ନାଗପୁର ପ୍ରଥମ ଟି ଟ୍ବେଣ୍ଟି ଜିତିଲା ଭାରତ
ଦିନିକିଆ ସିରିଜରେ ପରାଜୟର ବଦଲା ନେଇଛି ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଭାରତର ଦମଦାର ବିଜୟ । କିଓ୍ବି ଦଳକୁ ୪୮ ରନରେ ପରାସ୍ତ କରିଛି ଭାରତ । ଭ୍ରମଣକାରୀ ଦଳକୁ ୨୩୯ ରନର ଲକ୍ଷ୍ୟ ଦେଇଥିଲା ଟିମ ଇଣ୍ଡିଆ । ତେବେ ୭ ଓ୍ବିକେଟ ବିନିମୟରେ ନ୍ୟୁଜିଲାଣ୍ଡ ୧୯୦ ରନ କରିବାରେ ସକ୍ଷମ ହୋଇଛି । ତେବେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

ପ୍ରଥମେ ବ୍ୟାଟିଂ କରି ଭାରତ ୨୩୮ ରନ କରିଥିଲା । ସଞ୍ଜୁ ସାମସନ ଫ୍ଲପ୍ ହୋଇଥିବାବେଳେ ଓପନର ଅଭିଶେକ ଶର୍ମା ବିସ୍ଫୋରକ ପାଳି ଖେଳିଥିଲେ । ସେ ୩୫ ବଲରୁ ୮୪ ରନର ପାଳି ଖେଳିଥିଲେ । ପରେ ସୂର୍ଯ୍ୟକୁମାର ଯାଦବ ୩୨, ହାର୍ଦ୍ଦିକ ପାଣ୍ଡ୍ୟା ୨୫ ଏବଂ ରିଙ୍କୁ ସିଂ ୪୪ ରନ କରିଥିଲେ । ରିଙ୍କୁ ସିଂ ୨୦ ବଲରେ ଏହି ସ୍କୋର କରିଥିଲେ । ବିଶାଳ ସ୍କୋରର ଲକ୍ଷ୍ୟ ଦେଇଥିଲା ଭାରତ । ଏହାକୁ ପିଛା କରିବାକୁ ଯାଇ ନ୍ୟୁଜିଲାଣ୍ଡ ଦଳ ୭ ଓ୍ବିକେଟ ବିନିମୟରେ ୧୯୦ ରନ କରିଛି ।
ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ଫିଲିପ୍ସ ୪୦ ବଲରୁ ୭୮ ରନ୍ କରିଥିବାବେଳେ ମାର୍କ ଚାମ୍ପନ ୩୯ ରନ କରିଛନ୍ତି । ମିଚେଲ୍ ୨୮ ରନ୍ କରିଥିବାବେଳେ ସାଣ୍ଟନର ୨୦ ରନ୍ କରିଥିଲେ । ଭାରତ ପକ୍ଷରୁ ଶିଭମ ଦୁବେ ଏବଂ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ଅର୍ଶଦୀପ, ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି । ତେବେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ବିଜୟରୁ ଅଭିଯାନ ଆରମ୍ଭ କରିଛି ।












Click it and Unblock the Notifications