ଏସିଆନ୍ ଚାମ୍ପିଅନ୍ସ ଟ୍ରଫି: ଚାଇନାକୁ ହରାଇ ପଞ୍ଚମ ଥର ପାଇଁ ଟାଇଟଲ ଜିତିଲା ଭାରତ
ବେଜିଂ : ପୁରୁଷ ହକି ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତୀୟ ଟିମ୍ର ଦମଦାର ବିଜୟ। ହରମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ହକି ଟିମ୍ ଆୟୋଜକ ଚୀନ୍କୁ ନିଜ ମାଟିରେ ୧-୦ ଗୋଲ୍ରେ ହରାଇ ପଞ୍ଚମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି। ପ୍ରଥମ ଥର ଫାଇନାଲରେ ପହଞ୍ଚିଥିବା ଚୀନକୁ ଭାରତୀୟ ଦଳ ଶୋଚନୀୟ ଭାବେ ପରାସ୍ତ କରିଛି ।
ପ୍ରଥମ ୩ କ୍ବାଟର୍ସ ପର୍ଯ୍ୟନ୍ତ ଭାରତ ଓ ଚୀନ ମଧ୍ୟ କଡା ଟକ୍କର ଦେଖିବାକୁ ମିଳିଥିଲା । କିନ୍ତୁ ଧିରେ ଧିରେ ବାଜି ପଲଟିଗଲା । ଭାରତ ୧-୦ ଗୋଲରେ ଚୀନକୁ ହରାଇ ଚାମ୍ପିଅନ୍ ହେଲା । ଏହାକୁ ମିଶାଇ ଭାରତୀୟ ହକି ଦଳ ୫ମ ଥର ପାଇଁ ଟାଇଟଲ୍ ଜିତିଛି ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତ ତା'ର ଏସିଆନ ଚାମ୍ପିୟନ୍ସ ଟ୍ରଫି ଅଭିଯାନ ଚାଇନାକୁ ହରାଇ ଆରମ୍ଭ କରିଥିଲା। ଆଜି ଫାଇନାଲରେ ସେହି ଚାଇନାକୁ ହରାଇ ଚାମ୍ପିୟନ ହୋଇଛି। ଏହା ପୂର୍ବରୁ ଭାରତ ୨୦୧୧, ୨୦୧୬, ୨୦୧୮, ୨୦୨୩ ଓ ୨୦୨୪ରେ ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହୋଇଛି।

୨୦୧୮ ରେ ଭାରତୀୟ ଦଳ ପାକିସ୍ତାନ ସହ ମିଳିତ ବିଜେତା ହୋଇଥିଲା। ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ୮ ଟି ସିଜିନ୍ ଖେଳାଯାଇଛି, ସେଥିମଧ୍ୟରୁ ଭାରତ ୪ ଥର, ପାକିସ୍ତାନ ଗୋଟିଏ ଥର ଏବଂ ଦକ୍ଷିଣ କୋରିଆ ଥରେ ଟାଇଟଲ ଜିତିଛି। ଭାରତ ୨୦୧୮ ରେ ଭାରତ ଏବଂ ପାକିସ୍ଥାନ ମିଳିତ ବିଜେତା ହୋଇଥିଲେ।












Click it and Unblock the Notifications