ଇଣ୍ଡିଆ-ଜିମ଼୍ବାୱେ ମ୍ୟାଚ୍‌: ଜିମ଼୍ବାୱେ ହରାଇ ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ

ଶନିବାର ଅପ୍ରତ୍ୟାଶିତ ଢଙ୍ଗରେ ଭାରତର ଯୁବ ବାହିନୀ ଜିମ୍ବାୱେ ଠାରୁ ହାରି ଯାଇଥିଲା। ହେଲେ ୨୪ ଘଣ୍ଟା ଭିତରେ ଜିମ୍ବାୱେ ଠାରୁ ଏହାର ମଧୁର ପ୍ରତିଶୋଧ ନେଇ ଶୁବମନ ଗିଲଙ୍କ ଭାରତୀୟ ଟିମ। ଦ୍ୱିତୀୟ ଟି-୨୦ରେ ଭାରତୀୟ ଟିମ ଜିମ୍ବାୱେକୁ ବିଶାଳ ୧୦୦ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂରେ ଭାରତୀୟ ବ୍ୟାଟରମାନେ ଜିମ୍ବାୱେର ସବୁ ବୋଲରଙ୍କୁ କଡ଼ା ପ୍ରହାର କରିଥିଲେ।

ଅଭିଷେକ ଶର୍ମାଙ୍କ ୧୦୦, ଋତୁରାଜ ଗାଏକ୍ୱାଡଙ୍କ ଅପରାଜିତ ୭୭ ଓ ରିଙ୍କୁ ସିଂହଙ୍କ ଅପରାଜିତ ୪୮ ରନ ଭାରତୀୟ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ବିଶାଳ ୨୩୪ ରନ କରିଥିଲା। ଏହାକୁ ପିଛା କରୁଥିବା ଜିମ୍ବାୱେ ୧୮.୪ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୩୪ ରନ କରିପାରିଛି। ଭାରତ ଏହି ମ୍ୟାଚ୍‌କୁ ଜିତି ୫ ଟିକିଆ ଟି-୨୦ ସିରିଜକୁ ୧-୧ ସ୍ଥିତିକୁ ନେଇ ଆସିଛି।

ଘରୋଇ ପରିବେଶରେ ୨୩୫ ରନର ଟାର୍ଗେଟ ପାଇଥିବା ଜିମ୍ବାୱେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଥମ ଓଭରରେ ଇନୋସେଣ୍ଟ କାଇଆ ମାତ୍ର ୪ ରନ କରି ପୁଣିଥରେ ମୁକେଶ କୁମାରଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ।

ବ୍ରାଏନ ବେନେଟ କିଛି ବଡ଼ ଶଟ ଖେଳିଥିଲେ ହେଁ କେବଳ ୨୬ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ମୁକେଶ କୁମାର ଆଉଟ କରିଥିଲେ। ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା(୪) ଓ ଡିଓନ ମେୟର୍ସ(୦)ଙ୍କୁ ଆବେଶନ ଖାନ ଗୋଟିଏ ଓଭରରେ ଆଉଟ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

India-Zimbabwe Match

ଜୋନାଥନ କମ୍ପବେଲ(୪)ଙ୍କୁ ୱାଶିଂଟନ ସୁନ୍ଦର ଓ କ୍ଲାଏଭ ମାଣ୍ଡାଡେ(୦)ଙ୍କୁ ରବି ବିଷ୍ଣୋଇ ପ୍ୟାଭିଲିୟନ ପଠାଇ ଭାରତର ବିଜୟ ଏକପ୍ରକାରର ନିଶ୍ଚିତ କରିଦେଇଥିଲେ। ୱେଲିଂଟନ ମାସାକାଜା ୧ ରନ କରି ରନଆଉଟ ହୋଇଥିଲେ।

ଜିମ୍ବାୱେ ୭୧ ରନରେ ୭ ୱିକେଟ ହରାଇଥିଲା। ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଦଳର ଓପନର ୱେସ୍‌ଲେ ମାଧେଭେରେ ଖୁଣ୍ଟ ଭଳି ଛିଡ଼ା ହୋଇଥିଲେ। ସେ ଅର୍ଦ୍ଧଶତକ ଆଡ଼କୁ ଯାଉଥିବା ବେଳେ ତାଙ୍କୁ ରବି ବିଷ୍ଣୋଇ ଆଉଟ କରି ସବୁ ଆଶାରେ ପାଣି ପକାଇ ଦେଇଥିଲେ। ମାଧେଭେରେ ୩୯ ବଲରେ ୪୩ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ଗୋଟିଏ ଛକା ଓ ୩ଟି ଚୌକା ମାରିଛନ୍ତି।

ଲୁକେ ଜୋଙ୍ଗ‌ୱେ ଶେଷ ଭାଗରେ କିଛି ବଡ଼ ଶଟ ଖେଳିବାରୁ ଦଳୀୟ ସ୍କୋର ୧୦୦ ପାର କରିଥିଲା। ତେବେ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ଥିଲା। ଜୋଙ୍ଗ‌ୱେ ଦମଦାର ବ୍ୟାଟିଂ କରୁଥିବା ବେଳେ ଆବେଶ ଖାନ ୨ ରନ କରିଥିବା ବ୍ଲେସିଂ ମୁଜାରାବାନିଙ୍କୁ ଆଉଟ କରି ଜିମ୍ବାୱେକୁ ୯ମ ଝଟକା ଦେଇଥିଲେ।

ତଥାପି ଜୋଙ୍ଗ‌ୱେ ଶଟ ଖେଳିବା ବନ୍ଦ କରି ନଥିଲେ। କିନ୍ତୁ ୧୯ତମ ଓଭରର ୪ ର୍ଥ ବଲରେ ମୁକେଶ କୁମାର ୩୩ ରନ କରିଥିବା ଜୋଙ୍ଗ‌ୱେଙ୍କୁ ଆଉଟ କରି ଜିମ୍ବାୱେ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଜିମ୍ବାୱେ ୧୮.୪ ଓଭରରେ ୧୩୪ କରି ସମସ୍ତ ୱିକେଟ ହରାଇବାରୁ ଭାରତ ୧୦୦ ରନରେ ମ୍ୟାଚ ଜିତି ନେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+