ଭାରତ ପୁରୁଷ ହକି ଦଳ ଐତିହାସିକ ବିଜୟ , ୩-୨ ଗୋଲରେ ୫୨ ବର୍ଷା ପରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ

ପ୍ୟାରିସ ଅଲମ୍ପିକ୍ସରେ ଭାରତର ପୁରୁଷ ହକି ଦଳ ଏକ ବଡ଼ ବିଜୟ ହାସଲ କରିଛି । ପୁଲ ଷ୍ଟେଜ୍ ମ୍ୟାଚରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ପରାସ୍ତ କରିଛି । ଟିମ୍ ଇଣ୍ଡିଆ ପକ୍ଷରୁ ହରମନପ୍ରୀତ ସିଂହ ଦୁଇଟି ଗୋଲ୍ ଦେଇଥିଲେ। ସେହିପରି ଅଭିଷେକ ଗୋଟିଏ ଗୋଲ ସ୍କୋର କରିଥିଲେ।

hockey

ପ୍ରଥମ କ୍ୱାର୍ଟରରେ ଟିମ୍ ଇଣ୍ଡିଆ ୨-୦ରେ ଆଗୁଆ ରହିଥିଲା। ଏହାପରେ ଅଷ୍ଟ୍ରେଲିଆ ଦ୍ୱିତୀୟ କ୍ୱାର୍ଟରରେ ଗୋଲ ସ୍କୋର କରିଥିଲା। ତୃତୀୟ କ୍ୱାର୍ଟରରେ ଟିମ୍ ଇଣ୍ଡିଆ ଗୋଲ ଦେଇ ମ୍ୟାଚ୍କୁ ୩-୧ରେ ପହଞ୍ଚାଇଥିଲା। ଏହାପରେ ଅଷ୍ଟ୍ରେଲିଆ ଶେଷ କ୍ୱାର୍ଟରରେ ଆଉ ଏକ ଗୋଲ ସ୍କୋର କରିଥିଲା। ଫଳରେ ଭାରତ ୩-୨ ଗୋଲରେ ମ୍ୟାଚ୍ ଜିତିନେଇଥିଲା।

ଏହି ବିଜୟକୁ ଏଥିପାଇଁ ଗୁରୁତ୍ବ ଦିଆଯାଉଛି ଯେ ଦୀର୍ଘ ୫୨ ବର୍ଷ ପରେ କୌଣସି ଅଲମ୍ପିକ୍ସରେ ଭାରତ ଅଷ୍ଟ୍ରେଲିଆକୁ ହରାଇପାରିଛି । ୧୯୭୨ରେ ହୋଇଥିବା ମ୍ୟୁନିକ ଅଲମ୍ପିକ୍ସରେ ଶେଷଥର ପାଇଁ ଭାରତ ଅଷ୍ଟ୍ରେଲିଆକୁ ହରାଇଥିଲା । ସେହି ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୩-୧ରେ ପରାସ୍ତ କରିଥିଲା । ସେହି ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+