ହିନ୍ଦୀ ଭାଷାକୁ ନେଇ ଏକ ବଡ଼ ବୟାନ ଦେଲେ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ଵିନ, କହିଲେ ଏମିତି
ହିନ୍ଦୀ ଭାଷାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ଭାରତୀୟ ତାରକା କ୍ରିକେଟର ରବିଚନ୍ଦ୍ରନ ଅଶ୍ଵିନ। ଏକ ଘରୋଇ କଲେଜର କାର୍ଯ୍ୟକ୍ରମରେ ଯୋଗଦେଇ ଅଶ୍ଵିନ ହିନ୍ଦୀ ଭାଷା ଉପରେ ନିଜ ମନ୍ତବ୍ୟ ରଖିଛନ୍ତି।

ସେ କହିଛନ୍ତି, ହିନ୍ଦୀ ଭାରତର ରାଷ୍ଟ୍ରୀୟ ଭାଷା ନୁହେଁ। ଅଶ୍ୱିନ ଛାତ୍ରଛାତ୍ରୀମାନଙ୍କୁ ପଚାରିଥିଲେ ଯେ, ଯଦି କେହି ଇଂରାଜୀ କିମ୍ବା ତାମିଲ ଭାଷା ଜାଣନ୍ତି ନାହିଁ ତେବେ କ'ଣ ହିନ୍ଦୀରେ ପ୍ରଶ୍ନ ପଚାରିବାକୁ ଆଗ୍ରହୀ କି? କିନ୍ତୁ ଏହାର ଉତ୍ତରରେ ଛାତ୍ରଛାତ୍ରୀ ଚୁପ୍ ରହିଥିଲେ। ଏହାପରେ ହିନ୍ଦୀ ଭାଷାକୁ ନେଇ ଏପରି କହିଛନ୍ତି ଅଶ୍ଵିନ।
କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଅଶ୍ୱିନ ଭାରତରେ ଭାଷା ପ୍ରସଙ୍ଗ ଉଠାଇଥିଲେ। ସେ ଦେଖିଲେ ଯେ, ହିନ୍ଦୀ ଶବ୍ଦ କହିବା ପରେ ଲୋକମାନଙ୍କ ପ୍ରତିକ୍ରିୟା କିଭଳି ରହୁଛି। ଅଶ୍ୱିନ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ''ମୁଁ ଭାବୁଛି ମୋତେ ଏହା କହିବା ଆବଶ୍ୟକ ଯେ, ହିନ୍ଦୀ ଆମ ରାଷ୍ଟ୍ରୀୟ ଭାଷା ନୁହେଁ, ଏହା ସରକାରୀ ଭାଷା''। ଏଠାରେ ସୂଚନାଯୋଗ୍ୟ, ହିନ୍ଦୀ ଏବଂ ତାମିଲ ଭାଷାକୁ ନେଇ ସର୍ବଦା ଚର୍ଚ୍ଚା ହୋଇଥାଏ ଏବଂ ତାମିଲନାଡ଼ୁରେ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ରହିଆସିଛି।












Click it and Unblock the Notifications