Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ୱରରେ ଭାରତୀୟ ହକି ଦଳ, ସନ୍ଧ୍ୟାରେ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରେ ପହଁଚିଲା ଭାରତୀୟ ପୁରୁଷ ଓ ମହିଳା ହକି ଦଳ । ଭୁବନେଶ୍ୱରରେ ପହଞ୍ଚିବା ପରେ ବିଶାଳ ପ୍ରୋସେସନରେ ହୋଟେଲକୁ ନିଆଯାଉଛି। ଶିଙ୍ଗ ବାଜା, ଢ଼ୋଲ ମାଡ଼ ସାଙ୍ଗକୁ ଆତସବାଜିରେ କମ୍ପିଲା ରାଜଧାନୀ ରାସ୍ତା ।

ଭୁବନେଶ୍ୱର: ଭୁବନେଶ୍ୱରରେ ପହଁଚିଲା ଭାରତୀୟ ପୁରୁଷ ଓ ମହିଳା ହକି ଦଳ । ଭୁବନେଶ୍ୱରରେ ପହଞ୍ଚିବା ପରେ ବିଶାଳ ପ୍ରୋସେସନରେ ହୋଟେଲକୁ ନିଆଯାଉଛି। ଶିଙ୍ଗ ବାଜା, ଢ଼ୋଲ ମାଡ଼ ସାଙ୍ଗକୁ ଆତସବାଜିରେ କମ୍ପିଲା ରାଜଧାନୀ ରାସ୍ତା । ଏୟାରପୋର୍ଟରୁ ଆରମ୍ଭ କରି ହୋଟେଲ୍ , ଷ୍ଟାଡିୟମ୍ ରାସ୍ତା ସମେତ ରାଜଧାନୀର ସବୁ ପ୍ରମୁଖ ରାସ୍ତାଘାଟ ବ୍ୟାନର୍ ପୋଷ୍ଟରରେ ହକି ଖେଳାଳିଙ୍କୁ ସ୍ୱାଗତ କରାଯାଇଛି । ବିମାନବନ୍ଦରରେ ଟିମ୍ ପହଁଚିବା ପରେ କ୍ରୀଡାମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ ।

Indian Hockey Team

ସନ୍ଧ୍ୟାରେ ପୁରୁଷ ଓ ମହିଳା ହକି ଟିମକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ସରିଥିବାବେଳେ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହୋଟେଲେ ପହଞ୍ଚିଲା ପରେ ସେଠାରେ ମଧ୍ୟ ମହିଳା ଏବଂ ପୁରୁଷ ହକି ଦଳକୁ ଭବ୍ୟ ସ୍ୱାଗତ କରାଯିବାର ବ୍ୟବସ୍ଥା ରହିଛି। ଖେଳାଳିଙ୍କ ପାଇଁ ହୋଟେଲ ପକ୍ଷରୁ ମଧ୍ୟ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଖେଳାଳିମାନେ ହୋଟେଲରେ ପହଞ୍ଚିବା ପରେ ପ୍ରଥମେ କେକ୍ କାଟିବେ।

ଟୋକିଓ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛି । ସେହିପରି ସେମିଫାଇନାଲରେ ମହିଳା ହକି ଦଳର ଲଢ଼ୁଆ ପ୍ରଦର୍ଶନକୁ ନେଇ ସାରା ଦେଶରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନାର ସୁଅ ଛୁଟୁଛି । ଉଭୟ ଦଳର ପ୍ରାୟୋଜକ ଥିବା ଓଡ଼ିଶା ସରକାର ଏହି ଖେଳାଳିମାନଙ୍କୁ ଲୋକସେବା ଭବନ କନଭେନସନ ହଲରେ ସ୍ବତନ୍ତ୍ର ସମ୍ବର୍ଦ୍ଧନା କରିବେ ।

କେକ୍‌ କାଟିବା ପରେ ହୋଟେଲରେ ବିଶ୍ରାମ ପାଇଁ ଯିବେ। ତେବେ ଉଭୟ ଟିମ୍ ପାଇଁ ହୋଟେଲରେ ୩୫ରୁ ୪୦ଟି ରୁମ୍ ବୁକିଂ କରାଯାଇଛି। ଖେଳାଳିଙ୍କ ମନପସନ୍ଦର ଖାଦ୍ୟ ମେନ୍ୟୁ ପ୍ରସ୍ତୁତ କରାଯାଇଛି। ହକି ଟିମର ମନପସନ୍ଦର ଖାଦ୍ୟ ମଟନ ଦମ ବିରିଆନି ଓ ଗାର୍ଲିକ ନାନ୍ ହୋଇଥିବା ବେଳେ ବ୍ରେକଫାଷ୍ଟରେ ଫ୍ରୁଟ୍ ବାସ୍କେଟ, ଫ୍ରେସ ଫ୍ରୁଟ୍ ଜୁସ, ମିଲ୍କ ସେକ୍ ଆଦି ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+