ଡୋପ ଟେଷ୍ଟରେ ଧରା ପଡିଲେ ହିମା: ଦୂତିଙ୍କ ପରେ ବାସନ୍ଦ ହେଲେ ହିମା ଦାସ

ହିମା ଦାସଙ୍କୁ ବଡ଼ ଝଟକା । ଡୋପ ଟେଷ୍ଟରେ ଧରା ପଡିଲେ ହିମା । ହିମାଙ୍କୁ ନିଲମ୍ବନ କଲା NADA । ବର୍ଷେ ଯାଏଁ ସେ ଖେଳି ନପାରନ୍ତି ।ନିୟମ ଉଲ୍ଲଂଘନ ଅଭିଯୋଗରେ ରାଷ୍ଟ୍ରୀୟ ଡୋପିଙ୍ଗ ନିରୋଧକ ଏଜେନ୍ସି(NADA) ତାଙ୍କୁ ନିଲମ୍ବିତ କରିଛି ।

ତାଙ୍କୁ ସାମୟିକ ବାସନ୍ଦ କରାଯାଉଛି । ସେ ବର୍ଷେ ମଧ୍ୟରେ ୩ ଥର ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ସେ ୨ ବର୍ଷ ପାଇଁ ବାସନ୍ଦ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ତେବେ କେଉଁ କାରଣକୁ ବାସନ୍ଦ କରାଯାଇଛି NADA ପକ୍ଷରୁ ସେ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ । କାରଣ ଯାହା ବି ହେଉ ସେ ହିମାଙ୍କୁ ଦୁଇ ବର୍ଷ ବାସନ୍ଦ ହେବାକୁ ପଡିବ ବୋଲି କୁହାଯାଉଛି । ତେବେ ପରେ ଏହା କମି ବର୍ଷେ ହୋଇପାରେ ।

ହିମା ନିଦ୍ଦିଷ୍ଟ ଭାବେ କେଉଁଠି ଓ କେତେବେଳେ ନିୟମ ଉଲ୍ଲଂଘନ କଲେ, ସେ ସମ୍ପର୍କରେ ସ୍ପଷ୍ଟତା ଆସି ନାହିଁ। ହିମା ପୂର୍ବରୁ ଆହତ ହୋଇ ଦୀର୍ଘ ଦିନ ହେବ ସେ ଜାତୀୟ ଶିବିରରେ ନାହାନ୍ତି । ତେଣୁ ତାଙ୍କୁ ଏସୀୟ କ୍ରୀଡା ପାଇଁ ଜାତୀୟ ଦଳରେ ସାମିଲ କରାଯାଇନଥିଲା ।

HIMA_DASH

ଜାକର୍ତ୍ତାରେ ଖେଳାଯାଇଥିବା ୪୦୦ ମିଟର ରିଲେ, ୪୦୦ ମିଟର ମିକ୍ସଡ୍‌ ରିଲେରେ ସ୍ୱର୍ଣ୍ଣ ଓ ରୌପ୍ୟ ହାସଲ କରିଥିଲେ ହିମା ଦାସ ।

ସୂଚନା ଯୋଗ୍ୟ, ନିକଟରେ ଡୋପ୍ ଟେଷ୍ଟରେ ଫେଲ ମାରିଥିଲେ ଦୂତି । ୨୦୨୭ ଯାଏଁ ସେ ଖେଳି ପାରିବେନି । ଦୂତିଙ୍କ ଉପରେ ୪ ବର୍ଷ ବ୍ୟାନ୍ । ଦଣ୍ଡାଦେଶ ଚଳିତ ବର୍ଷ ଅର୍ଥାତ୍ ୨୦୨୩ ଜାନୁଆରୀ ୩ ତାରିଖରୁ ଲାଗୁ ହୋଇଛି । କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେନି ଦୂତି । ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ SRMS ଟେଷ୍ଟରେ ଦୂତି ଚାନ୍ଦ ଫେଲ୍‌ ମାରିଥିଲେ ।

ଦୂତିଙ୍କୁ ଗତବର୍ଷ ଡିସେମ୍ବର ୫ ଓ ୨୬ ତାରିଖରେ ନାଡାର ଡୋପ୍ ନିୟନ୍ତ୍ରକ ଅଧିକାରୀ ଭୁବନେଶ୍ବରରେ ଦୁଇଥର ପରୀକ୍ଷା ହୋଇଥିଲା। । ପ୍ରଥମ ନମୁନାରେ ନିଷିଦ୍ଧ ଔଷଧ ଆଣ୍ଡାରିନ୍ , ଓଷ୍ଟାରିନ୍ ଓ ଲିଗାଣ୍ଡ୍ରୋଲ୍ ଆସିଥିଲା ବେଳେ ଦ୍ବିତୀୟ ନମୁନାରେ ଆଣ୍ଡାରିନ୍ ଓ ଓଷ୍ଟାରିନ୍ ଥିବା ସ୍ପଷ୍ଟ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+