ଗୋଟିଏ ଦିନରେ ଦୁଇଟି ବିଶ୍ବକପ ଜିତିଲା ଭାରତ, ଖୋ ଖୋରେ ବିଶ୍ବ ବିଜୟୀ ହେଲେ ପୁରୁଷ ଓ ମହିଳା ଦଳ
ଗୋଟିଏ ଦିନରେ ଦୁଇଟି ବିଶ୍ବକପ ଜିତିଲା ଭାରତ । ଖୋ ଖୋ ବିଶ୍ବକପରେ ଇତିହାସ ରଚିଲା ଇଣ୍ଡିଆ । ପ୍ରଥମ ସଂସ୍କରଣରେ ବିଶ୍ବ ବିଜୟୀ ହେଲା ଭାରତୀୟ ମହିଳା ଓ ପୁରୁଷ ଖୋ ଖୋ ଦଳ । ଫାଇନାଲରେ ନେପାଳକୁ 54-36ରେ ପରାସ୍ତ କରି ବିଶ୍ବ ବିଜୟୀ ହୋଇଛି ମେନ ଇନ ବ୍ଲୁ ।
ସେହିପରି ମହିଳା ବିଭାଗରେ ନେପାଳକୁ 78-40ରେ ହରାଇ ବିଜୟୀ ହୋଇଛି ଭାରତୀୟ ମହିଳା ଖୋ ଖୋ ଟିମ୍ । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଚଳିତ ଥର ପ୍ରଥମ ଥର ପାଇଁ ଖୋ ଖୋ ବିଶ୍ବକପର ଆୟୋଜନ କରାଯାଇଥିଲା ।













Click it and Unblock the Notifications