ଆଜି ମୁହାଁମୁହିଁ ହେବେ ଭାରତ-ଜିମ୍ବାୱେ, ଆଗରେ ଅଛି ଭାରତ

ଆଜି ଖେଳାଯିବ ଭାରତ-ଜିମ୍ବାୱେ ଚତୁର୍ଥ ଟି-୨୦। ୫ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ରହିଛି ଭାରତୀୟ ଟିମ୍। ଆଜିର ମ୍ୟାଚ ଜିତି ଟିମ୍ ଇଣ୍ଡିଆ ସିରିଜ୍ ବିଜୟ ନେଇ ଲକ୍ଷ୍ୟ ରଖିଛି। ସେପଟେ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରି ସିରିଜ ବରାବର କରିବା ଲକ୍ଷରେ ରହିଛି ଜିମ୍ବାୱେ ଟିମ୍।

India-Zimbabwe 4th T20I

ପ୍ରଥମ ମ୍ୟାଚରେ ଭାରତ ପରାଜୟ ଭୋଗିଥିବା ବେଳେ ପରବର୍ତ୍ତୀ ୨ଟି ଯାକ ମ୍ୟାଚରେ ଭଲ ପ୍ରଦର୍ଶନ କରିଛି। ୩ ବରିଷ୍ଠ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଦେଜା ଟି-୨୦ ଫର୍ମାଟରୁ ଅବସର ନେଇ ସାରିଥିବା ବେଳେ ଏହି ସିରିଜରେ ନୂଆ ଚେହେରାଙ୍କ ପ୍ରଦର୍ଶନ ବଳରେ ନୂଆ ପିଢୀର ଯୁଗ ଆରମ୍ଭ ହେବାକୁ ଯାଉଥିବା ଭାରତୀୟ କ୍ରୀଡାପ୍ରେମୀଙ୍କ ମତ ରହିଛି।

ଆଜିର ମ୍ୟାଚରେ ଜିମ୍ବାୱେ ଉପରେ ପ୍ରଭାବ ବିସ୍ତାର କରି ସିରିଜ୍ କବଜା କରିବା ଲକ୍ଷରେ ରହିଛନ୍ତି ଅଧିନାୟକ ଶୁଭମନ୍ ଗିଲ ଓ ଟିମ୍ ଇଣ୍ଡିଆ। ସେପଟେ ସିରିଜ ବରାବର ଲକ୍ଷରେ ରହିଛି ପ୍ରତିପକ୍ଷ ଟିମ୍।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+