ନଭେମ୍ବର ୨୫, ଅକଲାଣ୍ଡ
    ଦ୍ୱିତୀୟ ଦିନିକିଆ : ନଭେମ୍ବର ୨୭, ହାମିଲଟନ
    ତୃତୀୟ ଦିନିକିଆ : ନଭେମ୍ବର ୩୦, କ୍ରାଇଷ୍ଟଚର୍ଚ୍ଚ

ବାଂଲାଦେଶ ଗସ୍ତର ସୂଚୀ:

  • ପ୍ରଥମ ଦିନିକିଆ: ଡିସେମ୍ବର ୪, ଢାକା
    ଦ୍ୱିତୀୟ ଦିନିକିଆ: ଡିସେମ୍ବର ୭, ଢାକା
    ତୃତୀୟ ଦିନିକିଆ: ଡିସେମ୍ବର ୧୦, ଢାକା
  • ପ୍ରଥମ ଟେଷ୍ଟ: ଡିସେମ୍ବର ୧୪ ରୁ ୧୮, ଚଟଗାଁଓ
    ଦ୍ୱିତୀୟ ଟେଷ୍ଟ: ଡିସେମ୍ବର ୨୨ ରୁ ୨୬, ଢାକା
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+