ଡ୍ର ହେଲା ଦ୍ଵିତୀୟ ଟେଷ୍ଟ: ୧-୦ରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ହାତେଇଲା ଟିମ୍ ଇଣ୍ଡିଆ

ସିରିଜ କବଜା କଲା ଭାରତ। ୧-୦ରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ହାତେଇଲା ଟିମ୍ ଇଣ୍ଡିଆ। ବର୍ଷା ହେତୁ ଦ୍ୱିତୀୟ ମ୍ୟାଚ୍ ପ୍ରଭାବିତ ହୋଇ ଡ୍ରରେ ଶେଷ ହୋଇଛି।

୩୬୫ ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍‌ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ପାରିରେ ୨ ୱିକେଟ୍‌ ହରାଇ ୭୬ ରନ୍‌ ସଂଗ୍ରହ କରିଥିଲା । ଅନ୍ତିମ ଦିନରେ ଘରୋଇ ଦଳକୁ ବିଜୟ ପାଇଁ ଆଉ ୨୮୯ ରନ୍‌ ଆବଶ୍ୟକ ହେଉଥିବାବେଳେ ଭାରତ ୮ୱିକେଟ୍‌ ଆବଶ୍ୟକ କରୁଥିଲା ।

INDIAN_CRICKET

ପଞ୍ଚମ ଦିନ ବର୍ଷା ଯୋଗୁଁ ଗୋଟିଏ ବି ବଲ୍ ପଡିପାରିନଥିଲା। ଭାରତ ପକ୍ଷରୁ ସର୍ବାଧିକ ୫ ୱିକେଟ୍ ନେଇଥିବା ମହମ୍ମଦ ସିରାଜଙ୍କୁ ମ୍ୟାନ୍ ଅଫ ଦ ମ୍ୟାଚ୍ ଦିଆଯାଇଥିଲା।

ଭାରତର ବିଜୟ ସମ୍ଭାବନା ଅଧିକ ଥିଲା । ମାତ୍ର ବର୍ଷାରେ ଭାରତର ସବୁ ଆଶା ଧୋଇ ହୋଇ ଯାଇଥିଲା । ପୂର୍ବରୁ ଡୋମିନିକାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଇନିଂସ ଓ ୧୪୧ ରନ୍‌ରେ ବିଜୟ ହାସଲ କରିଥିଲା । ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତ ଆଧିପତ୍ୟ ବଜାୟ ରଖିଥିଲା ।

ପୋର୍ଟ ଅଫ୍ ସ୍ପେନରେ ଖେଳାଯାଥିବା ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୪୩୮ ରନ୍ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ୨୫୫ ରନରେ ଅଲ ଆଉଟ୍ ହୋଇଯାଇଥିଲା। ପରେ ଭାରତ ଦ୍ୱିତୀୟ ଇନିଂସରେ ୨ ୱିକେଟ୍ ୧୮୧ ରନରେ ପାଳି ଘୋଷଣା କରିବା ସହ ୱେଷ୍ଟଇଣ୍ଡିଜକୁ ୩୬୫ ରନର ଟାର୍ଗେଟ୍ ଦେଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+