ଦୃଷ୍ଟିବାଧିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍: ଭାରତ ବିଶ୍ବ ଚମ୍ପିୟାନ
ପୁଣି ଇତିହାସ ରଚିଲେ ଭାରତୀୟ ମହିଳା। ଦୃଷ୍ଟିବାଧିତ ମହିଳା କ୍ରିକେଟ୍ ଟିମ୍ ଟି-୨୦ ବିଶ୍ଵକପ୍ ରେ ଭାରତ ଚାମ୍ପିଅନ୍ ହୋଇଛି । କଲମ୍ବୋରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ନେପାଳକୁ ୭ ଓ୍ବିକେଟ୍ ରେ ହରାଇ ଭାରତ ଚାମ୍ପିଅନ୍ ହୋଇଛି। ଭାରତ ପ୍ରଥମଥର ପାଇଁ ଦୃଷ୍ଟିବାଧିତ ମହିଳା ଟି-୨୦ ବିଶ୍ଵକପ୍ ଜିତି ଇତିହାସ ରଚିଛି। ଟସ୍ ଜିତି ଭାରତ ପ୍ରଥମେ ବୋଳିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନେପାଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ପିକେଟ୍ ହରାଇ ୧୧୪ ରଡ଼୍ରେ ସୀମିତ ରହିଥିଲା। ଜବାବରେ ଦମଦାର୍ ବ୍ୟାଟିଂ ବଳରେ ଭାରତ ୧୩ ଓଭରରେ ମ୍ୟାଚ୍ ଜିତି ଟାଇଟଲ୍ ନିଜ ନାଁରେ କରିଛି। ଫାଇନାଲ ମ୍ୟାଚ୍ରେ ଚମକିଛନ୍ତି ଓଡିଆ ଝିଅ ଫୁଲ ସୋରେନ୍। ଫୁଲଙ୍କର ଦମଦାର ବ୍ୟାଟିଂ ଭାରତର ବିଜୟକୁ ସହଜ କରିଦେଇଥିଲା।

ଓଡ଼ିଆ ଝିଅ ଫୁଲ ସୋରେନ୍ ଚମତ୍କାର ଖେଳି ୨୭ ବଲ୍ରୁ ୪ ବାଉଣ୍ଡରି ସହ ୪୪* ରନ୍ କରି ଦଳକୁ ବିଜୟ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଫୁଲଙ୍କ ସହ ବିଜେତା ଭାରତୀୟ ଦଳରେ ଓଡ଼ିଶାର ବାସନ୍ତୀ ହାଁସ୍ଦା, ଯମୁନାରାଣୀ ଟୁଡ଼ୁ ଓ ପାର୍ବତୀ ମାରାଣ୍ଡି ରହିଥିଲେ। ସେମିଫାଇନାଲ୍ରେ ଅଷ୍ଟ୍ରେଲିଆକୁ ଭାରତ ଏବଂ ପାକିସ୍ତାନକୁ ନେପାଳ ହରାଇ ଫାଇନାଲ୍ରେ ପହଞ୍ଚିଥିଲେ। ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଏହି ପ୍ରତିଯୋଗିତା ଆୟୋଜନ କରିଥିଲେ। ନଭେମ୍ବର ୧୧ରୁ ଖେଳାଯାଇଥିବା ଏହି ପ୍ରତିଯୋଗିତାରେ ଦୁଇ ଆୟୋଜକ ଦେଶ ବ୍ୟତୀତ ଅଷ୍ଟ୍ରେଲିଆ, ନେପାଳ, ଆମେରିକା ଓ ପାକିସ୍ତାନ ଅଂଶଗ୍ରହଣ କରିଥିଲେ। ବିଶ୍ବ ବିଜୟ ପରେ ଭାରତୀୟ ଦଳକୁ ମଧ୍ୟ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି।
ଭାରତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳ ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିଆନ ହେବା ପରେ ଦେଶ ବ୍ୟାପି ପ୍ରଶଂସାର ଶୁଅ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ତାଙ୍କ X ଜରିଆରେ ଦୃଷ୍ଟିବାଧିତ ମହିଳା ଟିମ୍ କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଉଲ୍ଲେଖ କରିଛନ୍ତି ଆପଣ ମାନଙ୍କର ଅନନ୍ୟ ପ୍ରଦର୍ଶନ, ଶୃଙ୍ଖଳା ଏବଂ ପରାକାଷ୍ଠା ପାଇଁ ଆଜି ପୁରା ଦେଶ ଗର୍ବିତ । ଆଗକୁ ଏହିପରି ବିଜୟର ଧାରା ଜାରି ରହୁ ବୋଲି ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।












Click it and Unblock the Notifications