ଭାରତ-ୱେଷ୍ଟଇଣ୍ଡିଜ ଦ୍ବିତୀୟ ଟେଷ୍ଟ; ପ୍ରଥମ ଦିନରେ ଭାରତ ୩୧୮/୨

ଭାରତ-ୱେଷ୍ଟଇଣ୍ଡିଜ ଦ୍ବିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତ ୩୧୮/୨ ରନ୍ କରିଛି । ଯଶସ୍ବୀ ଜୟସୱାଲ ଶତକ ମାରିବା ପରେ ଦ୍ବିଶତକ ଆଡ଼କୁ ମୁହାଁଉଛନ୍ତି । ଯଶସ୍ବୀ ଜୟସୱାଲ ୧୭୩ ରନ କରି ଅପରାଜିତ ରହିଛନ୍ତି । ସେହିପରି ସାଇ ସୁଦର୍ଶନ ୮୭ ରନ୍ କରି ଆଉଟ୍ ହୋଇଛନ୍ତି । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଯଶସ୍ବୀ ଜୟସୱାଲ ୧୭୩ ରନ ଏବଂ ଶୁବମନ ଗିଲ୍ ୨୦ ରନ କରି ଅପରାଜିତ ରହିଛନ୍ତି ।

ସୁନୀଲ ଗାଭାସ୍କରଙ୍କ ପରେ ଭାରତ ପାଇଁ ଯଶସ୍ୱୀ ଜୟସୱାଲ ସବୁଠାରୁ ଦ୍ରୁତତମ ବାମହାତୀ ବ୍ୟାଟସମ୍ୟାନ୍ ଯିଏକି ୩,୦୦୦ ରନ ପୂରଣ କରିଛନ୍ତି । ସେ ୭୧ ଇନିଂସରେ ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି । ସୁନୀଲ ଗାଭାସ୍କର ୬୯ ଇନିଂସରେ ୩,୦୦୦ ରନ ପୂରଣ କରିଥିଲେ । ଯଶସ୍ୱୀ ଜୟସୱାଲ କେବଳ ୨୩ ବର୍ଷ ବୟସର ଓ ସାତଟି ଟେଷ୍ଟ ଶତକ ହାସଲ କରିଛନ୍ତି ।

India-West Indies second Test

ଇଣ୍ଡିଆ ଓ ଇଣ୍ଡିଜ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି । ଅହମ୍ମଦାବାଦରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଭାରତ ଇନିଂସ ସହ ୧୪୦ରନରେ ଜିତିଥିଲା । ସିରିଜରେ ୧-୦ରେ ଆଗୁଆ ରହିଛି । ଏବେ ଭାରତ ପାଖରେ ଦିଲ୍ଲୀରେ କ୍ଲିନ ସୁଇପ ସୁଯୋଗ ରହିଛି ।

ପ୍ଲେଇଂ ଏକାଦଶ : ଯଶସ୍ବୀ ଜୟସୱାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଶୁବମନ ଗିଲ୍ (ଅଧିନାୟକ), ଧ୍ରୁବ ଜୁରେଲ, ରବିନ୍ଦ୍ର ଜାଡ଼େଜା, ନୀତିଶ କୁମାର ରେଡ୍ଡୀ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+