Get Updates
Get notified of breaking news, exclusive insights, and must-see stories!

ଚାରିଥର ପାଇଁ କ୍ରିକେଟ ବିଶ୍ଵକପ ଜିତିଲା ଇଣ୍ଡିଆ; ଦୁଇଥର ଦିନିକିଆ ଓ ଟି-୨୦, କପିଲ ଦେବ୍ ଓ ଧୋନୀଙ୍କ ପରେ ରୋହିତ ...

୧୭ ବର୍ଷ ପରେ ଆଉ ଥରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ତୋଳିଛି । ଏଥି ସହିତ ଭାରତ ମଧ୍ୟ ଦିନିକିଆ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଦୁଇ ଥର ଲେଖାଏଁ ଜିତିବାର ସୌଭାଗ୍ୟ ପାଇଛି । ୧୯୮୩ରେ କପିଳ ଦେବଙ୍କ ଦଳ ଏବଂ ୨୦୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଦିନିକିଆ ବିଶ୍ବକପ୍ ଜିତିଥିଲା। ସେହିଭଳି ୨୦୦୭ରେ ଧୋନିଙ୍କ ଦଳ ପ୍ରଥମ ସଂସ୍କରଣ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଦକ୍ଷିଣ ଆଫ୍ରିକାରେ ଜିତିଥିଲା। ବର୍ଣ୍ଣ‌ବୈଷମ୍ୟ ବାସନ୍ଦ ଉଠିବା ପରବର୍ତ୍ତୀ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରି ଦକ୍ଷିଣ ଆଫ୍ରିକା ତିନି ଦଶନ୍ଧି ପରେ ପ୍ରଥମ ଥର ଫାଇନାଲ୍ ଖେଳିଥିଲେ ମଧ୍ୟ ବିଶ୍ବକପ୍‌ ସ୍ବପ୍ନକୁ ସାକାର କରିପାରିଲା ନାହିଁ।

୧୯୮୩ ରେ ମିଳିଥିଲା ପ୍ରଥମ ବିଜୟ

୧୯୮୩ ମସିହାରେ ଭାରତ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ୍ ଟ୍ରଫି ହାସଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବାସ୍ତବରେ, ୧୯୮୩ ମସିହାରେ, ଭାରତୀୟ ଦଳ ଏକ ଅଣ୍ଡରଡଗ୍ ଭାବରେ ବିବେଚନା କରାଯାଉଥିଲା । ଏହି ଦଳ ଦିନିକିଆ ବିଶ୍ୱକପ ଟାଇଟଲ ଜିତି ପାରିବ ବୋଲି କେହି ପୂର୍ବାନୁମାନ କରିନଥିଲେ । କିନ୍ତୁ କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତ ଇତିହାସ ସୃଷ୍ଟି କରି ଟ୍ରଫିକୁ କାବୁ କରିଥିଲା ।

୨୦୦୭ ଟି-୨୦ ବିଶ୍ଵକପ ଟ୍ରଫି

ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ୨୦୦୭ ମସିହାରେ ଭାରତୀୟ ଦଳ ଟି-୨୦ ବିଶ୍ୱକପ ଟ୍ରଫି ହାସଲ କରି ଇତିହାସ ସୃଷ୍ଟି କରିଥିଲା । ଭାରତୀୟ ଦଳ ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୫ ରନରେ ପରାସ୍ତ କରି ଟି୨୦ ବିଶ୍ୱକପ ଜିତିବାରେ ସଫଳ ହୋଇଥିଲା । ଏହି ବିଜୟ ନୂଆ ପିଢ଼ି ପାଇଁ ଏକ ଆଭାସ ଥିଲା । କ୍ରିକେଟର ନୂଆ ପରିଭାଷା ଆରମ୍ଭ ହୋଇଥିଲା ।

୨୦୧୧ ମସିହାରେ ଦିନିକିଆ ବିଶ୍ଵକପ ଭାରତ ଜିତିଥିଲା

ପୁଣିଥରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏକଦିବସୀୟ ବିଶ୍ୱକପ ଟାଇଟଲ ଜିତିବାରେ ସଫଳ ହୋଇଥିଲା । ୨୦୧୧ ଦିନିକିଆ ବିଶ୍ୱକପ୍ ରେ ଭାରତୀୟ ଦଳ ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରି ବିଶ୍ୱକପ ଟ୍ରଫି କବଜା କରିଥିଲା । ଦୀର୍ଘ ୨୮ ବର୍ଷର ବ୍ୟବଧାନ ପରେ ଭାରତ ଏହି ରେକର୍ଡ଼ କରିଥିଲା ।

Cricket World Cup

୨୦୨୪ ଟି-୨୦ ବିଶ୍ଵକପ ବିଜୟ

ରୋହିତ ଶର୍ମାଙ୍କ ଅଧିନାୟକତ୍ଵ ଫଳରେ ଜିତିଲା ଭାରତ । ଦୀର୍ଘ ୧୬ ବର୍ଷ ପରେ ଟି-୨୦ ବିଶ୍ଵକପ ଜିତିଛି ଟିମ୍ ଇଣ୍ଡିଆ । ବିରାଟ କୋହଲି ମ୍ୟାନ ଅଫ୍ ଦି ମ୍ୟାଚ ହୋଇଛନ୍ତି । ସାଉଥ୍ ଆଫ୍ରିକାକୁ ୭ ରନରେ ହରାଇ ବିଶ୍ଵ ଚମ୍ପିୟାନ ହୋଇଛନ୍ତି ଟିମ ଇଣ୍ଡିଆ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+