୮ ୱିକେଟରେ ଜିତିଲା ଭାରତ

ଜୋହାନ୍ସବର୍ଗ:ଓପନ କରି ୪୩ଟି ବଲ୍‌ରୁ ୯ଟି ଚୌକା ସହ ଅପରାଜିତ ୫୫ ରନ୍ ସଂଗ୍ରହ କରିଛନ୍ତି । ଏହି ମ୍ୟାଚକୁ ଟିମ୍ ଇଣ୍ଡିଆ ୮ ୱିକେଟରେ ଜିତି ନେଇଛି । ଜୋହାନ୍ସବର୍ଗର ନ୍ୟୁ ୱଣ୍ଡର୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା ।

india won

କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାସାୟୀ ହୋଇ ଯାଇଥିଲେ ଦକ୍ଷିଣ ଆଫ୍ରିକା ଟମ୍ । କୌଣସି ବି ଜଣେ ଖେଳାଳି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ । ପ୍ରାରମ୍ଭରୁ ଦଳ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ୨୭.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୬ ରନ୍ ସଂଗ୍ରହ କରିଥିଲା ଟିମ୍ । ଆଉ ଏହାର ଜବାବରେ ଭାରତ ମାତ୍ର ୨ ଉଇକେଟ ହରାଇ ମ୍ୟାଚ ଜିତିଥିଲା ।

ସାଇ ସୁଦର୍ଶନ ଭାରତ ପାଇଁ ଚମତ୍କାର ବ୍ୟାଟିଂ କରି ଅପରାଜିତ ୫୫ ରନ ସ୍କୋର କରିଥିଲେ । ସେ ୪୩ ବଲ୍‌ର ସମ୍ମୁଖୀନ ହୋଇଥିଲେ ଏବଂ ୯ ଚୌକା ମାରିଥିଲେ । ଶ୍ରେୟାସ ଆୟର ୪୫ ବଲରେ ୫୨ ରନ ସଂଗ୍ରହ କରିଥିଲେ ।

ସେ ୬ଟି ୪ ଓ ଗୋଟିଏ ୬ ମାରିଥିଲେ । ଏହାପୂର୍ବରୁ ଅର୍ଶଦୀପ ସିଂ ଏବଂ ଆବେଶ ଖାନ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ । ୧୦ ଓଭରରେ ୩୭ ରନ ପାଇଁ ଅର୍ଶଦୀପ ୫ ଉଇକେଟ ନେଇଥିଲେ । ଆବେଶ ଖାନ ୮ ଓଭରରେ ୨୭ ରନ ପାଇଁ ୪ ଉଇକେଟ ନେଇଥିଲେ । କୁଲଦୀପ ଯାଦବ ମଧ୍ୟ ଗୋଟିଏ ସଫଳତା ପାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+