ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତୀୟ ହକି ଦଳ, ସ୍ଥାନ ପାଇଲେ ଓଡ଼ିଶାରୁ ୩ ଖେଳାଳି

ହକି ଇଣ୍ଡିଆ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ଲାଗି ‌ସୋମବାର ୨୪ ଜଣିଆ ଦଳ ଘୋଷଣା କରିଛି । ଏହି ଦଳରେ ଓଡ଼ିଶାରୁ ୩ ଜଣ ସାମିଲ ଅଛନ୍ତି । ଅମିତ ରୋହିତଦାସ, ନୀଲମ ସଂଜୀପ ଖେସ୍‌ ଓ ଶିଳାନନ୍ଦ ଲାକ୍ରା ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଦଳର ନେତୃତ୍ୱଭାର ପୂର୍ବପରି ହର୍ମନପ୍ରୀତ ସିଂହଙ୍କ ହାତରେ ରହିଛି । ଏସିଆ କପ୍‌ ବିଜେତା ସିଧାସଳଖ ବିଶ୍ୱକପ୍‌ ଯୋଗ୍ୟତା ନିଶ୍ଚିତ ଥିବାରୁ ଏହି ପ୍ରତିଯୋଗିତା ଭାରତୀୟ ଦଳ ପାଇଁ ଗୁରୁତ୍ୱ ରଖୁଛି ।
ବିହାରର ରାଜଗିରିଠାରେ ଚଳିତମାସ ୨୯ ତାରିଖରୁ ହେବାକୁ ଥିବା ଏସିଆା କପ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ପୂର୍ବରୁ ଏହି ଗସ୍ତରେ ଖେଳାଳିଙ୍କ ପାଇଁ ନିଜକୁ ପ୍ରମାଣିତ କରିବାର ସୁଯୋଗ ରହିଛି । ଅଷ୍ଟ୍ରେଲିଆ ଗସ୍ତରେ ଭାରତ‌ ଅଗଷ୍ଟ ୧୫ରୁ ୨୧ ତାରିଖ ମଧ୍ୟରେ ପର୍ଥରେ ଘରୋଇ ଦଳ ବିପକ୍ଷରେ ୪ଟି ମ୍ୟାଚ୍‌ ଖେଳିବ ।

Indian hockey team

ଭାରତୀୟ ହକି ଦଳ: ଗୋଲି-କୃଷ୍ଣ ବି ପାଠକ, ସୂରଜ‌ ‌ରକେରା, ଡିଫେଣ୍ଡର-ସୁମିତ, ଜର୍ମନପ୍ରୀତ ସିଂହ, ହର୍ମନପ୍ରୀତ ସିଂହ (ଅଧିନାୟକ), ସଞ୍ଜୟ, ଅମିତ ରୋହିଦାସ, ନୀଲମ ସଞ୍ଜୀପ ଖେସ୍‌, ଯୁଗରାଜ ସିଂହ, ପୂଭାନ୍ନା ସିବି, ମିଡ୍‌ଫିଲ୍ଡର-ରାଜିନ୍ଦର ସିଂହ, ରାଜକୁମାର ପାଲ, ହାର୍ଦ୍ଦିକ ସିଂହ, ମନପ୍ରୀତ ସିଂହ, ବିବେକ ସାଗର ପ୍ରସାଦ, ରବିଚନ୍ଦ୍ର ସିଂହ ମୋଇରାଙ୍ଗଥେମ, ବିଷ୍ଣୁକାନ୍ତ ସିଂହ, ଫରୱାର୍ଡ-ମନଦୀପ ସିଂହ, ଶିଳାନନ୍ଦ ଲାକ୍ରା, ଅଭିଷେକ, ସୁଖଜିତ ସିଂହ, ଦିଲପ୍ରୀତ ସିଂହ, ସେଲ୍‌ଭାମ କାର୍ତ୍ତି, ଆଦିତ୍ୟ ଲାଲାଗେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+