Get Updates
Get notified of breaking news, exclusive insights, and must-see stories!

ସୁପର୍‌ ଓଭର୍‌ରେ ଜିତିଲା ଭାରତ; ରବିବାର ଫାଇନାଲ୍‌ରେ ଭାରତ ଭେଟିବ ପାକିସ୍ତାନକୁ

ଶେଷ ସୁପର୍‌-୪ ମ୍ୟାଚ୍‌ରେ ସବୁ ରୋମାଞ୍ଚ ଦେଖିବାକୁ । ସର୍ବୋଚ୍ଚ ସ୍କୋର୍‌ ସହ ଉଭୟ ଭାରତ ଓ ଶ୍ରୀଲଙ୍କା ଦଳ ବି ସମାନ ୨୦୨/୫ ସ୍କୋର୍‌ କରି ମ୍ୟାଚ୍‌କୁ ଟାଇ କରିଦେଲେ। ସୁପର୍‌ ଓଭରରେ ଶ୍ରୀଲଙ୍କା ୫ ବଲ୍‌ ଖେଳି ମାତ୍ର ୨ ରନ୍‌ରେ ଉଭୟ ୱିକେଟ୍‌ ହରାଇଦେଲା।

ରନ୍‌ଆଉଟ୍ ନାକଚ ସତ୍ତ୍ବେ ଅର୍ଶଦୀପ ଉଭୟ ୱିକେଟ୍‌ ନେଇଥିଲେ । ଏହି ଗୁରୁତ୍ବହୀନ ମୁକାବିଲାକୁ ଶେଷରେ ଭାରତ ପ୍ରଥମ ବଲ୍‌ରେ ଜିତିଯାଇଥିଲା। ୱାନିନ୍ଦୁ ହସରଙ୍ଗାଙ୍କ ପ୍ରଥମ ବଲ୍‌ରୁ ୩ ରନ୍ ନେଇ ସୂର୍ଯ୍ୟକୁମାର ଯାଦବ ମ୍ୟାଚ୍‌ ଶେଷ କରିଥିଲେ । ଏଥି ସହ ପ୍ରଥମ ଟ୍ବେଣ୍ଟି-୨୦ ଶତକ ହାସଲ କରିଥିବା ପଥୁମ ନିଶଙ୍କା (୫୮ ବଲ୍‌ରୁ ୧୦୭ ରନ୍‌, ୭ ଚୌକା, ୬ ଛକା)ଙ୍କ ପାଳି ବେକାର ଯାଇଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାରରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲେ। ଅନ୍ୟପକ୍ଷରେ ଭାରତ କ୍ରମାଗତ ଷଷ୍ଠ ବିଜୟ ସହ ଫାଇନାଲ୍‌ ପୂର୍ବରୁ ଆତ୍ମବିଶ୍ବାସ ବଢ଼ାଇଛି। ରବିବାର ଫାଇନାଲ୍‌ରେ ଭାରତ ଭେଟିବ ପାକିସ୍ତାନକୁ। ୪୧ ବର୍ଷ ପରେ ପ୍ରଥମ ଥର ଭାରତ-ପାକିସ୍ତାନ ଫାଇନାଲ୍ ଖେଳାଯିବାକୁ ଥିବାବେଳେ ଭାରତ ନବମ ଏସୀୟ ମୁକୁଟ ଆଶାରେ ରହିବ ।

