ଭାରତ-ୱେଷ୍ଟଇଣ୍ଡିଜ ଅହମଦାବାଦ ଟେଷ୍ଟ : ତୃତୀୟ ଦିନ ଲଞ୍ଚ ବ୍ରେକ ସୁଦ୍ଧା ୱେଷ୍ଟଇଣ୍ଡିଜ ୪୮ /୫

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି । ୱେଷ୍ଟଇଣ୍ଡିଜ ଟିମ୍ ପ୍ରଥମ ପାଳିରେ ୧୬୨ ରନ୍ କରି ଅଲଆଉଟ୍ ହେବା ପରେ ଭାରତ ବ୍ୟାଟିଂ କରି ୫ ୱିକେଟ ହରାଇ ୪୪୮ରେ ପ୍ରଥମ ପାଳି ଘୋଷଣା କରିଥିଲା । ଏହାପରେ ୩ୟ ଦିନରେ ଖେଳ ଆରମ୍ଭ କରି ୱେଷ୍ଟଇଣ୍ଡିଜ ଟିମ୍ ୫ ୱିକେଟ ହରାଇ ୪୮ ରନ କରିଛି । ୩ୟ ଦିନରେ ଲଞ୍ଚ ବ୍ରେକ ସୁଦ୍ଧା ୱେଷ୍ଟଇଣ୍ଡିଜ ଦଳ ୪୮ ରନ୍ କରି ୫ ୱିକେଟ ହରାଇସାରିଲାଣି । ଏଭଳି ଦେଖି ଆଜିଦିନ ସରିବା ବେଳକୁ ଭାରତ ମ୍ୟାଚ ଜିତିଯିବ ବୋଲି ଫ୍ୟାନ୍ସ ଆକଳନ କରୁଛନ୍ତି ।

ତେବେ ଭାରତ ଘୋଷଣା କରିଥିବା ଟାର୍ଗେଟକୁ ପୂରଣ କରିବା ପାଇଁ ୱେଷ୍ଟଇଣ୍ଡିଜ ପାଖରେ ୫ ୱିକେଟ ରହିଛି । ଦଳ ୨୩୨ ରନରେ ପଛୁଆ ରହିଛି ।

ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଦ୍ବିତୀୟ ଦିନ ସୁଦ୍ଧା ୫ ୱିକେଟ ହରାଇ ୪୪୮ ରନ କରିଥିଲା । ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨୮୬ ରନ ଆଗୁଆ ରହିଥିଲା । କେଏଲ ରାହୁଲ, ରବିନ୍ଦ୍ର ଜାଡେଜା ଏବଂ ଧ୍ରୁବ ଜୁରେଲଙ୍କ ଶତକ ବଳରେ ଭାରତ ୪୪୮ ରନ୍ କରିପାରିଛି ।

India-West Indies Ahmedabad Test

ଭାରତୀୟ ଦଳ ଦ୍ୱିତୀୟ ଦିନ ୧୨୧/୨ ରୁ ସେମାନଙ୍କର ଇନିଂସ ପୁଣି ଆରମ୍ଭ କରିଥିଲା। ଅଧିନାୟକ ଶୁଭମନ ଗିଲ ୫୦ ରନ କରି ଆଉଟ ହୋଇଥିଲେ । ୪୭ ବର୍ଷ ମଧ୍ୟରେ ଅଧିନାୟକ ଭାବରେ ପ୍ରଥମ ଘରୋଇ ଟେଷ୍ଟରେ ଅର୍ଦ୍ଧଶତକ ହାସଲ କରିବାରେ ପ୍ରଥମ ଭାରତୀୟ ଖେଳାଳି ଗିଲ। ଏହି ସଫଳତାରେ ସେ ସୁନୀଲ ଗାଭାସ୍କରଙ୍କ ସହ ସମକକ୍ଷ ହୋଇଛନ୍ତି। ସେହିଭଳି କେଏଲ ରାହୁଲ ୧୦୦ ରନ କରି ଆଉଟ ହୋଇଥିଲେ । ପ୍ରାୟ ୯ ବର୍ଷ ପରେ ଘରୋଇ ଟେଷ୍ଟ ମ୍ୟାଚରେ ତାଙ୍କର ଏହା ପ୍ରଥମ ଶତକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+