For Quick Alerts
Turn On Notification  
For Daily Alerts
Oneindia App Download

ଋଷଭ ପନ୍ତଙ୍କ ପାଇଁ ମହାକାଳେଶ୍ୱର ମନ୍ଦିରରେ ପୂଜାପାଠ କଲେ ଭାରତୀୟ ଖେଳାଳି

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ପୂର୍ବରୁ ଭାରତୀୟ ଖେଳାଳି, ଅମ୍ପାୟାର ଓ ଅଧିକାରୀମାନେ ପ୍ରସିଦ୍ଧ ଉଜ୍ଜୟୀନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

|

ଇନ୍ଦୋର: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ପୂର୍ବରୁ ଭାରତୀୟ ଖେଳାଳି, ଅମ୍ପାୟାର ଓ ଅଧିକାରୀମାନେ ପ୍ରସିଦ୍ଧ ଉଜ୍ଜୟୀନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଭାରତୀୟ ଖେଳାଳି ସୂର୍ଯ୍ୟକୁମାର ଯାଦବ, ୱାସିଂଟନ ସୁନ୍ଦର ଓ କୁଳଦୀପ ଯାଦବ ଓ ଅନ୍ୟ ସଦସ୍ୟମାନେ ମନ୍ଦିରରେ ଆୟୋଜିତ ଭସ୍ମ ଆରତୀରେ ଭାଗ ନେଇ ଦୁର୍ଘଟଣାରେ ଆହତ ହୋଇଥିବା କ୍ରିକେଟର ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Rishabh Pant

ଦେହରେ ଗେରୁଆ ବସ୍ତ୍ର ଓ ଧୋତି, ମୁଣ୍ଡରେ ଟିକା ଲଗାଇଥିବା ଦେଖିବାକୁ ମିଳିଥିଲେ ଖେଳାଳି । ସାଧାରଣ ଲୋକଙ୍କ ଭଳି ଶ୍ରଦ୍ଧାଳୁଙ୍କ ସହ ବସି ମହାକାଳ ମନ୍ଦିରରେ ମହାକାଳଙ୍କ ଭସ୍ମ ଆଳତି ଦେଖିଥିଲେ । ବେଶ କିଛି ସମୟ ମନ୍ଦିର ଭିତରେ ରହି ଭକ୍ତି ଭାବରେ ନିଜକୁ ହଜାଇ ଦେଇଥିଲେ ଖେଳାଳି ।

ପୂଜାର୍ଚ୍ଚନା କରିବା ପରେ ସୂର୍ଯ୍ୟକୁମାର କହିଛନ୍ତି, ଭସ୍ମ ଆଳତି ଦେଖି ମନକୁ ଶାନ୍ତି ମିଳିଛି । ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆଳତି ଦେଖିଲୁ । ଶେଷରେ ମହାକାଳଙ୍କ ପୂଜା କରିବା ସହ ଭାଇ ଋଷଭଙ୍କ ପାଇଁ ପ୍ରାର୍ଥନା କରିଥିଲୁ । ଋଷଭ କିଭଳି ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ସେନେଇ ପୂଜା କରିଥିଲୁ । ଋଷଭ ଯେତେ ଶୀଘ୍ର ସୁସ୍ଥ ହୋଇ ଟିମକୁ ଫେରିବେ ତାହା ଆମ ପାଇଁ ସେତେ ଲାଭଦାୟକ ହେବ । ଏହାଛଡା ତୃତୀୟ ଦିନିକିଆରେ ଟିମ୍ ବିଜୟୀ ହୋଇ ସିରିଜ କ୍ଲିନ୍ ସୁଇପ କରିବ ବୋଲି କହିଛନ୍ତି ସୂର୍ଯ୍ୟକୁମାର ଯାଦବ ।

ସୂଚନାଥାଉ କି, ଭୋର ସମୟରେ ପ୍ରଭୁ ଶିବଙ୍କ ପାଖରେ ଭସ୍ମ ଆରତୀ ହୋଇଥାଏ। ଏଥିପାଇଁ ଆଜି ସକାଳୁ ୩ ଖେଳାଳି ଓ ଅନ୍ୟମାନେ ପରମ୍ପରା ଅନୁଯାୟୀ ଧୋତି ଓ ଅଙ୍ଗବସ୍ତ୍ରରମ ପିନ୍ଧି ମନ୍ଦିରରେ ପହଞ୍ଚିଥିଲେ। ଏହାପରେ ସେମାନେ ନୀତିକାନ୍ତି କରିଛନ୍ତି ।

ଉଲ୍ଲଖଥାଉ କି, ଗତ ୩୦ ଡିସେମ୍ବରରେ ରାତିରେ ଫେରୁଥିବା ବେଳେ ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିଲା । ଆଉ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଋଷଭ । ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ପନ୍ତ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଉ ପନ୍ତ ଶୀଘ୍ର ସୁସ୍ଥ ହୋଇ ପଡିଆକୁ ଫେରନ୍ତୁ ବୋଲି କ୍ରିକେଟପ୍ରେମୀଙ୍କ ସମେତ ସାଥୀ ଖେଳାଳି ପ୍ରାର୍ଥନା କରୁଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Indian players worshipped at Mahakaleshwar Temple for Rishabh Pant
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X