ପ୍ରଥମ ସିଙ୍ଗାପୁର ଓପନ୍ସ ଟାଇଟଲ ଜିତିଲେ ପିଭି ସିନ୍ଧୁ
ସିଙ୍ଗାପୁର ଓପନ୍ସ ମହିଳା ସିଙ୍ଗଲ୍ସରେ ଐତିହାସିକ ବିଜୟ ହାସଲ କଲେ । ଫାଇନାଲରେ ଚୀନ ଖେଳାଳି ୱଙ୍ଗ ଝିଙ୍କୁ ୨୧-୯, ୧୧-୨୧ ଓ ୨୧-୧୫ରେ ହରାଇଛନ୍ତି ସିନ୍ଧୁ ।
ସିଙ୍ଗାପୁର: ଇତିହାସ ରଚିଲେ ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ସିଙ୍ଗାପୁର ଓପନ୍ସ ମହିଳା ସିଙ୍ଗଲ୍ସରେ ଐତିହାସିକ ବିଜୟ ହାସଲ କଲେ । ଫାଇନାଲରେ ଚୀନ ଖେଳାଳି ୱଙ୍ଗ ଝିଙ୍କୁ ୨୧-୯, ୧୧-୨୧ ଓ ୨୧-୧୫ରେ ହରାଇଛନ୍ତି ସିନ୍ଧୁ । ତେବେ ଏହି ସିନ୍ଧୁଙ୍କ ପ୍ରଥମ ସିଙ୍ଗାପୁର ଓପନ୍ସ ଟାଇଟଲ ।

ପ୍ରଥମ ସେଟରେ ସିନ୍ଧୁ ଜବରଦସ୍ତ ପ୍ରଦର୍ଶନ କରି ୱାଙ୍ଗଙ୍କୁ ହରାଇଥିଲେ । ମାତ୍ର ଦ୍ୱିତୀୟ ସେଟରେ ୱାଙ୍ଗ ବିଜୟୀ ହୋଇ ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ । ନିର୍ଣ୍ଣାୟକ ସେଟରେ ସିନ୍ଧୁ ୨୧-୧୫ରେ ବିଜୟୀ ହୋଇଥିଲେ । ଚଳିତ ବର୍ଷ ସିନ୍ଧୁଙ୍କ ଏହା ତୃତୀୟ ଟାଇଟଲ । ସେ ଏହା ପୂର୍ବରୁ କୋରିଆ ଓପନ ଓ ସୁଇସ ଓପନରେ ଚାମ୍ପିୟନ ହୋଇ ସାରିଛନ୍ତି ।
ସିନ୍ଧୁ ଚଳିତ ବର୍ଷ ଏହି ପ୍ରଥମ ସୁପର-୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି। ଏହା ପୂର୍ବରୁ ସିନ୍ଧୁ ଦୁଇଟି ସୁପର-୩୦୦ ଟୁର୍ଣ୍ଣାମେଣ୍ଟ ସୟଦ ମୋଦୀ ଇଣ୍ଟରନ୍ୟାସନାଲ ଏବଂ ସ୍ୱିସ୍ ଓପନ୍ ଟାଇଟଲ୍ ଜିତିଥିଲେ। ସିନ୍ଧୁ ସିଙ୍ଗାପୁର ଓପନ୍ ଜିତି ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ସ୍ୱର୍ଣ୍ଣ ଦାବିକୁ ମଜବୁତ କରିଛନ୍ତି।












Click it and Unblock the Notifications