ଭାରତ-ୱେଷ୍ଟଇଣ୍ଡିଜ ଟେଷ୍ଟ: ୫ ୱିକେଟରେ ୪୪୮ ରନ କରି ପାଳି ଘୋଷଣା କଲା ଭାରତ
ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ପାଳି ଘୋଷଣା କରିଛି । ଭାରତ ଦ୍ବିତୀୟ ଦିନ ସୁଦ୍ଧା ୫ ୱିକେଟ ହରାଇ ୪୪୮ ରନ କରିଥିଲା । ଆଉ ଆଜି ସେତିକି ରନରେ ପାଳି ଘୋଷଣ କରିଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୮୬ ରନ ଆଗୁଆ ରହିଛି । କେଏଲ ରାହୁଲ, ରବିନ୍ଦ୍ର ଜାଡେଜା ଏବଂ ଧ୍ରୁବ ଜୁରେଲଙ୍କ ଶତକ ବଳରେ ଭାରତ ୪୪୮ ରନ୍ କରିପାରିଛି ।
ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ମଜବୁତ୍ ସ୍ଥିତିରେ ରହିଛି ଭାରତ । ଓପନର କେଏଲ ରାହୁଲ ଦ୍ବିତୀୟ ଦିନରେ ଶତକ ହାସଲ କରିଛନ୍ତି । ୯ ବର୍ଷ ପରେ ଘରୋଇ ଗ୍ରାଉଣ୍ଡରେ ସେଞ୍ଚୁରୀ ହାସଲ କରିଛନ୍ତି କେଏଲ ରାହୁଲ । ଏହା ତାଙ୍କର ୧୧ତମ ଟେଷ୍ଟ ଶତକ । ୧୯୨ ବଲ୍ରେ ଅପରାଜିତ ଶତକ ମାରିଛନ୍ତି । ଏହା ସହିତ ସେ ଓପନର ଭାବରେ ସର୍ବାଧିକ ଶତକ ହାସଲ କରି ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀରଙ୍କୁ ପଛରେ ପକାଇଛନ୍ତି । ରୋହିତ ଓ ଗମ୍ଭୀର ତାଙ୍କ ଟେଷ୍ଟ କ୍ୟାରିୟରରେ ଇନିଂସ ଓପନିଂ କରି ୯-୯ ଶତକ ହାସଲ କରିଛନ୍ତି ।

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨ ୱିକେଟ ହରାଇ ୧୨୧ ରନ୍ କରିଥିଲା । ଆଜି ଦ୍ବିତୀୟ ଦିନରେ ୧୨୧ରନ୍ରୁ ଖେଳ ଆରମ୍ଭ କରିଥିଲା । ଏହାପରେ ରାହୁଲଙ୍କ ସାଥ ଦେବାକୁ ଆସିଥିଲେ ଶୁବମନ ଗିଲ୍ । ଗିଲ୍ ୧୦୦ ବଲରେ ୫୦ ରନ୍ କରି ଆଉଟ୍ ହୋଇଥିଲେ । ଧ୍ରୁବ ଜୁରେଲଙ୍କ ୧୨୫ ରନ ଏବଂ ରବିନ୍ଦ୍ର ଜାଡେଜାଙ୍କ ୧୦୪ ରନ ବଳରେ ଟିମ୍ ଏବେ ଦୃଢ ସ୍ଥିତିରେ ପହଞ୍ଚିଛି । ଦ୍ବିତୀୟ ଦିନ ଖେଳ ସୁଦ୍ଧା କ୍ରିଜରେ ରବିନ୍ଦ୍ର ଜାଡେଜା ଏବଂ ୱାଂଶିଟନ ସୁନ୍ଦର ଅପରାଜିତ ରହିଛନ୍ତି ।
-
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ବାରୁଣି ସ୍ନାନ ଅବସରରେ ବୈତରଣୀ କୂଳରେ ହଜାର ହଜାର ଭକ୍ତଙ୍କ ସମାଗମ












Click it and Unblock the Notifications