Get Updates
Get notified of breaking news, exclusive insights, and must-see stories!

ମୁଖ୍ୟମନ୍ତ୍ରୀଙ୍କୁ ମନପ୍ରୀତଙ୍କ ଧନ୍ୟବାଦ: କହିଲେ, କ୍ରିକେଟ କ୍ରେଜ ସମୟରେ ହକିକୁ ବାଛିଥିଲେ ନବୀନ

ବ୍ରୋଞ୍ଜ ପଦକ ଜିତିବା ପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରିତ ସିଂ । ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନପ୍ରୀତ ।

ଭୁବନେଶ୍ୱର: ଆଜି ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଛି । ଏହି ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତ ଜର୍ମାନୀକୁ 5-4 ଗୋଲରେ ପରାସ୍ତ କରିଛି। 41 ବର୍ଷ ପରେ ଅଲିମ୍ପିକ୍ ପଦକ ଜିତି ଇତିହାସକୁ ପୁନଃଲିଖନ କରିଛି ଭାରତୀୟ ହକି ଦଳ । ବ୍ରୋଞ୍ଜ ପଦକ ଜିତିବା ପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରିତ ସିଂ । ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମନପ୍ରୀତ ।

Naveen Patnaik

ମନପ୍ରୀତ ସୋସିଆଲ ମିଡିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ତଥା ହକି ଇଣ୍ଡିଆର ପ୍ରାୟୋଜକ ଓଡିଶା ସରକରାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସଫଳତାର ଶ୍ରେୟ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ଫଳରେ ଦେଶ ପାଇଁ ଏଭଳି ସଫଳତା ହାସଲ କରିଥିବା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ମନପ୍ରୀତ ସିଂ । ସେ କହିଛନ୍ତି ଦେଶରେ କ୍ରିକେଟର କ୍ରେଜ ଥିବା ବେଳେ ହକିକୁ ବାଛିଥିଲେ ଓଡିଶା ମୁଖ୍ୟମନ୍ତ୍ରୀ । ଆଉ ଯାହାର ଫଳ ଆଜି ଆମେ ଅଲିମ୍ପିକ୍ସରେ ପାଇଛୁ ।

ସୂଚନାଥାଉ କି, 2018ରୁ ଜାତୀୟ ହକି ଦଳ ପ୍ରାୟୋଜକ ରହିଛନ୍ତି ରାଜ୍ୟ ସରକାର । ଦଳର ଏହି ଐତିହାସିକ ବିଜୟରେ ଖୁସ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦଳକୁ ଶୁଭେଚ୍ଛା ଜଣାଇବା ସହ ଆସନ୍ତା 16 ତାରିଖରେ ଦଳକୁ ଭୁବନେଶ୍ୱରରେ ଭବ୍ୟ ସ୍ବାଗତ କରାଯିବ ବୋଲି କହିଛନ୍ତି ।

1980 ମସିହାରେ ଭାରତ ସ୍ୱର୍ଣ୍ଣ ଜିତିଥିଲା । ସେହି ଦିନଠାରୁ ଭାରତରେ ହକିର ମାନ ସମାନ ନଥିଲା ଏବଂ ଆମେ କେବଳ ଅଲିମ୍ପିକ୍ ପଦକକୁ ଅପେକ୍ଷା କରିଥିଲୁ। କିନ୍ତୁ ବର୍ତ୍ତମାନ ପୁଣି ସମାନ କ୍ରେଜ୍, ସମାନ ଯାଦୁ ପୁଣି ଥରେ ଦେଖାଯିବା ଆରମ୍ଭ ହୋଇଛି । ଏହି ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତ ଜର୍ମାନୀକୁ 5-4 ଗୋଲରେ ପରାସ୍ତ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+