India won the Super Over

ଟସ୍ ହାରି ପ୍ରଥ‌ମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତୀୟ ଦଳକୁ ଶୁବମନ ଗିଲ୍‌ଙ୍କ ୱିକେଟ୍‌ ରୂପରେ ପ୍ରଥମ ଝଟ୍‌କା ଲାଗିଥିଲା। ତୀକ୍ଷଣାଙ୍କୁ ରିଟର୍ନ କ୍ୟାଚ୍‌ ‌ଦେଇ ଗିଲ୍ (୪) ଫେରି ଆସିଥିଲେ। ଅଭିଷେକ ଶର୍ମାଙ୍କ ଜବରଦସ୍ତ ଫର୍ମ କିନ୍ତୁ ଜାରି ରହିଥିଲା। ଗ୍ରୁପ୍ ପର୍ଯ୍ୟାୟରେ ତିନିଟି ଥାର୍ଟି (୩୦, ୩୧, ୩୮) କରିଥିବା ଅଭିଷେକ ସୁପର୍‌-୪ର ୩ ମ୍ୟାଚ୍‌ରେ ୩ ଅର୍ଦ୍ଧଶତକ (୭୪, ୭୫, ୬୧) କରିଥିଲେ। ଶୁକ୍ରବାର ଏହି ୨୫ ବର୍ଷୀୟ ପଞ୍ଜାବୀ ବାମହାତୀ ବ୍ୟାଟର୍‌ ୨୨ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷକୁ ୩୧ ବଲ୍‌ରୁ ୬୧ ରନ୍ (୮ ଚୌକା, ୨ ଛକା) କରିଥିବା ବେଳେ ଏକ ବଡ଼ ସଟ୍‌ ଖେଳିବାକୁ ଯାଇ ଆଉଟ୍‌ ହୋଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର (୧୩ ବଲ୍‌ରୁ ୧୨ ରନ୍)ଙ୍କ ସଂଘର୍ଷ ଜାରି ରହିଥିଲା। କିନ୍ତୁ ସଂଜୁ ସାମସନ୍ (୨୩ ବଲ୍‌ରୁ ୩୯ ରନ୍, ୧ ଚୌକା, ୩ ଛକା) ଏବଂ ତିଳକ ବର୍ମା (୩୪ରୁ ୪୯* ରନ୍‌, ୪ ଚୌକା, ୧ ଛକା) ଭଲ ବ୍ୟାଟିଂ କରିବାରୁ ଭାରତ ଚଳିତ ଏସିଆ କପ୍‌ରେ ପ୍ରଥମ ଦଳ ଭାବେ ୨୦୦ ଅତିକ୍ରମ କରିଯାଇଥିଲା। ଭାରତ ପାଳିର ଶେଷ ବଲ୍‌ରେ ଦୁଷ୍ମନ୍ତ ଚାମିରାଙ୍କୁ ଛକା ମାରି ଅକ୍ଷର ପଟେଲ୍‌ (୧୫ ବଲ୍‌ରୁ ୨୧* ରନ୍) ଏହି ସ୍କୋର୍‌ ଦେଇଥିଲେ। ଚଳିତ ଏସିଆ କପ୍‌ରେ ପୂର୍ବରୁ ସର୍ବୋଚ୍ଚ ସ୍କୋର୍‌ ୧୮୮ ରନ୍ ଥିଲା। ସମାନ ସ୍କୋର୍‌କୁ ଓମାନ୍ ବିପକ୍ଷରେ ଭାରତ (୧୮୮/୮) ଏବଂ ହଂକଂ ବିପକ୍ଷରେ ଆଫଗାନିସ୍ତାନ (୧୮୮/୬) କରିଥି‌ଲା।

ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୨୦୨/୫ (ଅଭି‌ଷେକ ଶର୍ମା-୬୧, ତିଳକ ବର୍ମା-୪୯*, ସଂଜୁ ସାମସନ୍‌-୩୯, ଅକ୍ଷର ପଟେଲ୍‌-୨୧*, ଚରିତ ଅସଲଙ୍କା-୧/୧୮, ଦାସୁନ ଶଣକା-୧/୨୩, ମହେଶ ତୀକ୍ଷସାଣା-୧/୩୬, ୱାନିନ୍ଦୁ ହସରଙ୍ଗା-୧/୨୭, ଦୁଷ୍ମନ୍ତ ଚାମିରା-୧/୪୦)। ଶ୍ରୀଲଙ୍କା ୨୦ ଓଭରରେ ୨୦୨/୫ (ପଥୁମ ନିଶଙ୍କା-୧୦୭, କୁସାଲ ପେରେରା-୫୮, ଦାସୁନ ଶଣକା-୨୨*, ହାର୍ଦିକ ପାଣ୍ଡ୍ୟା-୧/୭, କୁଲଦୀପ ଯାଦବ-୧/୩୧, ବରୁଣ ଚକ୍ରବର୍ତ୍ତୀ-୧/୩୧, ଅର୍ଶଦୀପ ସିଂହ-୧/୪୬, ହର୍ଷିତ ରାଣା-୧/୫୪)।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+