Get Updates
Get notified of breaking news, exclusive insights, and must-see stories!

2011 ବିଶ୍ୱକପ ଜିତିବା ପରେ ଭାରତୀୟ ଦଳକୁ ମିଳିଥିଲା କେତେ ଟଙ୍କା ?

Indian Cricket Team: 2024 ଆଇସିସି ଟି -20 ବିଶ୍ୱକପ୍‌ ହାତେଇଛି ଭାରତ । ଟାଇଟଲ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱବିଜୟୀ ହୋଇଛି ଭାରତୀୟ ଦଳ । ଭାରତ ଦ୍ୱିତୀୟ ଥର ପାଇଁ ଟି -20 ବିଶ୍ୱକପ ଫାଇନାଲ ଜିତି ଇତିହାସ ସୃଷ୍ଟି କରିଛି । ଏହାପୂର୍ବରୁ 2007 ରେ ଅନୁଷ୍ଠିତ ଟି -20 ବିଶ୍ୱକପରେ ଭାରତ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଥିଲା ।

ଭାରତୀୟ ଦଳ ଟାଇଟଲ୍ ଜିତିବା ପରେ ବିସିସିଆଇ ଟିମ୍ ଉପରେ ଟଙ୍କା ବର୍ଷା କରିଛି । ଭାରତୀୟ ଦଳ ବୋର୍ଡରୁ 125 କୋଟି ଟଙ୍କା ପୁରସ୍କାର ରାଶି ପାଇଛି । ଟିମ୍ ଇଣ୍ଡିଆର 15 ପ୍ରତି ଖେଳାଳି 5 କୋଟି ଟଙ୍କା ପାଇଛନ୍ତି ।

2011 world cup

ବିସିସିଆଇ ସବୁବେଳେ ଭାରତୀୟ ଦଳ ଉପରେ ଟଙ୍କା ବର୍ଷା କରିଆସୁଛି । କିନ୍ତୁ କ୍ରିକେଟ୍ ପ୍ରେମୀଙ୍କ ମନରେ ପ୍ରଶ୍ନ ଯେତେବେଳେ ଧୋନି ଏବଂ ସଚିନଙ୍କ ଦଳ ଏକଦିବସୀୟ ବିଶ୍ୱକପ ଜିତିଥିଲେ, ସେତେବେଳେ ମଧ୍ୟ ବିସିସିଆଇ ଏମିତି ଟଙ୍କା ବର୍ଷା କରିଥିଲା କି ?

2011 ବିଶ୍ୱକପର ଅନ୍ତିମ ମ୍ୟାଚ୍ ରେ ଭାରତୀୟ ଦଳ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ଦଳକୁ ପରାସ୍ତ କରିଥିଲା। ଧୋନି ଏବଂ ଗୌତମ ଗମ୍ଭୀର ସେହି ଅନ୍ତିମ ମ୍ୟାଚର ହିରୋ ଥିଲେ । ଧୋନି ଛକା ମାରି ଭାରତୀୟ ଦଳକୁ ଫାଇନାଲ ଜିତାଇଥିଲେ ।

ସେତେବେଳେ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ବିସିସିଆଇ 2 କୋଟି ଟଙ୍କା ପୁରସ୍କାର ଦେଇଥିଲା । ପ୍ରତ୍ୟେକ ଖେଳାଳିଙ୍କୁ ଏହି ରାଶି ମିଳିଥିଲା । ସେହି ସମୟରେ କୋଚିଂ ଷ୍ଟାଫ୍ ମାନେ ମଧ୍ୟ 50 ଲକ୍ଷ ଟଙ୍କା ପାଇଥିଲେ । ଚୟନକର୍ତ୍ତାଙ୍କୁ 25 ଲକ୍ଷ ଟଙ୍କା ମିଳିଥିଲା । 2007 ରେ ଧୋନିଙ୍କ ନେତୃତ୍ୱରେ ବିଶ୍ୱକପ ଜିତିଥିବା ଭାରତୀୟ ଦଳକୁ 12 କୋଟି ଟଙ୍କା ମିଳିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+