ପାକିସ୍ତାନ ସହିତ ଦ୍ୱିପାକ୍ଷିକ ସିରିଜ ଖେଳିବନି ଭାରତ

ଭାରତର ନୂଆ କ୍ରୀଡ଼ା ନୀତି ଓ ଜାତୀୟ କ୍ରୀଡ଼ା ବିଲ୍ ନିୟମରେ ରହିବ ବିସିସିଆଇ । ଏଥିସହିତ ପାକିସ୍ତାନ ସହ କୌଣସି ପ୍ରକାର ଦ୍ବୀପାକ୍ଷିକ ସିରିଜ୍ ଖେଳାଯିବନି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ସେ କହିଛନ୍ତି, ଭାରତ ସରକାର ପାକିସ୍ତାନ ସହିତ ଦ୍ୱିପାକ୍ଷିକ କ୍ରୀଡ଼ା ସମ୍ପର୍କ ବନ୍ଦ କରିଛନ୍ତି । କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏହା ବି କହିଛନ୍ତି, ଯେ ବହୁପାକ୍ଷିକ ଅର୍ଥାତ ବଡ଼ ଟୁର୍ନାମେଣ୍ଟରେ ଭାରତ ପାକିସ୍ତାନ ସହିତ ଖେଳିବ, କିନ୍ତୁ ଦ୍ୱିପାକ୍ଷିକ ସିରିଜ୍ ନୁହେଁ ।

Pakistan

ଏହି ନିଷ୍ପତ୍ତି ୨୦୦୮ ମୁମ୍ବାଇ ଓ ୨୦୨୫ ପାହାଲଗାମ ଆତଙ୍କବାଦୀ ହମଲା ପରେ ନିଆଯାଇଛି । ନିକଟରେ ଜାତୀୟ କ୍ରୀଡ଼ା ଶାସନ ବିଲ୍ ୨୦୨୫ ସଂସଦରେ ପାସ୍ ହୋଇଛି, ଯାହା ବିସିସିଆଇ ସମେତ କ୍ରୀଡ଼ା ସଂଘଗୁଡ଼ିକୁ ସ୍ୱଚ୍ଛତା ଓ ଜବାବଦେହୀ ପାଇଁ ବାଧ୍ୟ କରୁଛି । ଏହା କ୍ରୀଡ଼ାବିତଙ୍କ କଲ୍ୟାଣ ଓ ଭାରତକୁ ବିଶ୍ୱ କ୍ରୀଡ଼ା କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବ ବୋଲି ଜୋର ଦେଇ କହିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ।

ପାକିସ୍ତାନ ସହ ଖେଳିବନି ଭାରତ
-ପାକିସ୍ତାନ ସହିତ ଦ୍ୱିପାକ୍ଷିକ କ୍ରୀଡ଼ା ବନ୍ଦ
-ବହୁପାକ୍ଷିକ ଇଭେଣ୍ଟରେ କେବଳ ଭାରତ ଭାଗ ନେବ
-ଜାତୀୟ କ୍ରୀଡ଼ା ଶାସନ ବିଲରେ ବଡ଼ ପରିବର୍ତ୍ତନ
-ବିସିସିଆଇକୁ ବିଲର ନିୟମ ମାନିବା ବାଧ୍ୟତାମୂଳକ
-ବିସିସିଆଇକୁ କ୍ରିକେଟରେ ସ୍ୱଚ୍ଛତା ରଖିବାକୁ ହେବ
-କ୍ରୀଡ଼ାବିତଙ୍କ କଲ୍ୟାଣ ପାଇଁ ଅଧିକ ଗୁରୁତ୍ୱ ଦିଆଯିବ
-ନିର୍ବାଚନ ପ୍ୟାନେଲ ଦ୍ୱାରା ସଂଘ ନିର୍ବାଚନ ହେବ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+