ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ବାଜିମାତ୍ କଲା ଭାରତ
ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ବାଜିମାତ୍ କଲା ଭାରତ । ମୀରପୁର ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ ୩ ୱିକେଟରେ ବିଜୟୀ ହୋଇଛି ଭାରତ ।
ଢାକା: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ବାଜିମାତ୍ କଲା ଭାରତ । ମୀରପୁର ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ ୩ ୱିକେଟରେ ବିଜୟୀ ହୋଇଛି ଭାରତ । ରବିବାର ଭାରତ ଏହି ମ୍ୟାଚ ସହ ବାଂଲାଦେଶ ବିରୋଧରେ ଟେଷ୍ଟ ସିରିଜରେ ବିଜୟୀ ହୋଇଛି । ଦ୍ୱିତୀୟ ଟେଷ୍ଟକୁ ଜିତିବାକୁ ଭାରତ ଆଗରେ ୧୪୫ ରନର ବିଜୟ ଲକ୍ଷ୍ୟ ରହିଥିଲା । ଭାରତ ଏହି ଲକ୍ଷ୍ୟକୁ ୭ ଓ୍ୱିକେଟ ହରାଇ ନିଜ ନାମରେ କରିଥିଲା । ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ବିଜୟ ହାସଲ କରିଥିଲା ।

ଢାକାରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ପ୍ରଥମ ବ୍ୟାଟିଂ କରି ପ୍ରଥମ ଇନିଂସରେ ବାଂଲାଦେଶ ମାତ୍ର ୨୨୭ ରନ କରି ଅଲଆଉଟ ହୋଇଥିଲା । ତେବେ ଭାରତ ପ୍ରଥମ ଇନିଂସରେ ୩୧୪ ରନ କରିଥିଲା । ଯାହାଫଳରେ ଭାରତ ପ୍ରଥମ ଇନିଂସରେ ୮୭ ରନ ଆଗରେ ରହିଥିଲା । ତେବେ ଦ୍ୱିତୀୟ ଇନିଂସରେ ବାଂଲାଦେଶ ମାତ୍ର ୨୩୧ ରନ କରି ଅଲଆଉଟ ହୋଇଥିଲା । ଯାହାଫଳରେ ଭାରତ ସାମ୍ନାରେ ୧୪୫ ରନର ବିଜୟ ଲକ୍ଷ୍ୟ ରହିଥିଲା ।
ଶନିବାର ଭାରତ ୪୫ ରନରେ ୪ଟି ୱିକେଟ ହରାଇଥିଲା । ଚତୁର୍ଥ ଦିନରେ ହାତ ଆଉ ୬ଟି ୱିକେଟ ଥାଇ ୧୦୦ ରନ ଆବଶ୍ୟକ କରୁଥିଲା । ଏହା ପରେ ମଧ୍ୟ ଭାରତର ସ୍ଥିତି ସଙ୍ଗୀନ ରହିଥିଲା । ଦଳ ୭୪ ରନରେ ୭ ୱିକେଟ ହରାଇ ସଙ୍କଟରେ ପଡିଯାଇଥିଲା । ଏହି ସମୟରେ ଦଳ ପାଇଁ ମଙ୍ଗ ଧରିଥିଲେ ଶ୍ରେୟସ ଆୟାର ଏବଂ ରବିଚନ୍ଦ୍ରନ ଅଶ୍ୱିନ । ଅଶ୍ୱିନ ୬୨ ବଲରେ ୪୨ ରନ କରିଥିବା ବେଳେ ଉଭୟଙ୍କ ମଧ୍ୟରେ ୭୧ ରନର ଭାଗିଦାରୀ ହୋଇଥିଲା । ଏହାରି ବଳରେ ଭାରତ ଦମଦାର ବିଜୟ ହାସଲ କରିଛି ।
ଏହି ମ୍ୟାଚରେ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିବାବେଳେ ଚେତେଶ୍ୱର ପୂଜାରାଙ୍କୁ ପ୍ଲେୟାର ଅଫ ଦି ସିରିଜ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।












Click it and Unblock the Notifications