ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ କ୍ରିକେଟ ଟିମ୍‌ ; ଶୁବମନ ଗିଲ୍‌ଙ୍କୁ ଟେଷ୍ଟ ଟିମ୍‌ର ଅଧିନାୟକ ଦାୟିତ୍ବ

ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ କ୍ରିକେଟ ଟିମ୍‌ । ଶୁବମନ ଗିଲ୍‌ଙ୍କୁ ଟେଷ୍ଟ ଟିମ୍‌ର ଅଧିନାୟକ ଦାୟିତ୍ବ । ରିଷଭ ପନ୍ତଙ୍କୁ ଉପ ଅଧିନାୟକ ଦାୟିତ୍ବ ।

ଆଇପିଏଲ ୨୦୨୫ରେ ଚମତ୍କାର ପ୍ରଦର୍ଶନ କରୁଥିବା ସାଇ ସୁଦର୍ଶନ ଏବଂ ଦ୍ରୁତ ବୋଲର ଅର୍ଶଦୀପ ସିଂହ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । ବହୁ ବର୍ଷ ପରେ ପୁଣି ଥରେ ଟିମ୍‌କୁ ଫେରିଛନ୍ତି କରୁଣ ନାୟାର । ସେହିପରି ଫିଟନେସ୍ କାରଣରୁ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଦ୍ରୁତ ବୋଲିଂ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ମଧ୍ୟ ଟେଷ୍ଟ ଦଳକୁ ଫେରିଛନ୍ତି । ତେବେ ଘୋଷଣା ହୋଇଥିବା ଏହି ଦଳରେ ଶ୍ରେୟସ ଆୟର ଓ ସରଫରାଜ ଖାନଙ୍କୁ ସ୍ଥାନ ମିଳିପାରି ନାହିଁ ।

ଜୟସ୍ବାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ବରନ୍, କରୁଣ ନାୟର, ନୀତିଶ ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ,
ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ ।

Indian cricket team announced for England tour

ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଟେଷ୍ଟ ଟିମ୍‌ । ଭାରତୀୟ ଟେଷ୍ଟ ଦଳର ନୂଆ ଅଧିନାୟକ ହେଲେ ଶୁଭମନ ଗିଲ୍‌ । ରୋହିତ ଶର୍ମାଙ୍କ ପରେ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ନେବେ ଗିଲ୍‌ । ସେହିପରି ଋଷଭ ପନ୍ତଙ୍କୁ ଟେଷ୍ଟ ଦଳର ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଏନେଇ ଆଜି ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତ ଅଜିତ୍‌ ଅଗରକର । ଶୁବମନ ଗିଲ୍‌ ୨୦୨୦ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିରେ ଭାରତୀୟ ଟେଷ୍ଟ ଟିମ୍‌ରେ ଡେବ୍ୟୁ କରିଥିଲେ । ସେ ଏପର୍ଯ୍ୟନ୍ତ ୩୨ଟି ମ୍ୟାଚ୍‌ ଖେଳି ୫ଟି ଶତକ ସହ ୧୮୯୩ ରନ୍‌ କରିଛନ୍ତି ।

ଘୋଷଣା ହୋଇଥିବା ୧୮ ଜଣିଆ ଭାରତୀୟ ଟିମ୍‌: ଶୁବମନ ଗିଲ୍‌ (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ/ୱିକେଟ୍‌ କିପର), ଯଶସ୍ୱୀ ଜୟଶ୍ୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ବରନ୍, କରୁଣ ନାୟର, ନୀତିଶ ରେଡ୍ଡୀ, ରବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ (ୱିକେଟ୍‌ କିପର), ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+