T-20 ମ୍ୟାଚ୍ ପୂର୍ବରୁ ଜଗା ଦର୍ଶନ ପାଇଁ ପୁରୀରେ ଭାରତୀୟ ଖେଳାଳି
ପୁରୀରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ଙ୍କ ସହ ୪ ଖେଳାଳି । T-20 ମ୍ୟାଚ୍ ପୂର୍ବରୁ ଜଗା ଦର୍ଶନ କରିଛନ୍ତି ଖେଳାଳି । କ୍ୟାପଟେନ୍ ସୂର୍ଯ୍ୟକୁମାରଙ୍କ ସହ ଅଛନ୍ତି ତାଙ୍କ ପତ୍ନୀ । କୋଚ୍ ଗୌତମ ଗମ୍ଭୀର, ତିଲକ ବର୍ମା, ୱାଶିଂଟନ ସୁନ୍ଦର । କଡ଼ା ସୁରକ୍ଷା ମଧ୍ୟରେ ମନ୍ଦିର ଭିତରକୁ ପ୍ରବେଶ କଲେ ଖେଳାଳି । ମ୍ୟାଚ୍ ପୂର୍ବରୁ କାଳିଆର ଆଶିର୍ବାଦ ନେଇଛନ୍ତି । କିଛି ଖେଳାଳି ମ୍ୟାଚ୍ ପୂର୍ବରୁ ଜଗା ଦର୍ଶନ ପାଇଁ ପୁରୀ ଅଭିମୁଖେ ।

ସୂଚନା ଥାଉକି, ବାରବାଟୀରେ ଆଜି ଲଢ଼ିବେ ଭାରତ-ଦକ୍ଷିଣ ଆଫ୍ରିକା । ଏଥିପାଇଁ ମହାପ୍ରଭୁଙ୍କ ଶରଣରେ ପହଞ୍ଚିଛି ଟିମ୍ ଇଣ୍ଡିଆ । କୋଚ୍ଙ୍କ ସହ କିଛି ଖେଳାଳି ବି ଦର୍ଶନ କରିଛନ୍ତି । ଏହାପର ସେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ । ୫ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରୁ ଆରମ୍ଭ ହେବ ।
ଘରୋଇ ଦଳ ଟେଷ୍ଟ୍ ଶୃଙ୍ଖଳାକୁ ୦-୨ରେ ହାତଛଡ଼ା କରିବା ପରେ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ସମ୍ମାନ ବଜାୟ ରଖିଛି । ଏବେ ନୂଆ ଶୃଙ୍ଖଳା ଓ ନୂଆ ଆହ୍ବାନ ସହିତ ସୂର୍ଯ୍ୟ ସେନା ଏହି ଛୋଟ ଫର୍ମାଟ୍ରେ ନିଜ ପ୍ରାଧାନ୍ୟ ବିସ୍ତାର କରିବ ବୋଲି ବିଶ୍ବାସ କରାଯାଉଛି । ବାରବାଟୀରେ ଅନୁଷ୍ଠିତ ଦୁଇଟି ଯାକ ଟ୍ବେଣ୍ଟି-୨୦ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଛି ଭାରତ ଏବଂ ଉଭୟ ଥର ପରାସ୍ତ ହୋଇଛି । ଭାରତ ଏହି ଧାରାକୁ ଭାଙ୍ଗିବାକୁ ଚେଷ୍ଟା କରିବ ।
-
ପାକିସ୍ତାନରେ ୨ ଦିନିଆ ଲକଡାଉନ୍ -
IPL ୨୦୨୬: ଆଜିଠୁ ଆଇପିଏଲ, ଡିପେଣ୍ଡିଂ ଚାମ୍ପିଅନ ଆରସିବିକୁ ଭେଟିବ ଏସ୍ଆରଏଚ୍ -
ମହଜୁଦ ଅଛି ପେଟ୍ରୋଲିୟମ ସାମଗ୍ରୀ ଓ ଗ୍ୟାସ, ନିୟମାବଳୀକୁ ପାଳନ କରିବାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର... -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
ଭାରତୀୟ ସେନାକୁ ସ୍ୱଦେଶୀ ପ୍ରହାର ଲାଇଟ୍ ମେସିନ୍ ଗନର ପ୍ରଥମ ବ୍ୟାଚ୍ ପ୍ରଦାନ କଲା ଆଦାନୀ ଡିଫେନ୍ସ -
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ



Click it and Unblock the Notifications