ଏସିଆ କପ୍‌ ପାଇଁ ଭାରତୀୟ ଦଳ ଘୋଷଣା, ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ବରେ ଖେଳିବ ଦଳ

ଏସିଆ କପ୍‌ କ୍ରିକେଟ ପାଇଁ ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହେବ । ଆଜି ମୁମ୍ବାଇରେ ଦିନ ୧୨ଟା ସମୟରେ ବିସିସିଆଇ ଚୟନ କମିଟିର ବୈଠକ ବସିବ । ଦିନ ସାଢ଼େ ଗୋଟାଏରେ ଦଳ ଘୋଷଣା କରାଯିବ । ଚୟନ କମିଟି ବୈଠକରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହିତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଉପସ୍ଥିତ ରହିବେ ।

Asia Cup

ସେପ୍ଟେମ୍ବର ୯ ତାରିଖରୁ ଆରମ୍ଭ ହେଉଛି ଏସିଆ କପ୍ । ଟି-୨୦ ଫର୍ମାଟରେ ଖେଳାଯାଉଥିବା ଏସିଆ କପ୍ ପାଇଁ କାହାକୁ ଦଳରେ ସ୍ଥାନ ମିଳିବ ଏବଂ କିଏ ବାଦ୍ ପଡ଼ିବେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଶୁବମନ ଗିଲ୍ ନା ଯଶସ୍ବୀ ଜୟସ୍ବାଲ କାହାକୁ ମିଳିବ ସୁଯୋଗ, ତା ଉପରେ ସମସ୍ତଙ୍କ ନଜର ରହିଛି । ମହମ୍ମଦ ସିରାଜ ଏବଂ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ୧୭ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ଟିମ୍‌ରେ ସୁଯୋଗ ମିଳିପାରେ । ସେପ୍ଟେମ୍ବର ୯ ତାରିଖରୁ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ୟୁଏଇର ଦୁଇ ସହର ଆବୁଧାବି ଓ ଦୁବାଇରେ ସମସ୍ତ ମ୍ୟାଚ୍ ଖେଳାଯିବ । ଗ୍ରୁପ୍-'ଏ'ରେ ଭାରତ ସହ ପାକିସ୍ତାନ, ଓମାନ ଏବଂ ଆୟୋଜକ ୟୁଏଇକୁ ରଖାଯାଇଛି । ଭାରତର ତାର ପ୍ରଥମ ମ୍ୟାଚ୍ ୧୦ ତାରିଖରେ ୟୁଏଇ ବିପକ୍ଷରେ ଖେଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+